ହେଡଲାଇନସ୍:

୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ଼ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନ ପରିସରରେ ଆସନ୍ତା ଜାନୁୟାରୀ ୨୦୨୫ ରେ ହେବାକୁ ଥିବା ୧୦୮ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ପାଇଁ ଭୂମିପୂଜନ ଓ ଶୁଭସ୍ତମ୍ଭ ସ୍ଥାପନ ତଥା ଦେବଦମ୍ପତି ସମ୍ମିଳନୀ ଶାନ୍ତିକୁଞ୍ଜ, ହରିଦ୍ବାର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି l ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଗାୟତ୍ରୀ ପରିଜନ ତଥା ୨୦୦ ଦେବ ଦମ୍ପତ୍ତି ଉପସ୍ଥିତ ଥିଲେ l ଏଥିରେ ଶାନ୍ତିକୁଞ୍ଜ ପ୍ରତିନିଧି ଶ୍ରୀ ସୁନିଲ ଶର୍ମା ଓ ବିଘ୍ନେଶ୍ୱର ମହାପାତ୍ର ଉପସ୍ଥିତ ଥିବା ବେଳେ ସରୋଜ କୁମାର ପଧାନ ଓ ସୁବାସ ଚୌହାନ ତାଙ୍କୁ ସହଯୋଗ କରିଥିଲେ l ଭୂମିପୂଜନ ଉପଲକ୍ଷେ ଏକ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏଥିରେ କେଦାରନାଥ ନାୟକ ସପତ୍ନୀକ ମୁଖ୍ୟ କର୍ତ୍ତା ଦାୟିତ୍ବ ତୁଲାଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିବାରୁ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ନାୟକ ସମସ୍ତ ପରିଜନ ମାନଙ୍କୁ ସାଧୁବାଦ ଜଣାଇଛନ୍ତି।

0
0
0
s2sdefault