ଭୁବନେଶ୍ୱର: ପ୍ରତିଷ୍ଠିତ ଆଦିତ୍ୟ ବିର୍ଲା ଗ୍ରୁପ୍ ଫାଶନ ବ୍ରାଣ୍ଡ୍ ଏବଂ ଭାରତର ଅନ୍ୟତମ ସର୍ବବୃହତ ଲିନେନ ସ୍ଥଳ ‘ଲିନେନ କ୍ଲବ’ ଏହାର ବାର୍ଷିକ ପାର୍ବଣ ଅଭିଯାନ -ଲିନେନ ଉତ୍ସବ ତାହାର ଭୁବନେଶ୍ୱର ଓ କଟକରେ ଥିବା ଏକ୍ସକ୍ଲୁସିଭ ସୋ’ରୁମ୍ ଗୁଡିକରେ ଆରମ୍ଭ କରିଛି । ଲିନେନ କ୍ଲବ ଭାରତରେ ସର୍ବୋତ୍ତମ ମାନର ଲିନେନ କପଡା ଏବଂ ପୋଷାକ ନିମନ୍ତେ ସୁପରିଚିତ ।
ଲିନେନ ଉତ୍ସବ ଲିନେନ କ୍ଲବ ଦ୍ୱାରା ଏକ ବାର୍ଷିକ ପାର୍ବଣ ପାଳନ ଯେଉଁଠାରେ ବ୍ରାଣ୍ଡ୍ ପକ୍ଷରୁ ପୂଜା ଋତୁରେ ସ୍ୱତନ୍ତ୍ର ଅଫର୍ ପ୍ରଦାନ କରାଯାଏ । ଚଳିତ ବର୍ଷ ଲିନେନ ଉତ୍ସବର ଅଂଶ ଭାବରେ ଲିନେନ କ୍ଲବ ଏହାର ଗ୍ରାହକଙ୍କୁ ସେମାନଙ୍କ କିଣାକିଣି ଉପରେ ମାଗଣା ଡଫଲ ଏବଂ ଟ୍ରଲି ବ୍ୟାଗ ପ୍ରଦାନ କରୁଛି ।
୮୯୯୯ ଟଙ୍କା କିଣାକିଣି ଉପରେ ଗ୍ରାହକମାନେ ଏକ ଡଫଲ ବ୍ୟାଗ ମାଗଣାରେ ପାଇବେ ଏବଂ ୧୫୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକଙ୍କୁ ୱାଇଲ୍ଡକ୍ରାଫ୍ଟ ଟ୍ରଲି ବ୍ୟାଗ୍ ମାଗଣା ଦିଆଯାଉଛି । ଗ୍ରାହକମାନେ ଲିନେନ କ୍ଲବ୍ର ବିଭିନ୍ନ ରଙ୍ଗ, ଡିଜାଇନ ଏବଂ ପ୍ୟାଟର୍ଣ୍ଣରେ ଉଭୟ କପଡା ଏବଂ ରେଡି ଟୁ ୱିୟର ଆକାରରେ ଉପଲବ୍ଧ ବହୁବିଧ ପୂଜା ବର୍ଗରୁ କିଣାକିଣି କରିପାରିବେ । ପୂଜୋ ସମ୍ଭାରରେ କୁର୍ତ୍ତା, ବନ୍ଦିସ୍, ସୁଟ୍ସ୍, ସାର୍ଟସ୍ ଏବଂ ଅନେକ କିଛି ନିମନ୍ତେ ଶୁଦ୍ଧ ଲିନେନ ଏବଂ ଲିନେନ ମିଶ୍ରିତ କପଡା ରହିଛି । ଏହି ବ୍ରାଣ୍ଡ୍ ମଧ୍ୟ ତାହାର ସମସ୍ତ ସୋ’ରୁମ୍ରେ ସ୍ୱତନ୍ତ୍ର ଟେଲରିଂ ସୁବିଧା ଯୋଗାଇ ଦେଉଛି । ଗ୍ରାହକମାନେ ମଧ୍ୟ ଲିନେନ କ୍ଲବ୍ର ରେଟି-ଟୁ-ୱିଅର, ଲିନେନ କ୍ଲବ ଷ୍ଟୁଡିଓ ସାମଗ୍ରୀ ବର୍ଗ ମଧ୍ୟରୁ ବାଛିପାରିବେ, ଯେଉଁଥିରେ ରହିଛି ସାର୍ଟସ୍, ଟ୍ରାଉଜର୍ସ୍, କୁର୍ତ୍ତା, ବନ୍ଦିସ୍ ଏବଂ ଅନେକ କିଛି ।
ତେଣୁ ଏହି ପାର୍ବଣ ଋତୁକୁ ଲିନେନ ଉତ୍ସବ ସହିତ ଷ୍ଟାଇଲରେ ପାଳନ କରନ୍ତୁ ଏବଂ ଲିନେନ କ୍ଲବ୍ରେ ସ୍ୱତନ୍ତ୍ର ଅଫର୍ର ସୁଯୋଗ ନିଅନ୍ତୁ!ଭୁବନେଶ୍ୱର ଜନପଥରେ ଗୁରୁଦ୍ୱାରା ସିଂ ସଭା ନିକଟରେ ଏକ୍କକ୍ଲୁସିଭ ଲିନେନ କ୍ଲବ ସୋ’ରୁମ, ଫୋନ ନଂ: ୦୬୭୪-୨୩୯୫୮୦୧ ଏବଂ କଟକରେ ଡିସିପି ଅଫିସ ସମ୍ମୁଖ କ୍ୟାଣ୍ଟନମେଣ୍ଟ ରୋଡରେ ଏକ୍ସକ୍ଲୁସିଭ ସୋ’ରୁମ୍, ଫୋନ ନଂ: ୦୬୭୧-୨୩୦୫୬୯୯ ଅବସ୍ଥିତ ।
ଶ୍ରୀ ସାତ୍ୟକୀ ଘୋଷ ଏହି ଶୁଭାରମ୍ଭକୁ ନେଇ ଅତ୍ୟନ୍ତ ଉତ୍ସାହ ପ୍ରକାଶ କରି କହିଛନ୍ତି, ପୂର୍ବାଞ୍ଚଳ ବଜାରଗୁଡିକ ପୂଜା ଉତ୍ସବ ପାଳନରେ ନିମଜ୍ଜିତ ହେଉଥିବାବେଳେ ଆମେ ଲିନେନ ପ୍ରେମୀଙ୍କୁ ପୂଜା ପାଇଁ ପାର୍ବଣ ଶୈଳୀ ଓ ଷ୍ଟାଇଲରେ ପ୍ରସ୍ତୁତ ଆମର ବ୍ୟାପକ ବର୍ଗର କପଡା ଏବଂ ପୋଷାକ ସହିତ ପ୍ରସ୍ତୁତ ହେବାକୁ ଆମେ ଲିନେନ ଉତ୍ସବ ସହିତ ଆମର ବାର୍ଷିକ ପାର୍ବଣ ପାଳନକୁ ଉପସ୍ଥାପନ କରୁଛୁ ।
ରାଜ୍ୟ
ପାର୍ବଣରେ ଲିନେନ ଉତ୍ସବର ଶୁଭାରମ୍ଭ
- Hits: 113