ହେଡଲାଇନସ୍:

ବରଗଡ଼ ଜିଲ୍ଲାପାଳ, ଏସ ପି ଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟ ସୂଚୀ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲାପାଳ ଓ ଏସପି ଙ୍କ ମିଳିତ ଅଭିଯୋଗ ଶୁଣାଣି ନଭେମ୍ବର ମାସ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି l ଆସନ୍ତା 4/11 ତାରିଖ ରେ ବରପାଲି ବ୍ଲକ ଅଫିସ କାର୍ଯ୍ୟାଳୟ,11/11ତାରିଖ ରେ ସୋହେଲା ବ୍ଲକ ଅଫିସ କାର୍ଯ୍ୟାଳୟ 18/11ରେ ବରଗଡ଼ ବ୍ଲକ କାର୍ଯ୍ୟାଳୟ 25/11 ରେ ପାଇକମାଲ ବ୍ଲକ ଅଫିସ କାର୍ଯ୍ୟାଳୟ ରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ l
ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି l ଚିକିତ୍ସା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଶ୍ରମ, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଜଳ ଛାୟା, ଯୋଗାଣ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଶ୍ରୀ ଗୋୟଲ ନିର୍ଦେଶ ଦେଇଛନ୍ତି l

0
0
0
s2sdefault