ବରଗଡ ଜିଲ୍ଲା ର ସଦର ମହକୁମା ଠାରୁ ରାଜ୍ୟ ରାଜ ପଥ ରେ 50 କିଲୋମିଟର ଦୂର ପଦ୍ମପୁର ଗଲାବେଳେ ବାଟ ରେ ପଡ଼ିଥାଏ କୁଚିପlଲି ଗ୍ରାମ l ଏହି ଗ୍ରାମ ର ୱାର୍ଡ ସଂଖ୍ୟା ହେଉଛି ଆଠ l ଜନ ସଂଖ୍ୟା ହେଉଛି ତିନି ହଜାର ରୁ ଅଧିକ l ସମଗ୍ର ପଶ୍ଚିମ ଓଡ଼ିଶା ସହିତ ପଡୋଶୀ ରାଜ୍ୟ ଛତିଶଗଡ଼ ରେ ମଧ୍ୟ ଏ ହି ଗ୍ରାମ ର ସ୍ବତନ୍ତ୍ର ପରିଚୟ ରହିଛି, କେବଳ ଜୁଗlର ଯାତ୍ରା ପାଇଁ l ବରଗଡ଼ ଜିଲ୍ଲା ହେଉଛି କୃଷି ପ୍ରଧାନ ଜିଲ୍ଲା l ଧାନ ହେଉଛି ଏଠିକାର ମୁଖ୍ୟ ଚାଷ l କୃଷି କୁ ଭିତ୍ତି କରି ପଶ୍ଚିମ ଓଡ଼ିଶା ର ମୁଖ୍ୟ ପର୍ବ ହେଉଛି ନୂଆଁଖାଇ। ଜୁଗlର ଯାତ୍ରା ଯଦି ବି ଏକ କୃଷି ଭିତ୍ତିକ ପର୍ବ ନୁହେଁ, ତଥାପି କୃଷି ରୁ ଅମଳ ହେଉ ଥିବା ଶସ୍ୟ ସହିତ ଏହାର ସମ୍ପର୍କ ରହିଛି । ପଶ୍ଚିମ ଓଡ଼ିଶାର ବିଭିନ୍ନ ଶକ୍ତି ପୀଠ ଗୁଡ଼ିକ ରେ ଆ ଜି ମଧ୍ୟ ମା ଙ୍କ ନାମ ରେ ବଳୀ ଦିଆଯାଉଛି l କିନ୍ତୁ ବର୍ତ୍ତମାନ ବଳୀ କୁ ବନ୍ଦ କରିବା ପାଇଁ ଜନ ସଚେତନତା ମାଧ୍ୟମ ରେ ପ୍ରୟାସ ଜାରି ରହିଛି l ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି କୁଚିପାଲି ଗ୍ରାମ l ନିଜର ମନୋସ୍କାମନା ପୁରଣ କରିବ ପାଇଁ 1985 ମସିହାରେ ଗ୍ରାମ ର ଜନସାଧାରଣ ନିଷ୍ପତି ନେଲେ ଯେ ପଶୁ ବଳୀ ବଦଳ ରେ ନିଜ ଚାଷ ଜମି ରୁ ଉତ୍ପାଦିତ ଶସ୍ୟ କୁ ମା ଙ୍କ ନିକଟ ରେ ଭୋଗ ରୂପେ ଅର୍ପଣ କରିବେ l ଏ ହିଭଳି ଚିନ୍ତା ଧାରା ରୁ ଆରମ୍ଭ ହେଇଥିଲା ଯୁଗାର ଯାତ୍ରା l ଗ୍ରାମ ର ସମସ୍ତ ଗ୍ରାମବାସୀ ଙ୍କ ଆନ୍ତରିକ ଉଦ୍ୟମ ଓ ନିଷ୍ଠା ବଳ ରେ କାଳୀ ପୂଜା ଦିନ ହିଁ ଆରମ୍ଭ ହେଇଥିଲା ଏହି ଯୁଗlର ଯାତ୍ରା l ଏହି ଯୁଗାର