ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନୀ ପ୍ରବେଶ ଦ୍ଵାରରେ ଦୂଷିତ ପାଣି ଜମି ରହିଛି।ଦୂଷିତ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ କଲୋନୀ ରେ ଡ୍ରେନେଜ ସୁବିଧା ନ ଥିବାରୁ କଲୋନୀ ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସୂଚନା ଅନୁଯାୟୀ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ର ମେଡିକାଲ କଲୋନୀ ରେ ୩୦ ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି। କଲୋନୀ ମଧ୍ୟ ଦେଇ ଗୋଟିଏ ମାତ୍ର ରାସ୍ତା ଥିବାରୁ ଏହି ରାସ୍ତା ଉପରେ କଲୋନୀ ବାସି ନିର୍ଭର କରନ୍ତି। କଲୋନୀ ମଧ୍ୟରେ ଡାକ୍ତର,ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀ ସହ ସାଧାରଣ ପରିବାର ରହୁଛନ୍ତି। ତେବେ କଲୋନୀ ର ପ୍ରବେଶ ରାସ୍ତାରେ ପାଖ ଘର,ଦୋକାନ ରୁ ନିଷ୍କାସିତ ଆବର୍ଜନା ଦୂଷିତ ପାଣି ଆସି ଜମା ହେଉଛି। ଏହି ଦୂଷିତ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ରାସ୍ତା କାଦୁଆ ପଚ ପଚ୍ ହୋଇ ରହିଛି। କଲୋନୀ ରେ ରହୁଥିବା ସ୍କୁଲ ପିଲା ଏହି ରାସ୍ତା ଦେଇ ଯାତାୟାତ ସମୟରେ କାଦୁଅ ଡ୍ରେସ୍ ରେ ପଡି ପ୍ରତିଦିନ ଖରାପ ହେଉଥିବା ବେଳେ ଦୁଇ ଚକିଆ ଓ ଚାରି ଚକିଆ ଯାନ ଯାତାୟାତ ସମୟରେ ଦୂଷିତ ପାଣି ଓ କାଦୁଅ ଯୋଗୁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଦୀର୍ଘଦିନ ଧରି ଦୂଷିତ ପାଣି ନିଷ୍କାସନ ହେଉ ନ ଥିବାରୁ ଏଠାରେ ମଶା ମାଛିର ପ୍ରାଦୁର୍ଭାବ ବୃଦ୍ଧି ପାଇଛି। ପରିବେଶ ପୁତ୍ତି ଗନ୍ଧମୟ ହୋଇ ରହୁଛି। ଡାକ୍ତର ଓ ମେଡିକାଲ କର୍ମଚାରୀ ଲୋକଙ୍କୁ ଉତ୍ତମ ସେବା ଦେଉଥିବା ବେଳେ ସେମାନେ ଅସୁରକ୍ଷିତ ଭାବେ ରହିବାକୁ ପଡୁଛି।କଲୋନୀ ମଧ୍ୟରେ ଡ୍ରେନ ର ସୁବିଧା ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଏ ନେଇ କଲୋନୀ ବାସି ବାରମ୍ବାର ସ୍ଥାନୀୟ ଡଙ୍ଗରିଗୁଡ଼ା ସରପଞ୍ଚ ଓ ବିଡିଓ ଙ୍କୁ ଗୁହାରି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଡ୍ରେନ କିମ୍ବା ଦୂଷିତ ପାଣି ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ତରଫରୁ ଗ୍ରାମ୍ୟ ଜଳ ଓ ପରିମଳ ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ଆସୁଥିବା ବେଳେ ଏଠାରେ ତାହା ଫେଲ୍ ମାରିଛି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ କଲୋନୀ ମଧ୍ୟରେ ଡ୍ରେନ ନିର୍ମାଣ ସହ ଦୂଷିତ ଆବର୍ଜନା ପାଣି ନିଷ୍କାସନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କଲୋନୀ ବାସୀ ଦାବୀ କରିଛନ୍ତି।
ରାଜ୍ୟ
ମେଡିକାଲ କଲୋନୀ ପ୍ରବେଶ ରାସ୍ତାରେ ଦୂଷିତ ପାଣି ଜମି ରହୁଛି, ନାହିଁ ଡ୍ରେନେଜ ସୁବିଧା #
- Hits: 31