ହେଡଲାଇନସ୍:

ଟିଟିଲାଗଡ଼ ଓ ଖଣ୍ଡପଡ଼ାରେ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନା ନେଇ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜନସାଧାରଣଙ୍କ ବିଦ୍ୟୁତଜନିତ ଅସୁବିଧାକୁ ଦୂର କରିବା ପାଇଁ ସରକାର ସର୍ବଦା ଚେଷ୍ଟିତ: ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ

ଭୁବନେଶ୍ୱର, ୧୫/୧୦/୨୦୨୪: ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ଠାରେ ୧୩୨/୩୩ କେଭି ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ଓ ଖଣ୍ଡପଡ଼ାଠାରେ ୨୨୦/୩୩ କେଭି ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନା ନେଇ ଟିଟିଲାଗଡ଼ ବିଧାୟକ ଶ୍ରୀ ନବୀନ କୁମାର ଜୈନ ଓ ଖଣ୍ଡପଡ଼ା ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ ବୈଠକରେ ପ୍ରସ୍ତାବ ଦେଇଥିଲେ ।
ଏହି ଦୁଇଟି ଅଞ୍ଚଳରେ ଉଚ୍ଚ କ୍ଷମତାସଂପନ୍ନ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନ ହେବା ଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ବିଦ୍ୟୁତଜନିତ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ଖରାଦିନେ ହେଉଥିବା ଲୋ-ଭୋଲ୍‌ଟେଜ୍‌ ସମସ୍ୟାରୁ ମୁକ୍ତି ମିଳିପାରିବ । ବୈଠକରେ ଓପିଟିସିଏଲ୍‌ ଓ ଟାଟା ପାୱାରର ବରିଷ୍ଠ ଅଧିକାରୀମାନେ ଏ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ସଂପ୍ରତି ରାଜ୍ୟରେ ୨୦ରୁ ଅଧିକ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ସ୍ଥାପନ କାର୍ଯ୍ୟ ଚାଲୁ ରହିଛି । ଏଥି ମଧ୍ୟରୁ ୧୧ଟି ଗ୍ରୀଡ଼୍‌ ସଂପୂର୍ଣ୍ଣ ହୋଇ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ।
ବୈଠକରେ ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ ଜନସାଧାରଣଙ୍କ ବିଦ୍ୟୁତଜନିତ ଅସୁବିଧାକୁ ଦୂର କରିବା ପାଇଁ ସରକାର ସର୍ବଦା ଚେଷ୍ଟିତ । ଏ ନେଇ ଉଭୟ ଓପିଟିସିଏଲ୍‌ ଏବଂ ଟାଟା ପାୱାର ସହ ଆଲୋଚନା ଜାରି ରହିଛି । ଟିଟିଲାଗଡ଼ ଓ ଖଣ୍ଡପଡ଼ାବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତସେବା ଯୋଗାଇ ଦେବା ପାଇଁ ପାଶ୍ୱବର୍ତ୍ତୀ ଗ୍ରୀଡ଼୍‌କୁ ସଂଯୋଗୀକରଣ ବିଷୟରେ ମନ୍ତ୍ରୀ ଶ୍ରୀ ସିଂହଦେଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଦଶପଲ୍ଲାରେ ଗ୍ରୀଡ଼୍‌ ସଂପୂର୍ଣ୍ଣ ହେବା ପରିସ୍ଥିତିରେ ପହଞ୍ଚିଥିବାବେଳେ ହାଟବସ୍ତାରେ ଗ୍ରୀଡ଼୍‌ ସବ୍‌ଷ୍ଟେସନ୍‌ ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି ।
ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ଓପିଟିସିଏଲ୍‌ ଓ ଟାଟା ପାୱାରର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault