ରାୟଗଡ: ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କ ହତ୍ୟା ମାମଲାର ୧୪ ବର୍ଷ ପରେ ଶୁଣାଣି କରିଛନ୍ତି ରାୟଗଡ଼ା ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତ। ଉକ୍ତ ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ଏନ. ଭାସ୍କରଙ୍କ ସମେତ ମୋଟ ୬ ଜଣଙ୍କ ନାଁରେ ଅଦାଲତ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି। ଅନ୍ୟମାନେ ହେଲେ ୟେଲା ଭେଙ୍କେଟେଶ୍ଵର ରାଓ (କୋଣ୍ଡାବାବୁ), କେ. କ୍ରୀଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ଏନ. ଆଦି ନାରାୟଣା ଓ ପି. ଦିଲୀପ କୁମାର । ସାକ୍ଷ୍ୟ ପ୍ରମାଣ ଏବଂ ତଦନ୍ତ ରିପୋର୍ଟକୁ ଆଧାର କରି ଏସଡିଜେଏମ କୋର୍ଟ ଏହି ଶୁଣାଣି କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ୨୦୧୩ ମସିହା ଡିସେମ୍ବର ୧୫ ତାରିଖରେ ରାୟଗଡ଼ ଜିଲ୍ଲାର ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ନିଖୋଜ ହୋଇଯାଇଥିଲେ । ପରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା । ଭାଗିରଥୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ରାଜ୍ୟ ବାହାରେ ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ସେତେବେଳେ ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ସେହି ସମୟରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ସ୍ଥିତି ଅଣାୟତ୍ତ ହେବା ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
ରାଜ୍ୟ
ଆଦିବାସୀ ନେତା ହତ୍ୟା ମାମଲା: ପୂର୍ବତନ ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ସମେତ ମୋଟ ଛଅ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା
- Hits: 18