ହେଡଲାଇନସ୍:

ପାଇକମାଲ ବ୍ଲକରେ ଅଫିସର ମରୁଡି !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଡ଼ିଓ ଙ୍କର ସୁନାମ କାରଣରୁ ଅଫିସର ଆସିବାକୁ ନାରାଜ, ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଉନ୍ନୟନ ମୂଳକ କାର୍ୟ୍ଯ !!

ବରଗଡ଼ :-ସତରେ ପାଇକମାଲ ବ୍ଲକ ଜନସାଧାରଣ କଣ ପାପ କରିଛନ୍ତି? ପାଇକମାଲ ବ୍ଲକ ଅଫିସର ପତନ ଦେଖିଲେ ଏହା ହିଁ ଜଣା ପଡୁଛି । ସରକାର ଙ୍କ ପାଖରେ କର୍ମଚାରୀ ମାନଙ୍କ ଅଭାବ ରହିଛି ଏକଥା ସତ କିନ୍ତୁ ଗତ ଏକ ବର୍ଷ ପୂର୍ବରୁ ସୀମିତ ସଂଖ୍ୟାରେ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ନେଇ ଅତି ସୁରୁଖୁରୁରେ ଚାଲୁଥିଲା ପାଇକମାଲ ବ୍ଲକ । ଉନ୍ନୟନ ମୂଳକ କାର୍ୟ୍ଯ ମଧ୍ୟ ଠିକ ସମୟରେ ସମ୍ପୂର୍ଣ୍ଣ ହୋଇ ପାରିଥିଲା । ହେଲେ ଯେଉଁ ଦିନରୁ ପ୍ରଫୁଲ କୁମାର ଅଦୁ ପାଇକମାଲ ବ୍ଲକରେ ବିଡ଼ିଓ ଭାବରେ ଯୋଗ ଦେଲେ ତା ପରଠାରୁ ପାଇକମାଲ ବ୍ଲକର ସମସ୍ତ କାର୍ୟ୍ଯ ଏକ ପ୍ରକାର ଠପ ହୋଇ ପଡିଛି । କଥାରେ ଅଛି ଘରର ମୁରବି ଯଦି ଘରର ସମସ୍ତ ଲୋକଙ୍କ ମତାମତ ବା ପରାମର୍ଶ ନେଇ ଘର ଚଳାଇଲେ ଘରର ସମସ୍ତ ସଭ୍ୟଙ୍କ ଭିତରେ ନିବିଡ଼ତା ବୃଦ୍ଧି ପାଇଥାଏ ଓ ଘରେ କେବେ ବି ଅଶାନ୍ତି ସୃଷ୍ଟି ହୁଏ ନାହିଁ ଓ ଘରର ଉନ୍ନତି ନିଶ୍ଚିତ ହୋଇଥାଏ । ବ୍ଲକ ଅଫିସରେ କାର୍ୟ୍ଯ କରୁଥିବା ସମସ୍ତ କର୍ମଚାରି ଏକ ପରିବାର ସଦୃଶ୍ୟ ଓ ବିଡ଼ିଓ ଏହାର ମୁଖିଆ । ଆଜି ପର୍ଯନ୍ତ ପାଇକମାଲ ବ୍ଲକକୁ ଯେତେ ବିଡ଼ିଓ ଆସିଛନ୍ତି ପ୍ରାୟ ସମସ୍ତେ ନିଜେ ମୁରବି ଭାବରେ ପାଇକମାଲ ବ୍ଲକର ଉନ୍ନତି ପାଇଁ ନିଜର ଯୋଗଦାନ ଦେଇଛନ୍ତି ଓ ବ୍ଲକ ଅଫିସକୁ ଠିକ ଭାବରେ ପରିଚାଳନା କରିଛନ୍ତି ହେଲେ , ବର୍ତ୍ତମାନ ବିଡ଼ିଓ ଅଦୁ ବାବୁଙ୍କ କଥା ଟିକେ ନିଆରା । ସେ ନିଜକୁ ଜଣେ ସରକାରୀ ଅଧିକାରୀ ନ ଭାବି ନିଜକୁ ଜଣେ କର୍ପୋରେଟ ସେକ୍ଟର ର Boss ବୋଲି ଭାବନ୍ତି ବୋଲି ମନେ ହେଉଛି । ତାଙ୍କର ବ୍ୟବହାର ଜନସାଧାରଣ ହୁଅନ୍ତୁ ବା ଅଧିକାରୀ ବା ସ୍ଥାନୀୟ ଜନପ୍ରତିନିଧି କାହାରି ପ୍ରତି ଠିକ ନଥିବା ଜଣାପଡୁଛି । ଏ କଥାର ପ୍ରମାଣ ହେଉଛି ତାଙ୍କର ସଂକ୍ଷିପ୍ତ କାର୍ୟ୍ଯ ଅବଧି ଭିତରେ ତାଙ୍କ ଦ୍ୱାରା ଦୁଇ ଥର