ହେଡଲାଇନସ୍:

ପାଇକମାଲ ଦୁର୍ଗାପୂଜା କମିଟିର ସଫେଇ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବରଗଡ :- ସ୍ୱଚ୍ଛତା ଏକ ଛୋଟ ଶବ୍ଦ ହୋଇପାରେ କିନ୍ତୁ ଏହାର ଅର୍ଥ ବ୍ୟାପକ । ସ୍ୱଚ୍ଛତା ପାଇଁ କେବଳ ବର୍ଷକୁ ଗୋଟିଏ ଦିନ ନ କରି ପ୍ରତେକ ମଣିଷ ନିଜର ଦୈନନ୍ଦିନ ଜୀବନ ର ନିୟମିତ ରୁଟିନ ରେ ସାମିଲ କରିବା ଆଜିର ଆଧୁନିକ ଜୀବନ ଶୈଳୀ ପାଇଁ ନିହାତି ଆବଶ୍ୟକ ରହିଛି । ନିଜର ଘର , ଗାଁ , ସହର ଆଦି ସ୍ଵଛ ରହିଲେ ପରିବେଶ ସହିତ ମନ ଓ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଏଥିରେ ସନ୍ଦେହ ନାହିଁ । ଆବର୍ଜନା ରୁ ହି ଅନେକ ପ୍ରକାର ରୋଗ ଓ ସଂକ୍ରମଣ ହୋଇଥାଏ ଏହା ସମସ୍ତେ ଜାଣନ୍ତି ।
ଆଜି ପବିତ୍ର ମହଳୟା ଓ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଆସନ୍ତା କାଲି ଠାରୁ ଜଗତଜନନୀ ମାଁ ଦୁର୍ଗ ଙ୍କର ପୂଜା ଆରମ୍ଭ । ଏବି ଅବସରରେ ପାଇକମାଲ ଦୁର୍ଗାପୂଜା କମିରି ର କର୍ମକର୍ତ୍ତା ମାନଙ୍କ ଉଦ୍ୟମ ତଥା ନେତୃତ୍ୱରେ , ପାଇକମାଲ ଅଞ୍ଚଳ ର ଅନେକ ସ୍ବେଚ୍ଛାସେବୀ , ସ୍ୱୟଂ ସହାୟକ ଗୋଷ୍ଠୀର ମାଁ ମାନେ, ସାଧାରଣ ଜନସାଧାରଣ ସାମିଲ ହୋଇ ପାଇକମାଲ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ ୱେ ଓ ଏହାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ସଫେଇ କରିଥିଲେ
। ଏଠାରେ ସୂଚନାଯୋଗ୍ୟ ଯେ ବିଜୁ ଏକ୍ସପ୍ରେସ ୱେ ର ରକ୍ଷାବେକ୍ଷଣ ଦାଇତ୍ୱ ସମ୍ପୂର୍ଣ୍ଣ ଭାବରେ ପୂର୍ତ୍ତ ବିଭାଗର । ମୁଖ୍ୟତଃ ପର୍ବପର୍ବାଣି ସମୟରେ ଏହି ମୁଖ୍ୟ ରାସ୍ତା କୁ ସଫା କରିବା ପୂର୍ତ୍ତ ବିଭାଗ କରିବା କଥା , କିନ୍ତୁ ଦୁଃଖ ର ବିଷୟ ଯେ କେବଳ ଅତି ବିଶିଷ୍ଟ ବ୍ୟକ୍ତି ଙ୍କ ଗସ୍ତ ସମୟ ବ୍ୟତୀତ ଏହି ରାସ୍ତା ର ନା ତ ମରାମତି ହୁଏ ନା ହି ସଫେଇ । ଆଗକୁ ପବିତ୍ର ଦୁର୍ଗାପୂଜା , ଦୀର୍ଘ ଦଶ ଦିନ ପାଇକମାଲ ର ମାଁ ଦୁର୍ଗା ଙ୍କ ପବିତ୍ର ଦର୍ଶନ ପାଇଁ ପ୍ରବଳ ଗହଳି ହେବ । ଏହା ସହିତ ପବିତ୍ର ସପ୍ତମୀ ରୁ ଦଶମୀ ପର୍ଯନ୍ତ ହେବାକୁ ଥିବା ବିଭିନ୍ନ ମନୋରଞ୍ଜନ କାର୍ଯ୍ଯକ୍ରମ ଦେଖିବା ପାଇଁ ଭିଡ଼ ପ୍ରବଳ ହେବ । ଏଣୁ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ ଏକ ସୁନ୍ଦର ଓ ସ୍ଵଚ୍ଛ ପରିବେଶ ପ୍ରଦାନ କରାଯିବା ପାଇଁ ହୋଇଥିବା ପାଇକମାଲ ଦୁର୍ଗାପୂଜା କମିଟି ର ଏହି ପ୍ରୟାସ ନିଶ୍ଚିତ ଭାବରେ ପ୍ରଶଂସନୀୟ ।

0
0
0
s2sdefault