ସରକାରୀ କଟକଣାକୁ ବ୍ଲକ ପ୍ରଶାସନର ଫୁ : ମନରେଗା ଗାଡିର ହେଉଛି ଅସଦୁପଯୋଗ
ବରଗଡ :- କେନ୍ଦ୍ର ସରକାରଙ୍କ ମନରେଗା ଯୋଜନା ନିଶ୍ଚିତ ଭାବରେ ଏକ କଲ୍ୟାଣକାରୀ ଯୋଜନା ଏଥିରେ କୋଣସି ସନ୍ଦେହ କରିବାର କାରଣ ନାହିଁ । ମହାମାରୀ କୋରୋନା ର କଷ୍ଟକର ମୁହୂର୍ତ୍ତରେ , ଏହି ଯୋଜନା ଗ୍ରାମାଞ୍ଚଳର ର ଶ୍ରମିକ ମାନଙ୍କୁ କାମ ଯୋଗାଇ ସେମାନଙ୍କ ଆର୍ଥିକ ଅବସ୍ଥାକୁ ଅନେକାଂଶରେ ସୁଦୃଡ଼ କରି ରଖିଥିଲା । କିନ୍ତୁ ଏହି ଯୋଜନା ରେ କିଛି ସ୍ଥାନରେ କିଛି ଅଧିକାରୀ ମାନଙ୍କ ଅପାରଗତା ଓ ଲାଳସା କାରଣ ରୁ ଏବି ଯୋଜନା ରେ ଅନେକ ଅର୍ଥ ହରିଲୁଟ ଓ ଅନିୟମିତତା ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । କେଉଁ ଜାଗାରେ ମନରେଗା ରେ କାମ କରିଥିବା ଶ୍ରମିକ ମନେ ବର୍ଷ ବର୍ଷ ଧରି ମଜୁରୀ ପାଇବାରୁ ବଞ୍ଚିତ ଥିବା ବେଳେ କେଉଁ ସ୍ଥାନରେ ଏହି ଯୋଜନା ରେ ମେଟେରିଏଲ କିଣା ରେ ଦୁର୍ନୀତି ର ଅଭିଯୋଗ । ଏବେ ଏହି ଯୋଜନାରେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ରୁ ଆସିଛି ଭିନ୍ନ ପ୍ରକାର ଅଭିଯୋଗ । ପ୍ରାପ୍ତସୂଚନା ଅନୁସାରେ ମନରେଗା ଯୋଜନା ର କାର୍ୟ୍ଯ ତଦାରଖ ପାଇଁ ପ୍ରତ୍ୟେକ ବ୍ଲକ ରେ ମନରେଗା ଯୋଜନା ର ବ୍ଲକ ସ୍ତରୀୟ ନୋଡାଲ ଅଫିସର ଅର୍ଥାତ ବିଡ଼ିଓ , ଏପିଓ , ଓ ଏଏଇ ଙ୍କୁ ସଂଯୁକ୍ତ ଭାବରେ ଏକ ଗାଡି ପ୍ରଦାନ କରାଯାଇଥାଏ । ସରକାର ଙ୍କର ଚିଠି କ୍ରମଙ୍କ 17781/DR 17/09/2022 ଅନୁସାରେ ଏହି କାର୍ୟ୍ଯ ତଦାରଖ ପାଇଁ ନିର୍ଦିଷ୍ଟ ଭାବରେ କେଉଁ କେଉଁ ପ୍ରକାର ର ଗାଡି ବ୍ୟବହୃତ କରାଯାଇ ପାରିବ ଏହାର ସ୍ପଷ୍ଟ ଉଲ୍ଲେଖ ରହିଛି । ସରକାରଙ୍କ ପକ୍ଷରୁ ଯେଉଁ ଗାଡି ଗୁଡିକ ଉଲ୍ଲେଖ କରାଯାଇଛି ସେଗୁଡିକ ହେଲା ଟିୟୁଭି ୩୦୦, ବୋଲେରୋ, ଏଟ୍ରିଗା, ସୁମୋ ଗୋଲଡ | ଏହି ଗାଡି ଗୁଡିକ ୮ ଲକ୍ଷରୁ ୧୦ ଲକ୍ଷ ରେଞ୍ଜର | ହେଲେ ପାଇକମାଲ ବିଡ଼ିଓଙ୍କର ଇଛା ଅନୁସାରେ ସରକାରୀ ନିର୍ଦ୍ଦେଶ ଉଲ୍ଲଙ୍ଘନ କରି ବୋଧହୁଏ ତାଙ୍କର ବ୍ୟକ୍ତିଗତ ସୁବିଧା ପାଇଁ ଏକ ନୂତନ ସ୍କର୍ପିଓ ଗାଡି ନମ୍ବର OD17AB 0573 ଗାଡି କୁ ନିୟୋଜିତ କରାଯାଇଛି, ଯାହାର ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ରେଞ୍ଜ ଠାରୁ ସାଢେ ତିନି ଚାରି ଲକ୍ଷ ଅଧିକ । କାରଣ ଏହି ରେଞ୍ଜର ଗାଡି ବ୍ୟବହାର କରିବାକୁ ଅର୍ଥ ବିଭାଗର ମଞ୍ଜୁରୀ ନାହିଁ କି ପଞ୍ଚାୟତିରାଜ ବିଭାଗର ସମ୍ମତି ନାହିଁ | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପାଇକମାଲ ବ୍ଲକ ବ୍ୟତୀତ ଅନ୍ୟ କୋଣସି ବ୍ଲକ ରେ ଏହି ସ୍କୋରପିଓ ଗାଡି ର ବ୍ୟବହାର କରାଯିବା ନଜିର ନାହିଁ । ଜିଲ୍ଲା ପ୍ରଶାସନ ଆଖିରେ ବି କେମିତି ଏହା ପଡୁନି ନା ପଡିବି କୌଣସି କାରଣରୁ ଜାଣିଶୁଣି ଚୁପ ତାହା ବୁଝା ପଡୁନି | ତେଣୁ ପ୍ରଥମେ ଗାଡି ନିୟୋଜନରୁ ଅନିୟମିତାର ଗନ୍ଧ ଥିବା ବେଳେ ଏହି ଗାଡି ମନରେଗା ର କାର୍ୟ୍ଯ ତଦାରଖ ବ୍ୟତୀତ ବିଡ଼ିଓ ଙ୍କର ଅନ୍ୟ ସମସ୍ତ କାର୍ୟ୍ଯ ପାଇଁ ବ୍ୟବହୃତ ହେଉଥିବା ଅଭିଯୋଗ ହେଉଛି । ଶ୍ରୀ ପ୍ରଫୁଲ କୁମାର ଅଦୁ ପାଇକମାଲ ରେ ବିଡ଼ିଓ ଭାବରେ ଯୋଗଦେବା ପରଠାରୁ ଅଭିଯୋଗ ବ୍ୟତୀତ ପ୍ରାୟତଃ ଉନ୍ନୟନ ମୂଳକ କାର୍ୟ୍ଯ ର ତଦାରଖ କରିବା ପାଇଁ ଯାଉ ନାହାଁନ୍ତି ବୋଲି ଅଭିଯୋଗ ହେଉଛି | ଅଭିଯୋଗ ଅନୁଯାୟୀ , ବିଡ଼ିଓ ପାଇକମାଲ ରେ କାର୍ୟ୍ଯ କରନ୍ତି ସତ ହେଲେ ସେ ପଦ୍ମପୁର ରେ ରୁହନ୍ତି । କିଛି ଦିନ ପୂର୍ବ ପର୍ଯ୍ୟନ୍ତ ସେ ଏହି ମନରେଗା ଗାଡ଼ିରେ ପଦ୍ମପୁର ରୁ ନିୟମିତ ଯିବା ଆସିବା କରୁଥିଲେ | ବ୍ଲକରେ ଏହାକୁ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ସେ ଆଉ ଗାଡି ନେଇ ପଦ୍ମପୁର କୁ ଯାଉ ନାହାଁନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି । ଏହି ବିଳାସପୂର୍ଣ୍ଣ ଗାଡ଼ିରେ ବିଡିଓଙ୍କ ବ୍ୟତୀତ ଅନ୍ୟ କେହି ବ୍ୟବହାର କରି ପାରୁନଥିବା ଅଭିଯୋଗ ହେଉଛି | ଯଦି ଏହା ସତ୍ୟ ତେବେ ବି ତାହା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀର ଖୋଲା ଉଲ୍ଲଙ୍ଘନ | ତେଣୁ ଅଭିଯୋଗ ଯଦି ସତ୍ୟ, ତେବେ ସାଧାରଣରେ ସନ୍ଦେହ ଉଠିବା ସ୍ୱାଭାବିକ ଯେ ଏହି ଗାଡିଟି କଣ ମନରେଗା ଯୋଜନା ମାଧ୍ୟମ ରେ ବିଡ଼ିଓ ଶ୍ରୀ ଅଦୁ ଙ୍କୁ କେବଳ ତାଙ୍କରି ବ୍ୟବହାର ପାଇଁ ପ୍ରଦାନ କରାଯାଇଛି ?
