ସ୍ବର୍ଗତ ବରିଷ୍ଠ ସାମ୍ବାଦିକ ନୀଳକଣ୍ଠ ଦାଶ ଙ୍କର ସ୍ମୃତି ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/,ଅଶୋକ ସାହୁ, ଶାସକ ପ୍ରଶାସକ: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ନନ୍ଦାହାଣ୍ଡି ଛକରେ ହାଲଚାଲ 66 ଆନୁକୁଲ୍ୟରେ ସ୍ବର୍ଗତ ସାମ୍ବାଦିକ ନୀଳକଣ୍ଠ ଦାଶ ସ୍ମୃତି ସଦନ କମିଟି ତରଫରୁ ସ୍ବର୍ଗତ ଦାଶଙ୍କର ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ସ୍ବର୍ଗତ ନୀଳକଣ୍ଠ ଦାଶ ଜଣେ ଉଚ୍ଚ କୋଟିର ସାମ୍ବାଦିକ ଥିବାବେଳେ ନବେ ଦଶକରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଭଳି ନିପଟ ପଲ୍ଲୀ ଅଂଚଳରେ ନିଜର ରାଜନୀତି ବୃତ୍ତି କରୁଥିବାବେଳେ ଦୁଇ ଦୁଇ ଥର ପଞ୍ଚାୟତ ସରପଞ୍ଚ ଥିବାବେଳେ , ନନ୍ଦାହାଣ୍ଡି ଛକ ଦିନେ ନିଘୋଞ୍ଚ ବନରାଜିରେ ପରିବେଷ୍ଟିତ ,ନିର୍ଜନ ନିସ୍ତବ୍ଧ ଜାଗା ଭାବରେ ରହିଥିଲା | ସେହି ଜାଗାକୁ ଲୋକେ ସବୁବେଳେ ଭୟଭିତ ଅବସ୍ଥାରେ ଯିବା ଆସିବା କରୁଥିଲେ | କିନ୍ତୁ ଏହି ଅଞ୍ଚଳର ଜଣେ ସୁଚିନ୍ତିତ ବରିଷ୍ଠ ସମାଜ ସେବକ ସାମ୍ବାଦିକ ସ୍ବର୍ଗତ ନୀଳକଣ୍ଠ ଦାଶ ନିଜ ପ୍ରୟାଶରେ ଏହି ଛକକୁ ଇନ୍ଦିରା କଲୋନୀ ନାମରେ ସ୍ଥାପନ କରାଇଥିଲେ | 1990 ମସିହାରେ ଏହି ଦୁର୍ଗମ ସ୍ଥାନରେ ସାପ୍ତାହିକ ହାଟ ବସାଇବାକୁ ଉଦ୍ୟମ କରିଥିଲେ ଯାହାକି ବର୍ତ୍ତମାନ ବନ୍ଦ ହୋଇ ଯାଇଛି | ନବରଙ୍ଗପୁରରୁ ଦିଗି ସଲପା ପାଇଁ ସରକାରୀ ବସ ଯାତାୟତ କରାଇବା ତାଙ୍କର ପ୍ରୟାସ ଥିଲା | ନନ୍ଦାହାଣ୍ଡି ପଞ୍ଚାୟତ ସମିତି କୁ ନିଜ ଗ୍ରାମ ପଞ୍ଚାୟତ ଠାରେ ନ କରି ଡଙ୍ଗରଭେଜା ଠାରେ ସ୍ବର୍ଗତ ମୃତ୍ୟୁଞ୍ଜୟ ତ୍ରିପାଠୀ , ସ୍ବର୍ଗତ ନୀଳକଣ୍ଠ ଦାଶ୍ , ଗଙ୍ଗାଧର ନାୟକ , ରଙ୍ଗନାଥ ମିଶ୍ର , କଂଗ୍ରେସ ନେତା ସରୁଗୁଡା ସବା ଚନ୍ଦ୍ର ଦାସ ବାବାଜୀ ମାନଙ୍କର ଚେଷ୍ଠା ଓ ସ୍ବର୍ଗତ ନିଳକଣ୍ଠ ଦାଶଙ୍କ ଉତ୍ସର୍ଗି କୃତ ଚିନ୍ତାଧାରାରେ ବ୍ଲକ ଅଫିସ କରାଇଥିଲେ । ବିଭିନ୍ନତା ଥିବା ଜଣେ ସରକାର ବିପରୀତ ଦିଗରେ ନିଜକୁ ଦଣ୍ଡାୟମାନ ବ୍ୟକ୍ତିତ୍ୱ ଥିଲେ ନୀଳକଣ୍ଠ ଦାଶ , ଯାହାକି ବହୁ ବାର ସରକାରଙ୍କ ବିରୋଧରେ , ଗ୍ରାମୀଣ ଲୋକ ମାନଙ୍କ ଦୁଃଖ ଓ ଜନତାଙ୍କର ଅସୁବିଧା ସୁବିଧାକୁ ସରକାରଙ୍କର ଆଖିଆଗକୁ ଆଣି ବିଦ୍ରୋହ କରି କାର୍ଯ୍ୟକ୍ରମ ସଫଳ ରୂପାୟନ କାରାଇ ପାରୁଥିବା ଜଣେ ସଫଳ ରାଜନେତା ଯାହାକି ନନ୍ଦାହାଣ୍ଡି ଗ୍ରାମରେ ଅନ୍ତ୍ୟତ୍ର ଚାଲିଯାଉଥିବା ହାଇସସ୍କୁଲ କୁ ନିଜ ଗ୍ରାମ ନନ୍ଦାହାଣ୍ଡି ଠାରେ ପ୍ରତିଷ୍ଠା କରାଇପାରିଥିଲେ , ସେ ଜଣେ ଏମିତି ସାମ୍ବାଦିକ ଥିଲେ ଯେ ନିଜର ପରିବାରର ଚିନ୍ତା ତାଙ୍କର ନ ଥିଲା ନଅ ଜଣ ଝିଅ ଗୋଟିଏ ପୁଅ ହେଲେ କେବଳ ଝିଅ ମାନଙ୍କ ବିବାହ କରି ପୁଅ ସନ୍ତୋଷ ଦାଶଙ୍କର ବାହା କରାଇବା ଛଡା ବର୍ତ୍ତମାନ ତାଙ୍କ ପାଖରେ ଭଲ ଘର ଖଣ୍ଡିଏ ନାହିଁ , ତାଙ୍କର ନିଜ ଖବର କାଗଜ ଅର୍ଦ୍ଧ ଚନ୍ଦ୍ର ନିଜେ ସମ୍ପାଦକ ରହି କାର୍ଯ୍ୟକ୍ରମ କରିଥିଲେ । ଆଜି ତାଙ୍କର ସ୍ମୃତି ଉଦ୍ୟେଶରେ ହାଲଚାଲ୬୬ youtube news portal ତରଫରୁ ଓ ସ୍ବର୍ଗତ ଶ୍ରୀ ଦାଶ ସ୍ମୃତି ସଦନ ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାବେଳେ , ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ,ନନ୍ଦାହାଣ୍ଡି ଜୋନ ୨ ଜିଲ୍ଲା ପରିସଦ ସଭ୍ୟ ଅରୁଣ କୁମାର ମିଶ୍ର , ସଭାପତି ସାମ୍ବାଦିକ ପ୍ରଭଞ୍ଜନ ତ୍ରିପାଠୀ , ସମ୍ପାଦକ ସାମ୍ବାଦିକ ଶିବ ଶଙ୍କର ପାଢ଼ୀ , ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ଶିକ୍ଷକ ଶରତ ଚନ୍ଦ୍ର ଦାଶ , ରାଜ୍ୟ ଶିକ୍ଷକ ସଙ୍ଘ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ , ସମାଜସେବୀ ଦୁର୍ଗା ପ୍ରସାଦ ପାଢ଼ୀ , ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟ ବୁଲୁ ହୋତା , ଜନଜାତି ସୁରକ୍ଷା ମଞ୍ଚର ସଭାପତି ରତନ ଭତରା ,ଦେଶିଆ ନାଟ୍ୟ ସଂଘର ସଭାପତି ନରସିଂହ ତ୍ରିପାଠୀ , ଚାଷୀ ସଙ୍ଗଠନ ସଭାପତି ବୃନ୍ଦାବନ ତ୍ରିପାଠୀ , ଏଙ୍କର ସମ୍ବାଦିକା ଶୁଭଶ୍ରୀ ଗନ୍ତାୟତ ,ସାମ୍ବାଦିକ ଅଶୋକ ସାହୁ , ସାମ୍ବାଦିକ ଶେଖର ଖୁରା , ସାମ୍ବାଦିକ ଲାଲୁ କର୍କରା , ସାମ୍ବାଦିକ ଶୁଭ୍ରଜିତ ତ୍ରିପାଠୀ , ଆଇନଜୀବି ଶ୍ରୀକାନ୍ତ କୁମାର ପଣ୍ଡା ,ତେନ୍ତୁଳିଖୁଣ୍ଟି ବ୍ଲକରୁ ସାମ୍ବାଦିକ ,ନବରଙ୍ଗପୁରରୁ ସାମ୍ବାଦିକ ଜୟପୁରରୁ ସାମ୍ବାଦିକ , ଇନ୍ଦ୍ରାବତୀ ରୁ ସାମ୍ବାଦିକଗଣ ତଥା ସ୍ବର୍ଗତ ଦାଶଙ୍କର ସପରିବାର ପୁଅ ବୋହୁ ,ଝିଅ, ଜ୍ୱାଇଁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ ।

0
0
0
s2sdefault