ହେଡଲାଇନସ୍:

ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ରେ ପଞ୍ଚମ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ଅନଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ଼ -( ଘନଶ୍ୟାମ ନାଗ) ଅଦ୍ୟ ତାରିଖ - 30/10/2024 ବୁଧବାର ଦିନ ଗୋଖୁରୁଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ବିଜେପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଗୋପାଳ ସିଂ ସୁନା ଙ୍କ ଦ୍ଵାରା ପଞ୍ଚମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନଷ୍ଠିତ ହୋଇଥିଲା l ବୈଠକ ରେ ବିଜେପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମେହେର ସଭାପତିତ୍ବ କରିଥିଲେ l ପ୍ରଥମେ ଓ ପି ଏସ ସି ରେ କୃତକାର୍ଯ୍ୟ ହୋଇଥିବା ଶିକ୍ଷୟିତ୍ରୀ ସରିତା ମାଝୀ ଙ୍କୁ ଅଭିନନ୍ଦନ ଜ୍ଞାପନ କରା ଯାଇଥିଲା ଓ ନୂତନ ଭାବେ ଯୋଗଦାନ ଦେଇଥିବା କନିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀ ଙ୍କୁ ସ୍ଵାଗତ କର ଯାଇଥିଲା ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଙ୍କ ଆଦେଶ ଅନୁଯାୟୀ ଅକ୍ଟୋବର ମାସ ର ଶୈକ୍ଷିକ କ୍ୟାଲେଣ୍ଡର ଓ ମାନ ନିର୍ଦ୍ଧାରଣ ଟ୍ରାକର୍ ଆଲୋଚନା ବିଭିନ୍ନ ବିଷୟ ବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କର ଯାଇଥିଲା l ଟିଟିଲାଗଡ଼ ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଅଭିରାମ ମାଝୀ ଏବଂ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୋଦଣ୍ଡ ଭୋଇ ପରିଦର୍ଶନ କରିଥିଲେ l ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଭିନ୍ନ ବିଷୟ ରେ ଆଲୋଚନା କରିବା ସହିତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୁ ନେଇ ତାହାର ଉଦ୍ଦେଶ୍ୟ , ସରକାରଙ୍କ ନିର୍ଦ୍ଧାରିତ ସମୟ ସୀମା ଓ ଛାତ୍ର/ଛାତ୍ରୀ କିପରି ଉପକୃତ ହେବେ l ଏବଂ PARAKH ( NAS )ବା ସାମଗ୍ରିକ ବିକାଶ ପାଇଁ ଜ୍ଞାନ ର କାର୍ଯ ଦକ୍ଷତା ମୂଲ୍ୟାଙ୍କନ , ସମୀକ୍ଷା ଏବଂ ବିଶ୍ଳେଷଣ ଉପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଆଲୋକପାତ କରିଥିଲେ ଓ ପ୍ରଧାନ ଶିକ୍ଷକ ମାନଙ୍କୁ ଅନୁରୋଧ କରିଥିଲେ ପ୍ରତିଦିନ ଶ୍ରେଣୀ ୩,୬,୯ ର ଛାତ୍ର ଛାତ୍ରୀ ଙ୍କୁ ନମୁନା ପ୍ରଶ୍ନ ଅଭ୍ୟାସ କରାଇବେ l ଉକ୍ତ ବୈଠକ ରେ ଗୋଖୁରୁଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିରେନ୍ଦ୍ର ମାଝୀ , ଙ୍କ ସହିତ ଭୂପେନ୍ଦ୍ର ସାଗର , ମକର ବାରିକ , ଗୌର ବଗର୍ତ୍ତୀ , ଅନୋଲା ହୋରୋ , ରଜନୀକାନ୍ତ ବାଗ ଓ ଆଦିକନ୍ଦ ମାଝୀ , ଜୟ କୃଷ୍ଣ ଝାଙ୍କର ଙ୍କ ସହିତ ଅନ୍ୟ ପ୍ରଧାନ ଶିକ୍ଷକ ଓ ସହ ସହକାରୀ ଶିକ୍ଷକ/ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l

0
0
0
s2sdefault