ସୂଚନାଯୋଗ୍ୟ ଯେ ଶ୍ରୀ ଅଦୁ ଏହା ପୂର୍ବରୁ କେସିଙ୍ଗା ବ୍ଲକ ରେ କାର୍ଯ୍ୟରତ ଥିଲେ । ସେଠାରେ ତାଙ୍କ ନାମରେ ଏହି ମନରେଗା ଯୋଜନାରେ ଲାଗିଛି ଦୁର୍ନୀତି ର ଅଭିଯୋଗ ।ଏହି ଅଭିଯୋଗ ର ତଦନ୍ତ ପରେ ତାଙ୍କ ଉପରେ ତିନି ଲକ୍ଷ ଅଠର ହଜାର ଟଙ୍କା ( ୩,୧୮,୦୦୦ ) ଅସୁଲି ପାଇଁ ନିର୍ଦେଶ ପ୍ରଦାନ କରାଯାଇଛି । ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଥିଲା | ଏହି ସ୍ଥାନରେ କେସିଙ୍ଗା ଘଟଣାର ଉଲ୍ଲେଖ କରିବା କାରଣ ଏହି କି ଯେ , ମନରେଗା ଆଇନ କୁ କେମିତି ନିଜ ସ୍ୱାର୍ଥ ସାଧନ ପାଇଁ ବ୍ୟବହାର କରାଯାଇ ପାରିବ ଏହା ଶ୍ରୀ ଅଦୁ ଙ୍କୁ ଭଲ ଭାବରେ ଜଣା । ଏହି ଗାଡି ଘଟଣା ର ତଦନ୍ତ କରି ଯେଉଁ କାମ ପାଇଁ ଆଜି ନିୟୋଜିତ ହୋଇଛି ସେହି କାମରେ ଗାଡି ର ବ୍ୟବହାର କରାଯିବା ସହିତ ଏଥିପାଇଁ କଡା ନିର୍ଦେଶ ଜାରି କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଜନସାଧାରଣ | ବ୍ଲକର ଜଣେ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ ଏହି ଗାଡିକୁ ମନରେଗା କାମରେ କେତେ ଥର ଓ ଅନ୍ୟ କାମ ପାଇଁ କେତେଥର ସର୍ବୋପରି କେବଳ ବିଡ଼ିଓ କେତେଥର ଓ ମନରେଗା କାମ ତଦାରଖ ସହ ଜଡିତ ଅନ୍ୟ ଅଧିକାରୀ କେତେଥର ଯାଇଛନ୍ତି, ତାହା ସମସ୍ତଙ୍କ ଟୁର ଡ଼ାଇରୀ ଗାଡିର ଯାତାୟାତ ବିଲ ଯାଞ୍ଚ କରିଦେଲେ ଜଣାପଡିଯିବ.| ଗାଡି ନିୟୋଜିତ କରିବାରେ ଯେତେବେଳେ ଖୋଦ ରାଜ୍ୟ ସରକାରଙ୍କ ନିୟମ ବା ସ୍ପଷ୍ଟ ନିର୍ଦ୍ଦେଶକୁ ଯେତେବେଳେ ବାସିପାଣିରେ ପଚାରି ନାହାନ୍ତି ତାର ଏ ଯାବତ ବ୍ୟବହାରରେ ଅନିୟମିତତା ହୋଇଛି କି ନାହିଁ ବା ସରକାରଙ୍କ ମାର୍ଗଦର୍ଶିକାର ଉଲ୍ଲଙ୍ଘନ ହୋଇଛି କି ନାହିଁ ତାହା ଜିଲ୍ଲା ପ୍ରଶାସନ ତଦନ୍ତ କରିଦେଲେ ଏହାକୁ ନେଇ ହେଇଥିବା ଅଭିଯୋଗର ସତ୍ୟତା ପଦାକୁ ଆସିଯିବ |
ଏଠାରେ ସୂଚନାଯୋଗ୍ୟ ଯେ ବିଡ଼ିଓ ଶ୍ରୀ ଅଦୁ ଙ୍କର ଦ୍ୱାରା ବ୍ୟବହାର ବ୍ୟବହାର କରା ଯାଉଥିବା ମନରେଗା ଗାଡି ବାବଦରେ ଗତ 24 ସେପ୍ଟେମ୍ବର ଦିନ ପାଇକମାଲ ବ୍ଲକ ଅଫିସ କୁ ସୂଚନା ଅଧିକାର ଆଇନ ରେ ତଥ୍ୟ ପ୍ରଦାନ ପାଇଁ ଆବେଦନ କରାଯାଇଥିଲା | ହେଲେ ୫୫ ଦିନ ବିତିଯାଇଥିଲେବି ସେ ନେଇ ସୂଚନା ଦେଉନାହିଁ ବ୍ଲକ କର୍ତ୍ତୃପକ୍ଷ | ଗାଡି ବାବଦରେ କୋଣସି ତଥ୍ୟ ପ୍ରଦାନ ନ କରିବାକୁ ମନରେଗା ସେକ୍ସନ ଉପରେ କିଏ ଚାପ ପକାଉଛି ବୋଲି ସାଧାରଣରେ ପ୍ରଶ୍ନ ହେଇଛି | ଲୋକ କୁହାକୁହି ହେଉଛନ୍ତି "ଲୁଚିଛି ନ ଗୋଡ ଦିଟା ଦିଶୁଛି !"