ହେଡଲାଇନସ୍:

ପୂର୍ତ୍ତବିଭାଗ ଦ୍ୱାରା ଚାଲିଥିବା ଶିଳ୍ପତାଲିମ ଅନୁଷ୍ଠାନ କୋଠାଘର ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର ସୁଶାନ୍ତ ସାହୁ 16.10.2024:  ବିଜେପୁର ରେ ପୂର୍ତ୍ତବିଭାଗ ଦ୍ୱାରା ଚାଲିଥିବା ଶିଳ୍ପତାଲିମ ଅନୁଷ୍ଠାନ (ଆରଟିଆଇ )ନିର୍ମାଣଧୀନ କୋଠାଘର ନିମ୍ନମାନର କାମ ହୋଇଥିବାରୁ ଅଭିଯୋଗ ହେଉଛି l ଏହି କାମ ଅଟକଳ 1335.85ଲକ୍ଷ ଟଙ୍କା ରହିଛି l ତେବେ ନିର୍ମାଣ କାମରେ ବ୍ୟବହାର ହୋଉଥିବା ଲୁହାରଡ଼ କଳଙ୍କି ଲାଗିଥିବା ବେଳେ ଏହି ରଡ଼ରେ ସିମେଣ୍ଟ କଂକ୍ରିଟ କାମ କରାଯାଉଥିବା ଦେଖିବାକୁ ମିଳିଛି l ଯାହା କି ପ୍ରଯୁଜ୍ୟ ନୁହେଁ l ପୁଣି ଉନ୍ନତମାନର ଲୁହାରଡ଼ ମଧ୍ୟ ବ୍ୟବହାର ହେଉନଥିବା ଅଭିଯୋଗ ହେଉଛି l ଏପରି ଭାବେ ନିର୍ମାଣ ହେଲେ କୋଠାଘର ଗୁଡିକର ଆୟୁଷ କମିଯିବ ସହ ଭୁଶୁଡିଯିବାର ଆଶଙ୍କା ମଧ୍ୟ ରହିଛି l ପୁଣି ସିମେଣ୍ଟ, ଚିପ୍ସ ମଧ୍ୟ ଉନ୍ନତ ଗ୍ରେଡ଼ର ବ୍ୟବହାର କରାଯାଉନାହିଁ l ତତସହିତ ଉକ୍ତ କାମଟି କେବେଶେଷ ହେବ ତାହା ମଧ୍ୟ ସୂଚନା ଫଳକ ନାହିଁ l କୋଟିକୋଟି ଟଙ୍କାରେ ନିର୍ମାଣ ହେଉଥିବା ଉକ୍ତ କୋଠାଘର କାମର ମାନ ବିଭଗୀୟ ଯନ୍ତ୍ରୀ ତଦାରଖ କରୁଛନ୍ତି ନା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟିହୋଉଛି l ଏ ଦିଗରେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତଦନ୍ତ ପୂର୍ବକ ବିହିତ ପଦକ୍ଷେପ ନେବାକୁ ବୃଦ୍ଧିଜୀବୀ ମହଲରେ ଦାବି ହେଉଛି l ଏ ନେଇ ବିଭାଗୀୟ ଏସଡ଼ିଓ ଶୁଚିସ୍ମିତା ସାହୁ ଙ୍କୁ ପଚରାଯିବାରୁ କାମର ସୁପରଭିଜନ କରାଯାଇଛି l ଯଦି ନିମ୍ନମାନର ଅଭିଯୋଗ ହେଉଛି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି l

0
0
0
s2sdefault