ହେଡଲାଇନସ୍:

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡା: ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୧.୧୦.୨୦୨୪ ରିଖ ମଙ୍ଗଳବାର ସକାଳ ଘ ୧୦.୦୦ମି ରେ ସ୍ଥାନୀୟ ମାତ୍ରୁ ଶକ୍ତି ବରିଷ୍ଠ ନାଗରିକ ଗୃହ, ରାୟଗଡା ଓ ଶକ୍ତି ବରିଷ୍ଠ ନାଗରିକ ଗୃହ, ରାୟଗଡା ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହେବା ସହିତ ନାଲସା ସ୍କିମ ୨୦୧୬, ସିନିଅର ସିଟିଜନ ଆକ୍ଟ ୨୦୦୭ ଓ ସରକାରଙ୍କ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ଓକିଲ ସୀତାରାମ ପଣ୍ଡା, ମାତ୍ରୁ ଶକ୍ତି ବରିଷ୍ଠ ନାଗରିକ ଗୃହ ର ଡାଇରେକ୍ଟର ଶ୍ରୀ ରମେଶ ନାଏକ ଓ ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାଏକ, ଏମ୍.କ୍ରୀଷ୍ନା ରାଓ, ଏମ୍.ଟି.ଏସ୍ କୃଶ୍ନ ଚନ୍ଦ୍ର ମହାରଣା, ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ର ସମସ୍ତ ବରିଷ୍ଟ ନାଗରିକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ଉପସ୍ଥିତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବରିଷ୍ଠ ନାଗରିକ ମାନଙ୍କ ପାଇ ଥିବା ବିଭିନ୍ନ ଆଇନ ଓ ସରକାରୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ବରିଷ୍ଠ ନାଗରିକ ପାଇ ଥିବା ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ରାୟଗଡା ମାତ୍ରୁ ଶକ୍ତି ବରିଷ୍ଠ ନାଗରିକ ଗୃହର ର ବରିଷ୍ଠ ନାଗରିକ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

0
0
0
s2sdefault