ଜମଲା ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ଜମଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରୋଗୀ କଲ୍ଯାଣ ସମିତି ର ଏକ ବୈଠକ ସମିତି ର ସଭାପତି ତଥା ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକରେ ଡଃ ଆଦିତ୍ୟ ଭୋଇ ଙ୍କ ରୋଗୀ କଲ୍ୟାଣ ସମିତି ର ଉଦ୍ଦେଶ୍ୟ ବିଷୟରେ ଜଣାଇବା ସହ ଡାକ୍ତରଖାନା ର ବିଭିନ୍ନ ଆନୁସଙ୍ଗିକ ସ୍ୱାସ୍ଥ୍ୟ ସେବା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ଏହା ସହିତ ୨୦୨୩ - ୨୪ ଆର୍ଥିକ ବର୍ଷରେ କଲ୍ଯାଣ କଳ୍ପ ପୁରସ୍କୃତ ହୋଇଥିବାରୁ ଏକଲକ୍ଷ ଟଙ୍କା ପ୍ରାପ୍ତ ହୋଇଥିଲା। ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଶେଖ୍ ୱାସିମ୍ ରାଜା ରୋଗୀ କଲ୍ଯାଣ ସମିତିର ରୋଗୀ ସେବା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ପରେ ବିଧାୟିକା ଅନ୍ତର୍ବିଭାଗ, ବହିର୍ବିଭାଗ ଓ ଔଷଧ ବିଭାଗକୁ ପରିଦର୍ଶନ କରିଥିଲେ। ଏହି ବୈଠକରେ ରୋଗୀ କଲ୍ୟାଣ ସମିତିର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ।

0
0
0
s2sdefault