ପୁରୀ,(ଅନିମେଶ ପଟ୍ଟନାୟକ): ବଡ଼ଦାଣ୍ଡ ବଳଗଣ୍ଡି ସ୍ଥିତ ମାଉସୀମାଙ୍କ ମନ୍ଦିର ସମ୍ମୁଖରେ ୯ତମ ପଞ୍ଚକ ମହୋତ୍ସବ ଉଦଯାପିତ ହୋଇଯାଇଛି । ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ ଶୁକ୍ରବାର ଚତୁର୍ଥ ଦିବସ କାର୍ତ୍ତିକ ପୂର୍ଣ୍ଣମୀରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । କଳିଯୁଗରେ ଭଗବାନଙ୍କ ସାନିଧ୍ୟ ପାଇଁ ଜୀବେ ଦୟା ନାମରେ ଭକ୍ତି ପାଳନ କରିବା ପାଇଁ ପ୍ରବକ୍ତା ମାନେ କହିଥିଲେ । ଏହା ସହ ହରିନାମ ସଂକୀର୍ତ୍ତନ ଓ ଭଜନ ପରିବେଷଣ କରାଯାଇଥିଲା । ମୁଖ୍ଯ ଅତିଥି ଭାବେ ରାଜ୍ଯସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଭଗବାନଙ୍କୁ ଉପଲବ୍ଧି କରିବାକୁ ହେଲେ ଭକ୍ତି ମାର୍ଗର ଆବଶ୍ୟକତା ରହିଛି । ଯେଉଁଠି ଭଗବାନଙ୍କ ନାମ ସଂକୀର୍ତ୍ତନ କରାଯାଏ ସେହି ସ୍ଥାନ ଭଗବାନଙ୍କ ପ୍ରିୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସଦରବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ସମାଜସେବୀ ଶ୍ରୀକଣ୍ଠ ମିଶ୍ର, ବରିଷ୍ଠ ସେବାୟତ ତଥା ବିଶିଷ୍ଟ ସୀତାର ବାଦକ ସତ୍ଯନାରାୟଣ ଗୁରୁ ବରିଷ୍ଠ ସେବାୟତ ରବିଶଙ୍କର ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ଯକ୍ରମରେ କମିଟିର ସଭାପତି ଜଗନ୍ନାଥ ଦାସ ମହାପାତ୍ର ସଭାପତିତ୍ବ କରିଥିବାବେଳେ ମହୋତ୍ସବ କମିଟିର ଉପାଧ୍ୟକ୍ଷ ଚକ୍ରଧର ମହାପାତ୍ର ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସାଂସ୍କୁତିକ କମିଟିର ଅଧ୍ୟକ୍ଷ ବିଶ୍ବନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳ କାର୍ଯ୍ଯକାରୀ ସଭାପତି ବୀରେନ୍ଦ୍ର କୁମାର ଶାସ୍ତ୍ରୀ , ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ରାମଚନ୍ଦ୍ର ଦୋରା, କମିଟିର ସମ୍ପାଦକ, ମଧୁସୂଦନ ମିଶ୍ର ଗୋପୀନାଥ ମହାନ୍ତି କାର୍ଯ୍ୟକ୍ରମ ପରିଚଳନା କରିଥିବା ବେଳେ ମୂଖ୍ଯ ସଂଯୋଜକ ସତ୍ଯ ନାରାୟଣ ଦାଶ, ଜ୍ୟୋତିପ୍ରକାଶ ଜେନା, ତ୍ରିଲୋଚନ ରଥ, ରଘୁନାଥ ମହାନ୍ତି, ଗୋପୀନାଥ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ବିଶ୍ବନାଥ ଜଗଦେବ, ବିଜୟକୃଷ୍ଣ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ରାଧେ ରାଧେରେ ପ୍ରକମ୍ପିତ ହୋଇଥିଲା ମାଉସୀମାଙ୍କ ପୀଠ ପରିସର । ରାଧାମୋହନ ସଂକୀର୍ତ୍ତନ ଦଳ ପକ୍ଷରୁ ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା । କୃଷ୍ଣମଣି ନୃତ୍ଯ କଳାପୀଠ ପୁରୀ ପକ୍ଷରୁ ଆଧ୍ୟାତ୍ମିକ ନୃତ୍ଯ ପରିବେଷଣ ହୋଇଥିଲା । ଗୁରୁ କୃଷ୍ଣ କୁମାର ଦାସଙ୍କ ନୃତ୍ଯ ନିର୍ଦ୍ଦେଶନାରେ ମଙ୍ଗଳାଚରଣ, ପଲ୍ଲବୀ, ଶିବସ୍ତୁତି, ସିତ କମଳା ,ମାହାରୀ ନୃତ୍ଯ, ରାଧାରାଣୀ ସଙ୍ଗେ ନାଚେ ମୁରଲି ପାଣି, ମଣି ବିମାନେ ଗୋବିନ୍ଦ, ସଞ୍ଜ କଞ୍ଜ ନୟନା ଓ ଭଜନ ଘୁଙ୍ଗୁର ଦିଅ ବାନ୍ଧି ନୃତ୍ଯ ପରିବେଷଣ ହୋଇଥିଲା । ପାଚୁର୍ଯ୍ଯ, ଅଙ୍କିତା, କେ.