ନିଜ କର୍ମଚାରୀଙ୍କର ବିରୋଧରେ ପୋଲିସରେ ଅଭିଯୋଗ କରିବା । ଏହା ସହିତ ଅଧିକାରୀ ଓ କର୍ମଚାରୀଙ୍କ ସହିତ ତାଙ୍କର ବ୍ୟବହାର ଅତି ରୁକ୍ଷ ଥିବା ଅନେକ ଅଧିକାରୀ କହିଛନ୍ତି । ଏମିତି କି ଅଧିକାରୀ ମାନଙ୍କୁ NONSENCE ଭଳି ଗାଳି ଦେବାର ମଧ୍ୟ ଅଭିଯୋଗ ହେଉଛି । ବରଗଡ଼ ଓ କଳାହାଣ୍ଡି ଜିଲ୍ଲାର ଅଧିକାଂଶ ଅଧିକାରୀ ତାଙ୍କ ବାବଦରେ ଜାଣନ୍ତି । ତାଙ୍କ ବିରୋଧରେ ଏକ ମନରେଗା ମାମଲାର ଶୁଣାଣି କରି କଳାହାଣ୍ଡି ଜିଲ୍ଲାପାଳ ବିଡ଼ିଓ ପ୍ରଫୁଲ ଅଦୁ ଙ୍କ ନିକଟରୁ 3 ଲକ୍ଷ 17 ହଜାର ଟଙ୍କା ଅସୁଲି ପାଇଁ ନିର୍ଦେଶ ଦେଇ ସାରିଛନ୍ତି । ପାଇକମାଲରେ ମଧ୍ୟ ମନରେଗା ଗାଡିର ଅପବ୍ୟବହାର କୁ ନେଇ କ୍ରମାଗତ ଅଭିଯୋଗ ହୋଇ ଆସୁଛି । ହେଲେ ମୁଖ୍ୟ କଥାଟି ହେଲା ଯେ ବିଡ଼ିଓ ମହାଶୟ ଙ୍କର ବ୍ୟବହାର ରେ ଅତିଷ୍ଠ ହୋଇ ଅନେକ ଭଲ ଭଲ ଅଧିକାରୀ ଅନ୍ୟତ୍ର ଚାଲି ଯାଇଛନ୍ତି ଓ ଯେଉଁ ମାନେ ଅଦୁ ବାବୁ ଙ୍କୁ ଜାଣିଛନ୍ତି ସେମାନେ ପାଇକମାଲ ବ୍ଲକକୁ ଆସିବାକୁ ନାରାଜ ।
ପାଇକମାଲ ବ୍ଲକରେ ଅଧିକାରୀ ମରୁଡ଼ିକରଣ ରୁ ବର୍ତ୍ତମାନ ପାଇକମାଲ ବ୍ଲକ ଉନ୍ନୟନ ମୂଳକ କାର୍ୟ୍ଯ ସମ୍ପୂର୍ଣ୍ଣ ଭାବରେ ବାଧାପ୍ରାପ୍ତ । କେବଳ ବିଡ଼ିଓ ଙ୍କର କାରଣ ରୁ ଏକ ସୁନ୍ଦର। ବ୍ଲକ ବର୍ବାଦ ହୋଇଗଲା ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି । ଶୁଣିବାକୁ ମିଳୁଛି ଯେ ଟେଣ୍ଡର ନଂ ୦୨/୨୪-୨୫ ତା ୦୨-୦୯-୨୦୨୪ ରିଖ ଦିନ ଦୁଇ ଗୋଟି ଅତିରିକ୍ତ ଶ୍ରେଣୀ ଗ୍ରୃହ ଯଥା ମିଠାପାଲିର ଡୁଙ୍ଗୁରିପାଲି ଓ ବର୍ତୁଣ୍ଡାର ନୁଆଁପତ୍ରାପାଲି କାର୍ଯ୍ୟର ଟେଣ୍ଡର୍ ଫାଇନାଲ୍ ହୋଇ କଣ୍ଟ୍ରାକ୍ଟରକୁ କାର୍ଯାଦେଶ ହୋଇ, କାର୍ଯ୍ୟ ଆରମ୍ଭ ହୋଇବା କଥା କିନ୍ତୁ ବିଡିଓଙ୍କ ତତ୍ପରତା ଯୋଗୁଁ, ସେହି ଟେଣ୍ଡର୍ କାର୍ଯ୍ୟର ଦର୍ଶନ ନାହିଁ । ସେହିପରି ଛଅ ଗୋଟି GPLF ଘର ଯଥା- ପାଇକମାଳ, ଛେତଗାଁ, କେଛୋଦାଦର୍ , କେର୍ମେଲାବାହାଲ୍ , ମିଠାପାଲି ଓ ଛିନ୍ଦେଇକେଲା ଦିର୍ଘ ପାଞ୍ଚ ମାସ ହେବ ଜିଲ୍ଲାପାଳଙ୍କଠାରୁ ଆର୍ଥିକ ଅନୁମୋଦନ ହୋଇ ବିଡ଼ିଓଙ୍କ ନିକଟରେ ପଡିରହିଛି । ଏହି GPLF building ର ଟେଣ୍ଡର ଓ ଭାଗ୍ୟ ମହାମାନ୍ୟ ବିଡ଼ିଓ ପ୍ରଫୁଲ କୁମାର ଅଦୁଙ୍କ ହାତରେ ।

0
0
0
s2sdefault