ହେଡଲାଇନସ୍:

ପୁଟୁକିଗ୍ରିଞ୍ଜେଲ ସ୍କୁଲରେ ଧାରଣା ସମାଧାନ ହେଲାନି, ଜାରିରହିଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ ): ବିଜେପୁର ଗୋଷ୍ଠୀ ଶିକ୍ଷା ବିଭାଗ ର ପୁତୁକିଗ୍ରୀଞ୍ଜେଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦାବିରେ ଚାଲିଥିବା ଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି l ଜଣେ ଶିକ୍ଷକକୁ ଡେପୁଟେସନ ରେ ଦିଆଯାଇଥିବା ବେଳେ ଗ୍ରାମବାସୀ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇବା ଦାବିରେ ଧାରଣା ଜାରି ରଖିଛନ୍ତି l ଫଳରେ ଶତାଧିକ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି l ସୂଚନାଯୋଗ୍ୟ. ଗତ ୨୦୨୧ମସିହାରେ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ ଅବସରନେବା ପରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି l ସେହିପରି ବିଦ୍ୟାଳୟର କାର୍ଯ୍ୟରତ ଅନ୍ୟଜଣ ଶିକ୍ଷକ ଙ୍କୁ ମଧ୍ୟ ସିଆରସିସି ଭାବରେ ଦୁଇବର୍ଷ ହେଲା ଅନ୍ୟତ୍ର ବଦଳି କରାଯାଇଛି l ତେଣୁ ବିଦ୍ୟାଳୟ ର ୮ଟି ଶ୍ରେଣୀ ୩ଜଣ ଶିକ୍ଷକ ରହିଥିବା ବେଳେ ଠିକଭାବରେ ଶିକ୍ଷାଦାନ ହେଇପାରୁନାହଁ l ଏହି ଶିକ୍ଷକର ସମସ୍ୟାର ସମାଧାନ ପାଇଁ ପରିଚାଳନା କମିଟି ଓ ଅବିଭାବକ ମାନେ ବିଦ୍ୟାଳୟ ରେ ତାଲାଦେଇ ମଙ୍ଗଳବାର ଠାରୁ ଧାରଣାରେ ବସିଛନ୍ତି l ବୁଧବାର ଶିକ୍ଷା ବିଭାଗର ଅଧିକାରୀ ପହଞ୍ଚି ସମାଧାନ ପାଇଁ ଉଦ୍ୟମ କରିଥିଲେ ମାତ୍ର ଧାରଣା ପ୍ରତ୍ୟାହୃତ ହୋଇ ପାରିନାହିଁ l ଏ ସଂକ୍ରାନ୍ତରେ ବିଇଓ ନାରାୟଣ ଭୋଇ କୁ ପଚରାଯିବାରୁ ଜଣେ ଶିକ୍ଷକ ଦିଆଯାଇଛି ଏବଂ ଆଉ ଜଣେ ଶିକ୍ଷକ ଦେବାର ପ୍ରତିଶୃତି ଦେବାସତ୍ୱେ ସମସ୍ୟାର ସମାଧାନ ହୋଇ ପାରିଲାନାହିଁ l ଡ଼ିଇଓ ରାଧାକାନ୍ତ ଛତ୍ରୀଙ୍କ ମତାମତ ନିଆଯିବା ରୁ ଜଣେ ଶିକ୍ଷକ ଡେପୁଟେସନ ରେ ଦେଇଛୁ ଏବଂ ସାତଦିନ ମଧ୍ୟରେ ଆଉଜଣେ ଶିକ୍ଷକ ଦେବୁ ତେଣୁ ଗ୍ରାମବାସୀ ସହଯୋଗ କରନ୍ତୁ ବୋଲି କହିଛନ୍ତି l ଅନ୍ୟପକ୍ଷରେ ବିଦ୍ୟାଳୟ ର ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ଦିଆନଗଲେ ଧାରଣା ଜାରିରହିବ ପାଠପଢା ବ୍ୟାହତ ପାଇଁ ସରକାର ଦାୟୀ ରହିବେବୋଲି ଗ୍ରାମବାସୀ କହିଛନ୍ତି l ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମେନ ଅରୁଣ ରାୟ ତଥା ଘନଶ୍ୟାମ ମାଝୀ, ଖଗେଶ୍ୱର ରାୟ, ବିସିକେଶନ ମଲ୍ଲିକ, ଭାସ୍କର ମାଝୀ ଙ୍କ ସମେତ ବହୁସଂଖ୍ୟାରେ ଗ୍ରାମବାସୀ ଧାରଣାରେ ରହିଛନ୍ତି l

0
0
0
s2sdefault