ହେଡଲାଇନସ୍:

ଓଡିଆଣୀ ବେଶରେ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ପବିତ୍ର ଅଁଳା ନବମୀରେ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପାଳ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ଠାରୁ ଚନ୍ଦନ ପୁଷ୍କରିଣୀ ପର୍ଯ୍ୟନ୍ତ ତିନି ଥାକିଆ ବ୍ଯାରିକେଡ ମଧ୍ଯରେ ଭକ୍ତ ଓ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଧାଡିରେ ଯାଇ ସିଂହଦ୍ଵାର ଦେଇ ମନ୍ଦିର ପ୍ରବେଶ କରିଥିଲେ । ପୂର୍ବଦିନ ଭୋରୁ ମା ରାଧାରାଣୀଙ୍କ ନୀତିକାନ୍ତି ଶେଷ ହେବା ପରେ ସାହାଣମେଲା ହୋଇଥିଲା । ଶ୍ରଦ୍ଧାଳୁ ଓ ଭକ୍ତ ମାନେ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା ସହ ରାଧାରାଣୀଙ୍କ ଓଡିଆଣୀ ବେଶ ସହ ରାଧାପାଦ ଦର୍ଶନ କରି କୃପାଲାଭ ପାଇଥିଲେ । ସାକ୍ଷୀଗୋପାଳ ମନ୍ଦିର ଫୁଲ ଓ ରଙ୍ଗୀନ ଆଲୋକ ମାଳରେ ସଜେଇ ହୋଇଥିଲା । ମନ୍ଦିର ଚତୁପାର୍ଶ୍ଵ ସହ ସିଂହଦ୍ଵାର, ବକୁଳବନ, ପଞ୍ଚାସଖା ସମାଧୀପୀଠ ,ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ, କଲେଜ ଛକ, ମନ୍ଦିର ବାଇପାସ ଓ ସାକ୍ଷୀଗୋପାଳ ବଜାର ଉଜ୍ଜ୍ବଳ ଆଲୋକ ମାଳାରେ ବିଚ୍ଛୁରିତରେ ଆଲୋକିତ ହୋଇଥିଲା । ତୀର୍ଥ ପୁଷ୍କରିଣୀ ଚନ୍ଦନ ପୋଖରୀ ସହ ଶ୍ଯାମ କୁଣ୍ଡ ସଫେଇ କରାଯାଇଥିଲା । ରାସ୍ତାରେ ଫେଭର ମେସିନ ପିଚୁ କରାଯାଇ ନବୀକରଣ କରାଯାଇଥିଲା । ପାର୍କିଂ ବ୍ଯବସ୍ଥା, ପାନୀୟଜଳ ଯୋଗାଣ ବ୍ଯବସ୍ଥା ଓ ଶ୍ରଦ୍ଧାଳୁଙ୍କ ପାଇଁ ମେଡ଼ିକାଲ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା । ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀରାଧାଙ୍କ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜଗଦ୍ଧାତ୍ରୀ ପୂଜା ଅବସରରେ ଜଗନ୍ନାଥ ମହାପ୍ରଭୁଙ୍କ ଅଜା ଭାବେ ପରିଚିତ ସିଦ୍ଧ ବଳରାମଙ୍କ ମନ୍ଦିର ସମ୍ମୁଖରେ ଅଁଳା ବୃକ୍ଷ ନିକଟରେ ହବିଷିଆଳିଙ୍କ ପୂଜା ଭିଡ ଦେଖିବାକୁ ମିଳିଥିଲା । ଭଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ଭାବବିହ୍ବଳ ଓ ଆନନ୍ଦିତ ହୋଇଥିଲେ ଦର୍ଶକ । ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା ଓ ସିଂହଦ୍ଵାର ଠାରେ ଜୟ ଜଗନ୍ନାଥ ଦିବ୍ଯାଙ୍ଗ ଭଜନ ସଂଘ ପକ୍ଷରୁ ଭଜନ ପରିବେଷଣ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରର ଟ୍ରଷ୍ଟର ସଦସ୍ଯ, ସେବାୟତ, ସ୍ବେଛାସେବୀ, ବିଭିନ୍ନ କ୍ଲବର ସଦସ୍ଯ ସଦସ୍ଯାଙ୍କ ସମେତ ଆଖପାଖ ଅଞ୍ଚଳର ଅନୁଷ୍ଠାନର କର୍ମକର୍ତ୍ତା ମାନେ ଜଳ ବଣ୍ଟନ, ପାଣି ସିଞ୍ଚନ ଓ ଅନ୍ଯାନ୍ଯ ସୁବିଧା ସୁଯୋଗ ଯୋଗାଇ ଦେଇଥିଲେ । ପୋଲିସ ପ୍ରଶାସନର ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲାଙ୍କ ଅନୁଧ୍ୟାନ ସହ ଓ ତାଙ୍କ ନିର୍ଦେଶ କ୍ରମେ ୨୦ ପ୍ଲାଟୁନ ଫୋର୍ସ, ୩ ଜଣ ଅତିରିକ୍ତ ଏସପି, ୮ ଜଣ ଏସଡିପିଓ ସମେତ ସତ୍ଯବାଦୀ ଥାନା ଆଇଆଇସିଙ୍କ ସହିତ ଅନ୍ଯ ଅଧିକାରୀ ମାନେ ଦାୟୀତ୍ବ ରହି ସୂଚାରୂପେ କାର୍ଯ୍ୟ କରିଥିଲେ । ଏହି ରାଧାରାଣୀଙ୍କ ପାଦ ଦର୍ଶନ ବର୍ଷକୁ ଥରେ ଭକ୍ତ ମାନେ ସ୍ବଚକ୍ଷୁରେ ଦର୍ଶନ କରିପାରନ୍ତି । ବର୍ଷ ତମାମ ରାଧାରାଣୀଙ୍କ ପାଦ ଦର୍ଶନ କରିବାର ସୁଯୋଗ ମିଳିନଥାଏ । ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ମାନେ ସାକ୍ଷୀଗୋପାଳ ଶ୍ରୀଗୋପୀନାଥ ଓ ରାଧାରାଣୀଙ୍କ ଦର୍ଶନ ପରେ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରି ମହାଆନଦ ଉଲ୍ଲାସର ସହ ଘରକୁ ଫେରିଥିଲେ ।

0
0
0
s2sdefault