ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ହରିଆଣା ଓ ମୁମ୍ବାଇ ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇର ହୋଟେଲ ଓବେରାଇ  ଠାରେ ଆଗାମୀ ‘ମେକ ଇନ ଓଡିଶା ’ ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆସନ୍ତା କାଲି ଠାରୁ ହରିଆଣା ଓ ମୁମ୍ବାଇ ଗସ୍ତରେ ଯାଉଛନ୍ତି। ୧୬ ତାରିଖ ଅପରାହ୍ନରେ ସେ ହରିଆଣା ଅଭିମୁଖେ ଗସ୍ତ କରି ୧୭ ତାରିଖ ଦିନ ଚଣ୍ଡିଗଡ ଠାରେ ନବ ଗଠିତ ହରିଆଣା ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ସେଦିନ ଅପରାହ୍ନରେ ଚଣ୍ଡିଗଡ ଠାରେ ଏନ୍.ଡି.ଏ. ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗଦେବେ।

ଚଣ୍ଡିଗଡ ପରେ ମୁଖ୍ୟମନ୍ତ୍ରୀ ମୁମ୍ବାଇ ଗସ୍ତରେ ଯାଇ ୧୮ ତାରିଖ ଦିନ Indian Chemicals and Petrochemicals କ୍ଷେତ୍ରରେ ସମ୍ଭାବନା ସମ୍ବନ୍ଧିତ ଏକ ସମ୍ମିଳନୀରେ ଯୋଗ ଦେବେ। ୧୮ ତାରିଖ ଅପରାହ୍ନରେ ଓ ୧୯ ତାରିଖ ସକାଳେ ସେ ମୁମ୍ବାଇର ହୋଟେଲ Oberoi ଠାରେ ଆଗାମୀ ‘Make In Odisha’ ପାଇଁ ‘ନିବେଶକ ସମ୍ମିଳନୀ’ରେ ଯୋଗଦେବେ। ୧୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଆସିବେ।

0
0
0
s2sdefault