ଟି.ଶ୍ରୀ,ପ୍ରିଆଲି,ସ୍ମିତାରାଣୀ, ରୋମାନୀତା, ଆଂଶିକା, ମୈତ୍ରୀ,ଇତି, ଆଶା, ସୁଭଦ୍ରା, ଲୋପିତା, ଦିବ୍ଯଜ୍ଯୋତି, ଶୁଭଲକ୍ଷ୍ମୀ,ଆରାଧ୍ଯା ପ୍ରମୁଖ ନୃତ୍ଯ ପରିବେଷଣ କରିଥିଲେ। ନୃତ୍ଯର ଛନ୍ଦ ତାଳ ଲୟରେ ମନ୍ତ୍ରମୁଗ୍ଧ ହୋଇଥଲେ ଦର୍ଶକ । ହରିବୋଲ ହୁଳହୁଳି ସହ ଜୟ ଜଗନ୍ନାଥ ଧ୍ବନିରେ ପ୍ରବକ୍ତା ବାବାଜୀ ବ୍ରଜଦାସ ମହାରାଜ ହରିକଥା ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ । କାର୍ତ୍ତିକ ବ୍ରତର ହରିକଥା ଶ୍ରବଣ କରି ଭାବଭକ୍ତି ରସରେ ଭିଜିଥିଲେ ହବିଷିଆଳି, ଶ୍ରଦ୍ଧାଳୁ ଓ ଦର୍ଶକ । ଅତିଥିମାନଙ୍କ ଦ୍ବାରା ପ୍ରବକ୍ତା ବାବାଜୀ ବ୍ରଜଦାସ ମହାରାଜଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶ୍ରୀକ୍ଷେତ୍ରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଦୟାନିଧି ସଙ୍ଗୀତ ସୁଧାର ଗୁରୁ ପ୍ରକାଶ କୁମାର ରଥଙ୍କ ସଂଯୋଜନାରେ କଣ୍ଠଶିଳ୍ପୀ ମାନେ ଶ୍ରୀଜଗନ୍ନାଥଙ୍କ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ଭକ୍ତି ସଙ୍ଗୀତ ପରିବେଷଣ କରି ଜଗନ୍ନାଥପ୍ରେମୀ, କାର୍ତ୍ତିକ ବ୍ରତଧାରୀ ଓ ସଙ୍ଗୀତ ପ୍ରେମୀମାନେ ଭକ୍ତିରସରେ ଭାବବିହ୍ବଳ ହୋଇଥିଲେ । ଶୁଭଶ୍ରୀ ପ୍ରଧାନ, ପ୍ରିତମ ପରିଡା, କଲ୍ଯାଣମୟୀ ନାୟକ, ଦିବ୍ଯଜ୍ଯୋତି ଦାଶ ,ତପସ୍ବିନୀ ରଣା, ଅସିତ କୁମାର ସାହୁ, ଆଦ୍ଯାଶା ଗଜେନ୍ଦ୍ର, ଆୟୁଷ ଅଂଶୁମାନ ନାୟକ ପ୍ରମୁଖ କଣ୍ଠଶିଳ୍ପୀ ମାନେ ଅଂଶଗ୍ରହଣ କରିଥିଲେ। ଗୁରୁ ଶାରଦା ପ୍ରସନ୍ନ ମିଶ୍ର ,ପ୍ରଭୁଦତ୍ତ ବିଶ୍ବାଳ, ପ୍ରଶାନ୍ତ ରାଉତ ବାଦ୍ଯଯନ୍ତ୍ରରେ ସହଯୋଗ କରିଥିଲେ । ମୁଖ୍ଯ ଅତିଥିଙ୍କ ଦ୍ବାରା ସଙ୍ଗୀତ ଅନୁଷ୍ଠାନ ଦୟାନିଧି ସଙ୍ଗୀତ ସୁଧାର ଗୁରୁ ପ୍ରକାଶ କୁମାର ରଥଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡା.ଅଭିମନ୍ୟୁ କାନୁନଗୋ ସଭା ପରିଚଳନା ସହ ସଂଯୋଜନା କରିଥିବା ବେଳେ ସିଦ୍ଧାର୍ଥ ପଟ୍ଟନାୟକ ମଞ୍ଚ ସଂଚାଳନ କରିଥିଲେ। ଶତାଧିକ ହବିଷିଆଳି, ଶ୍ରଦ୍ଧାଳୁଙ୍କ ସମେତ ତୀର୍ଥଯାତ୍ରୀ,ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମକୁ ଆନନ୍ଦ ଉଲ୍ଲାସର ସହିତ କରତାଳି ଦେଇ ଉପଭୋଗ କରିଥିଲେ । ମହୋତ୍ସବ କମିଟିର ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।
ରାଜ୍ୟ
ନବମ ପଞ୍ଚକ ମହୋତ୍ସବ ଉଦଯାପିତ
- Hits: 5