ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲାର ବିଜେପୁର ବ୍ଳକର ଭଟିଗାଁ ପଂଚାୟତର ଭାଟିବାହାଲି ଗାଁର ଚାଷୀ ଡ଼ିଲେଶ୍ୱର ସାହୁ ଆଜିକୁ ୧୫ ବର୍ଷ ହେଲା ୩.୫୫ ଏକର ବିଶିଷ୍ଟ ସରକାରୀ ଗୋଚର ଜମିକୁ ଜବରଦଖଲରେ ରଖି ଧାନଚାଷ ସମେତ ପନିପରିବା ଚାଷକରି ଆସୁଛନ୍ତି। ସେଥିପାଇଁ ସେ ନିୟମିତ ଭାବେ ଖଜଣା, ଜଳକର ଆଦି ପଇଠ କରି ଆସୁଥିବା ବେଳେ ବିଲ ଭିତରେ ଏକ ବନ୍ଧ ଖୋଳି ଚାଷ କରି ଆସୁଛନ୍ତି। ସେହିକ୍ରମରେ ଚଳିତ ଖରିଫରେ ମଧ୍ୟ ଚାଷବାସ କରିଥିବା ବେଳେ ଆଉ କିଛିଦିନ ଭିତରେ ଅମଳ କରିବାକୁ ଯୋଜନା କରିଥିଲେ । ତେବେ ଭାଟିବାହାଲି ଗ୍ରାମର ଦୁଇଜଣ ବ୍ୟକ୍ତି ଜୋର ଜବରଦସ୍ତି ତାଙ୍କ ଜମିକୁ କବଜା କରିବାକୁ ଚେଷ୍ଟା କରୁଥିବା ବେଳେ ଟାଙ୍ଗିଆରେ ମାରି ଦେବାର ଧମକ ଦେଇ ଜବରଦସ୍ତ ଧାନ କାଟି ନେଇଯାଇଛନ୍ତି । ସେହିଭଳି ସେ ହିଡ଼ରେ ଜଗାଇଥିବା ଗଛଗୁଡ଼ିକୁ ମଧ୍ୟ କାଟି ନେଇଯାଇଛନ୍ତି ବୋଲି ଡିଲେଶ୍ଵର ଅଭିଯୋଗ କରିଛନ୍ତି l ତେବେ ସେ ନିୟମିତ ଉକ୍ତ ଗୋଚର ଜମିର ଖଜଣା ପଇଠ କରି ଆସୁଥିବା ବେଳେ ହଠାତ ଦୁର୍ବୃତ୍ତଙ୍କ ଲୋଳୁପ ଦୃଷ୍ଟି ଯୋଗୁଁ ସେ ରାସ୍ତାକୁ ଆସି ଯାଇଛନ୍ତି ବୋଲି ଅଭିଯୋଗ କରି ଡ଼ିଲେଶ୍ଵର ତହସିଲଦାର ଓ ପୁଲିସଠାରୁ ନ୍ୟୟା ଭିକ୍ଷା କରିଥିଲେ । ମାତ୍ର ବାରମ୍ବାର ଅଭିଯୋଗ ସତ୍ତ୍ବେ ସେମାନେ କେହି ନଶୁଣିବାରୁ ଆଜି ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନଶନରେ ବସିବା ସହିତ ନ୍ୟାୟ ନ ମିଳିଲେ ଜିଲ୍ଲାପାଳ କାର୍ଯ୍ୟାଳୟରେ ହିଁ ଆତ୍ମହତ୍ୟା କରିବୁ ଏବଂ ଏଥିପାଇଁ ଜିଲ୍ଲାପାଳ ଦାୟୀ ରହିବେ ବୋଲି ଧମକ ଦେଇଥିଲେ l ଡ଼କରା ପାଇଁ ସ୍ବାମୀ ସ୍ତ୍ରୀ ଉଭୟେ ଏଡ଼ିଏମଙ୍କ ପାଖକୁ ଯାଇ ଆଲୋଚନା କରିବା ପରେ ଘରକୁ ଫେରି ଯାଇଛନ୍ତି l
ରାଜ୍ୟ
ଭାଟିବାହାଲି ଦମ୍ପତିଙ୍କ ଅନଶନ ଚେତାବନୀ
- Hits: 63