ହେଡଲାଇନସ୍:

ଗ୍ରାମାଞ୍ଚଳରେ ଜିପିଏସ୍:ପୂର୍ତ୍ତି ହେଲା ଏକ ବର୍ଷ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗ୍ରାମାଞ୍ଚଳ ପରିବହନ ସେବା ଦେଖାଇଛି ଆର୍ଥିକ ବିକାଶର ପଥ ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା ୪-୧୧-୨୦୨୪ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ପ୍ରଚଳନର ଏକ ବର୍ଷ ପୂର୍ତ୍ତି ହୋଇଯାଇଛି। ଏହି ବସ ସେବା ଦ୍ୱାରା ଗ୍ରାମାଞ୍ଚଳରେ ବେଶ ପ୍ରଭାବ ପକାଇଛି। ପ୍ରତିଦିନ ବସ ଯାତ୍ରା ପାଇଁ ଲୋକଙ୍କ ଅପେକ୍ଷା ରହୁଛି। ସୁଲଭ ମୂଲ୍ୟରେ ଯାତ୍ରା ମନରେ ଅଫୁରନ୍ତ ଆନନ୍ଦ ଦେଇପାରିଛି। ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳ ପରିବହନ ସେବା ଯୋଜନାର ଶୁଭାରମ୍ଭ ହେବାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ଜିପିଏସ୍ ବସ ଜିଲ୍ଲା ପରିଚାଳକ ସ୍ବଦେଶ କୁମାର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ଜିପିଏସ୍ ସେବାର ନୋଡାଲ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସ୍ଵଳ୍ପ ସଞ୍ଚୟ ସହ ନିର୍ଦ୍ଦେଶକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ, ବିବେକାନନ୍ଦ ମହାନନ୍ଦ ଓ ଓଏସଆରଟିସି ସହକାରୀ ପରିଚାଳକ ଶାଶ୍ୱତ ପ୍ରଧାନ ଅତିଥି ରୂପେ ଯୋଗଦେଇଥିଲେ। ବର୍ତ୍ତମାନ ଜିପିଏସ୍ ର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରତିଦିନ ୧୦ହଜାର ଏମିତିକି କେଉଁ କେଉଁ ଦିନ ୧୪ହଜାରରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରିଥିବା କୁହାଯାଇଛି। ଜିପିଏସ୍ ରେ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ସୁଲଭ ଦରରେ ସବୁ ବର୍ଗର ଲୋକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ବଡ ସୁଯୋଗ ଦେଇଛି।ଆଗାମୀ ଦିନରେ ଅଧିକରୁ ଅଧିକ ଯାତ୍ରୀ ସଂଖ୍ୟା ବୃଦ୍ଧି କେମିତି ହେବ ସେଥିପ୍ରତି ସମସ୍ତେ ଗୁରୁରର ସହ ନିଜ ଦାୟିତ୍ୱ ସମ୍ପାଦନ କରିବା ଉଚିତ ବୋଲି ନିଜ ଅଭିଭାଷଣରେ ପ୍ରକାଶ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶ୍ରେଷ୍ଠ ବ୍ଲକ ସୁପରଭାଇଜର ଅରବିନ୍ଦ ସାହା, ଗିରିଧାରୀ ବାଗ ଓ ପାର୍ବନ ମଶ୍ରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଡ୍ରାଇଭର ଓ ଶ୍ରେଷ୍ଠ କଣ୍ଡକ୍ଟର ଭାବେ ସତ୍ୟବାନ ତାଣ୍ଡି ଓ ମଦନପୁର ରାମପୁର ବ୍ଲକର ମିଶନ ଶକ୍ତି କଣ୍ଡକ୍ଟର ସସ୍ମିତା ନାୟକ ଏବଂ ଶ୍ରେଷ୍ଠ ଏନଫୋର୍ସମେଣ୍ଟ ଷ୍ଟାଫ ରୂପେ ଶୁଭେନ୍ଦୁ ପୁରୋହିତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଉତ୍ସବରେ ସମସ୍ତ ୧୩ଟି ବ୍ଲକର ସୁପରଭାଇଜର , ଜ୍ୟୋତି ଶଙ୍କର ନାୟକ,ଶିଶିର ବାଗ ଦୀପକ ନିଆଲ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସାର୍ଥକ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault