ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 09 10 2024 ତାରିଖ ଦିନ ସିପିଆଇ (ଏମ୍ଏଲ)ଲିବରେସନ ତରଫରୁ ନକସଲବାଡି କୃଷକ ଆଦୋଂଲନ ମହାନ ନେତା ନାଗଭୂଷଣ ପଟ୍ଟନାୟକ କଂ 26 ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ଅବସରରେ ଗୁଣପୁର ବାଳିକା ବିଦ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ବାଇପାସ୍ ଛକ ନାଗଭୂଷଣ ପଟ୍ଟନାୟକ କୁଂ ଫଣୀଭୁଷଣ ପଟ୍ଟନାୟକ ଓ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ଅନାସିମ ଶବର ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ନାଗଭୂଷଣ ଆଇନ କମ୍ୟୁନିଷ୍ଟ ବିପ୍ଳବୀ ନାଗଭୂଷଣ ପଟ୍ଟନାୟକ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟ (ବିଏଚୟୁ)ରେ ଗଣିତର ଛାତ୍ର ଥିଲେ । ଓଡ଼ିଶାର କଟକସ୍ଥିତ ମଧୁସୂଦନ ମହାବିଦ୍ୟାଳୟରୁ ଆଇନ ଶିକ୍ଷା ସମାପ୍ତ କରିଥିଲେ। କୋରାପୁଟର ବାଲିମେଳା ପ୍ରକଳ୍ପରେ କାମ କରୁଥିବା ଶ୍ରମିକ ତଥା ଦକ୍ଷିଣ ଓଡିଶାର ମାଲକାନଗିରି ଅଞ୍ଚଳରେ ଥିବା କୃଷକମାନଙ୍କୁ ବେଶ ସକ୍ରିୟତାର ଆଦୋଂଲନ କରିଥିଲେl ନାଗଭୂଷଣ ଗୁଣୁପୁର କୋର୍ଟରେ ଓକିଲାତି କରୁଥିଲେ l
୧୯୬୮-୬୯ର କୋରାପୁଟର ସୀମାବର୍ତ୍ତୀ ଜିଲ୍ଲା ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ୧୯୬୯ରେ ଗଠିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ( ମାର୍କ୍ସବାଦୀ-ଲେନିନବାଦୀ)ର ସେ ସଂସ୍ଥାପକ ସଦସ୍ୟ ଥିଲେ। କୃଷକ ଆନ୍ଦୋଳନରେ ସାମିଲ ଥିବା କାରଣରୁ ନାଗଭୂଷଣଙ୍କୁ ୧୯୬୯ ମସିହା ଜୁଲାଇ ମାସରେ ଗିରଫ କରାଯାଇ ବିଶାଖାପାଟଣା ଜେଲରୁ ନାଗଭୂଷଣ ଜେଲ ଭାଙ୍ଗି ପଳାଇ ଯାଇଥିଲେ। ନାଗଭୂଷଣ କୁଂ‘ଦେଶଦ୍ରୋହ’ ଏବଂ ରାଷ୍ଟ୍ର ବିରୁଦ୍ଧରେ ଷଡ଼ଯନ୍ତ୍ର (କନସପିରାସୀ ) ପରି ମକଦ୍ଦମାରେ ଫସାଇ ଦିଆଗଲା। ଏହି ମକଦ୍ଦମାଗୁଡିକ ମଧ୍ୟରେ ସର୍ବାଧୂକ ଚର୍ଚ୍ଚିତ ମକଦ୍ଦମା ଥିଲା ‘ପାର୍ବତୀପୁର ଷଡଯନ୍ତ୍ର ମକଦ୍ଦମା’। ସୁପ୍ରିମ କୋର୍ଟ ୧୯୮୧ ମସିହାରେ ଜାମିନ ଦେଇଥିଲେ। ଜାମିନରେ ଆସିବା ପରେ ନାଗଭୂଷଣ ନିଜ ଖରାପ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ନ ଦେଇ ସିପିଆଇ(ଏମ୍ ଏଲ)ର ଲାଲଝଣ୍ଡା ତଳେ ପୁଣି ଗୁଣୁପୁରରେ ଗରିବ କୃଷକ ଓ ଆଦିବାସୀମାନଙ୍କୁ ଏକତ୍ରିତ କରି ସେମାନଙ୍କ ସଂଘର୍ଷର ନେତୃତ୍ୱ ନେଇଥିଲେ । ୧୯୮୪ ମସିହାରେ ନାଗଭୂଷଣ ସେସବୁକୁ ଖାତିରି ନକରି ଆଇପିଏଫର ଅଧ୍ଯକ୍ଷ ରହିଥିଲେ। ୧୯୯୮ ମସିହା ସେପ୍ଟେମ୍ବର ମାସରେ ଚେନ୍ନାଇ ମିଟିଂ ଫେରୁଥିବା ସମୟରେ ୧୯ ତାରିଖରେ ତାଙ୍କୁ ହାସପିତାଳରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ୧୯୯୮ ମସିହା ଅକ୍ଟୋବର ୯ ତାରିଖରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
ଉପସ୍ଥିତ ଥିଲେ
P ଭେକଂଟ ରାଓ, ଦିଲ୍ଲୀପ ପଟ୍ଟନାୟକ, ମହିର ପଟ୍ଟନାୟକ, ରାଜକିଶୋର ପାଢି, ରାଜେନ୍ଦ୍ର ମାଝୀ ,ଅନାସିମ ଶବର, କୈଳାସ ଶବର, ଦାସୁରୁ ପାତିକା, ସଞ୍ଜୀବ ଶବର, ମିନ ଶବର, ସଂଗ୍ରାମ ଶବର, ରାମଦସ ମୁଟିକା, ରମେଶ ବିଡିକା, ରବି ନିମାଲା, ତୁଳସା ନିମାଲା ଓ ଅନ୍ୟ ମାନେ।