ଯାତ୍ରା ହେଉଛି କାଳୀ ପୂଜା ର ଏକ ମୁଖ୍ୟ ଅଂଶ l ଏଥି ପାଇଁ ଦଶହରା ପୂର୍ଣ୍ଣିମା ଦିନ ରୁ ପାରମ୍ପରିକ ରୀତି ଅନୁସାରେ ସାତୋଟି ସ୍ଥାନ ରୁ ମାଟି ଅଣlଯାଏ ଓ ମା କାଳୀ ଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଏ l ସେହିଭଳି କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ରୁ ତିନି ଦିନ ପର୍ଯ୍ୟନ୍ତ ଏ ହି ଯାତ୍ରା ଚାଲିଥାଏ। ପୂଜା ଆରମ୍ଭ ର ପୂର୍ବ ଦିନ ଗ୍ରାମ ର ସମସ୍ତ ମହିଳା ଉପବାସ କରନ୍ତି ଓ ଗ୍ରାମ ନିକଟରେ ଥିବା ନଦୀ ରୁ କଳସ ରେ ପାଣି ଆଣି ଏକ ଶୋଭାଯାତ୍ରା ରେ ଗ୍ରାମ ପରି ଭ୍ରମଣ କରି ମଣ୍ଡପ କୁ ଆସନ୍ତି, ଯାହା କଳସ ଯାତ୍ରା ନାମରେ ନାମିତ l ଏହା ସହିତ ବିଧିବଦ୍ଧ ଭାବେ ପୂଜା କାର୍ଯ ଆରମ୍ଭ ହେଇଥlଏ l ଲି ଆ ବା ଖଇ ସହିତ ଗୁଡ଼ କୁ ମିଶାଇ ଯୁଗlର ପ୍ରସ୍ତୁତ କରାଯାଇଥାଏ l ପ୍ରଥମେ 1985ମସିହା ଆରମ୍ଭ ହୋଇଥିବା ଏହି ଯାତ୍ରା ରେ ଗ୍ରାମ ର ପୂର୍ବତନ ସରପଞ୍ଚ ସ୍ବର୍ଗତ ଶ୍ରୀବତ୍ସ ସାଏ ଙ୍କ ପରିବା ର ଙ୍କ ପକ୍ଷରୁ ପ୍ରସ୍ତୁତ ଯୁଗlର ମା କାଳୀ ଙ୍କ ପାଖ ରେ ଅର୍ପଣ କରାଯାଇଥିଲା l ସେ ହି ପରମ୍ପରା କୁ ପଥେ ୟ କରି ଆଜି ମଧ୍ୟ ମୁଖ୍ୟ ଯୁଗାର ଟି 21 ତାମ୍ବି ଲିଆ ଓ ଏକ ମା ଠୀ ଆ ଗୁଡ଼ ରେ ଯୁଗlର ଟି ସାଏ ଙ୍କ ପରିବା ର ପକ୍ଷ ରୁ ପ୍ରସ୍ତୁତ କରାଯାଏ l ଯାହା ର ଉଚ୍ଚତା 6 ଫୁଟ ରୁ ଅଧିକ ଓ ଗୋଲେଇ 3 ଫୁଟ ରୁ ଅଧିକ ହୋଇ ଥା ଏ l ଏହା ସହିତ ଏ ହି ଯୁଗlର ରେ ରଙ୍ଗୀନ କାଗଜ ରେ ଆଚ୍ଛାଦିତ କରାଯାଇ ଏହାକୁ ଆହୁରି ସୁସଜିତ୍ତ କରାଯାଇଥାଏ ଓ ମା ଙ୍କୁ ଅର୍ପଣ କରାଯାଏ ଥା ଏ l ପରେ ଅନ୍ୟାନ୍ୟ ଭକ୍ତ ନିଜର ଯୁଗlର ପ୍ରସ୍ତୁତ କରନ୍ତି l ଶେଷ ଦିନରେ ଘୁମୁରା,ଦୁଲ ଦୁଲି ବାଜା, ଘଣ୍ଟ ବାଦ୍ୟ ସହିତ ସମସ୍ତ ଯୁଗାର କୁ ଭକ୍ତ ମାନେ ନିଜ କାନ୍ଧରେ ବୋହି ଏକ ବିଶାଳ ଶୋଭଯାତ୍ରା ରେ ଗ୍ରାମ ପରିକ୍ରମା କରନ୍ତି ଓ ପୂଜା ମଣ୍ଡପରେ ସମସ୍ତ ଯୁଗlର କୁ ମା ଙ୍କ ପାଖରେ ଅର୍ପଣ କରନ୍ତି l ଏହି ଶୋଭାଯାତ୍ରା ରେ ଗ୍ରାମ ର ସମସ୍ତ ଭକ୍ତ ଙ୍କ ସହିତ ପଶ୍ଚିମ ଓଡ଼ିଶା ର ବରଗଡ, ସମ୍ବଲପୁର , ବଲାଙ୍ଗୀର, କଳାହାଣ୍ଡି, ନୂଆପଡା ଜିଲ୍ଲା ସହିତ ପଡ଼ୋଶୀ ଛତିଶ ଗଡ଼ ରାଜ୍ୟ ର ଶତାଧିକ ଭକ୍ତ ସାମିଲ ହୋଇ ଥାଆନ୍ତି l ପୂଜା ଶେଷ ହେବା ପରେ ସମସ୍ତ ଯୁଗlର କୁ ପ୍ରସାଦ କରା ଯାଏ ଓ ସମସ୍ୟା ଙ୍କୁ ବଣ୍ଟନ କରାଯାଏ l ଏହି ଯାତ୍ରା ରେ ପୂଜା ରେ କର୍ତ୍ତା ହେବା ପାଇଁ ଭକ୍ତ ଙ୍କୁ ପୂର୍ବ ବର୍ଷ ରୁ କମିଟି ରେ ଆବେଦନ କରିବାକୁ ପଡ଼ିଥା ଏ l ଯେଉ ଭକ୍ତ ଏହି କର୍ତ୍ତା ପାଇଁ ସୁଯୋଗ ପାଆ ନ୍ତୀ ସେ ନିଜକୁ ଭାଗ୍ୟବାନ ମନେ କରନ୍ତି l ସେହି ଭଳି ଯୁଗ l ର ଯାତ୍ରା କୁଚିପାଳିଗ୍ରାମ ର ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ର ଲୋକ ଙ୍କ ମଧ୍ୟ ରେ ନିବିଡ଼ ବନ୍ଧୁତ୍ୱ ଓ ଭାଇଚାରା ସୃଷ୍ଟି କରିଛି l କେଉ ଆବାହନ କାଳ ରୁ ଏହି ଗ୍ରାମ ରେ ମୁସଲମାନ ସମ୍ପ୍ରଦାୟ ର ଲୋକ ବାସ କରୁଛନ୍ତି l ଏହି ଯାତ୍ରା ସମୟ ରେ ଉଭୟ ସମ୍ପ୍ରଦାୟ ର ଲୋକ ମିଶି ଯାତ୍ରା କୁ ପରିଚାଳନା କରନ୍ତି l 1994 ମସିହା ରେ ରସିଦ ଖାଁ ଏହି ଯାତ୍ରା କମିଟି ର ସଭାପତି ହୋଇ ଥିଲେ l ଏହି ଯୁଗାର ଯାତ୍ରା କୁଚିପାଲି ଗ୍ରାମ ଓ ଆଖ ପାଖ ଅଂଚଳରେ ସାଂସ୍କୃତିକ ସଚେତନତା ସୃଷ୍ଟି କରି ପାରିଛି l
ରାଜ୍ୟ
କୁଚିପାଲି ର ଜୁଗାର ଯାତ୍ରା
- Hits: 45