ହେଡଲାଇନସ୍:

ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖୀ କରିବାକୁ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ପ୍ରାଧାନ୍ୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୧୦ ନଭେମ୍ବର ୨୦୨୪ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଜି ଭୁନେଶ୍ୱରସ୍ଥିତ କନଭେନସନ୍‌ ସେଣ୍ଟର୍‌ଠାରେ ‘ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ ୨୦୨୪’ ଉଦ୍‌ଘାଟିତ ହୋଇଯାଇଛି । ସମ୍ମିଳନୀ ଅବସରରେ ଶ୍ରୀ ଅନ୍ନର ବହୁଳ ବ୍ୟବହାର ଏବଂ ଏହାର ଗୁଣାତ୍ମକ ଦିଗ ବାବଦରେ ବିଭିନ୍ନ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।
ଏକ ବୈଷୟିକ ଅଧିବେଶନରେ ବିସ୍ମୃତ ଖାଦ୍ୟଶସ୍ୟର ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗକୁ ନେଇ ବିସ୍ତୃତ ଆଲୋଚନା । ଏହି ଆଲୋଚନାରେ ବିସ୍ମୃତ ଖାଦ୍ୟକୁ ଲୋକାଭିମୁଖ କରିବା ଉଦ୍ଦେଶ୍ୟରେ ଏହାକୁ କିପରି ନୂତନ ଉପାୟରେ, ନୂତନ ପ୍ରଣାଳୀ ମାଧ୍ୟମରେ ଅଧିକ ଲୋକପ୍ରିୟ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା ।

ବୈଠକର ମୁଖ୍ୟବକ୍ତା ଭାବେ ଯୋଗଦେଇ ଓୟୁଏଟିର ଅଧ୍ୟାପକ ଡ. ନିହାର ରଞ୍ଜନ ସାହୁ ନୂତନ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ ଦ୍ୱାରା ବିସ୍ମୃତ ଖାଦ୍ୟକୁ କିଭଳି ପୁଣି ଲୋକପ୍ରିୟ କରାଯାଇପାରିବ ସେ ନେଇ ମତ ରଖିଥିଲେ । ମହାରାଷ୍ଟ୍ରରୁ ଆସିଥିବା ସୃଜନ ସଂସ୍ଥାର ଟିମ୍‌ ଲିଡର ଶ୍ରୀ ସନ୍ଦୀପ ଭୂଜେଲ ଆତ ଉତ୍ପାଦନରେ ଆଣିଥିବା ବୈପ୍ଲବିକ ପରିବର୍ତ୍ତନ ଓ ନିଜର ଅନୁଭୂତି ସମ୍ପର୍କରେ ଆଲୋଚନା କରିଥିଲେ । ଏମ୍‌. ଏସ୍‌. ସ୍ୱମୀନାଥାନ ରିସର୍ଚ୍ଚ ଫାଉଣ୍ଡେସନର ବୈଜ୍ଞାନିକ ଡ କାର୍ତ୍ତିକ ଚରଣ ଲେଙ୍କା ପୋଷଣୀୟ ଶକ୍ତି ବୃଦ୍ଧିରେ ବିସ୍ମୃତ ଖାଦ୍ୟର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ । ସେଣ୍ଟ୍ରାଲ ଟୁ୍ୟବର୍‌ କ୍ରª ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅଧକ୍ଷ ଡ଼. କେ. ଲକ୍ଷ୍ମୀନାରୟଣ ମାଟି ତଳେ ଫଳୁଥିବା ଫସଲ ଯଥା - ମାଟି ଆଳୁ, ପାଳୁଅ, କନ୍ଦମୂଳ, ସାରୁ ଆଦି ଫସଲର ମୂଲ୍ୟଯୋଗ ସମ୍ପର୍କରେ ସୂଚନା ଦେଇଥିଲେ ।

ତାଞ୍ଜାଭୁରସ୍ଥିତ ଦି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଫୁଡ୍‌ ଟେକ୍ନୋଲୋଜି, ଏଣ୍ଟ୍ରୋପ୍ରିନୋର୍ସିିପ ଆଣ୍ଡ ମାନେଜ୍‌ମେଣ୍ଟର ସହାୟକ ଅଧ୍ୟାପକ ଡ଼ ଭିନସେଣ୍ଟ ହେମା ବିସ୍ମୃତ ଖାଦ୍ୟର ପୋଷଣୀୟତା ବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ । ବୈଠକରେ ଅନେକ ଚାଷୀ ଯୋଗ ଦଇ ଚାଷକୁ ନେଇ ନିଜ ନିଜ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଶେଷରେ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

0
0
0
s2sdefault