ହେଡଲାଇନସ୍:

ମାତ୍ର ୨ଜଣ ଶିକ୍ଷକଙ୍କ ଭରସାରେ ଚାଲିଛି ପଳସଗାଁ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝରିଗାଁ, ନବରଙ୍ଗପୁର, ଅଶୋକ ସାହୁ,ତା ୦୧/୧୦-ପଳସଗାଁ ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ପାଇଁ ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନାହିଁ |ମାତ୍ର ୨ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ବିଦ୍ୟାଳୟର ପାଠପଢା |ଗୋଟେ ପଟେ ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣୁଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ବିଦ୍ୟାଳୟ ଗୁଡିକର ଏଭଳି ଦୁରାବସ୍ଥା ଦେଖିଲେ ଶିକ୍ଷାକ୍ଷେତ୍ରକୁ ସରକାର କେତେ ଯେ ଗୁରୁତ୍ୱ ଦେଉଛନ୍ତି ତାହା ଏହି ବିଦ୍ୟାଳୟର ସ୍ଥିତିକୁ ଦେଖିଲେ ଜଣାପଡୁଛି |ସରକାର ସମସ୍ତ ସ୍କୁଲ ଗୁଡିକୁ ୫ଟି ସ୍କୁଲରେ ଅନ୍ତର୍ଭୁକ୍ତ କରି ସ୍ମାର୍ଟ କ୍ଳାସରୁମ, ଡିଜିଟାଲ ବ୍ଲାକବୋର୍ଡ ଓ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ସହିତ ଅନେକ ଆଧୁନିକ ଉପକରଣ ସବୁ ଖଞ୍ଜି ଦେଇଛନ୍ତି ସତ, ହେଲେ ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି କରୁନାହାନ୍ତି |ଫଳ ସ୍ୱରୂପ ବିଦ୍ୟାଳୟ ଗୁଡିକରେ ସମସ୍ତ ସୁବିଧା ଥିବା ସ୍ୱତେ ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣରୁ ବଞ୍ଚିତ ରହୁଛନ୍ତି ଓ ଉକ୍ତ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବାରେ ଲାଗୁଛି |ବିଦ୍ୟାଳୟର ଏଭଳି ଏକ ଦୟନୀୟ ସ୍ଥିତି ଦେଖିବାକୁ ମିଲିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବାଣୁଆଗୁଡା ପଂଚାୟତ ଅଧୀନରେ ଥିବା ପଳସଗାଁ ଗ୍ରାମରେ |୦୮/୦୮/୧୯୯୭ମସିହାରେ ସ୍ଥାପିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ମିଶି ୨୫୬ଜଣ ଛାତ୍ରୀ ପଢ଼ୁଥିବା ବେଲେ ଶିକ୍ଷକ ମାତ୍ର ୨ ଜଣ |ସେମାନଙ୍କ ମଧ୍ୟରେ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ |ଶିକ୍ଷକ ଜଣକ ଛାତ୍ରୀଙ୍କ ପାଠ କଥା ବୁଝୁଥିବା ବେଲେ ଶିକ୍ଷୟିତ୍ରୀ ଜଣକ ଅଫିସ କାର୍ଯ୍ୟ ସମ୍ଭାଳୁଛନ୍ତି |ବେଲେ ବେଲେ ସମୟ ମିଳିଲେ ପାଠ ବି ପଢ଼ାନ୍ତି |ବିଦ୍ୟାଳୟରେ ପ୍ରତିବର୍ଷ ୨୦୦ରୁ ଉର୍ଦ୍ଧ ଛାତ୍ରୀ ନାମ ଲେଖାଇ ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ନ୍ତି |ହେଲେ ୪/୫ବର୍ଷ ହେବ ମାତ୍ର ୨ଶିକ୍ଷକ ଓ ଜଣେ ପିଅନଙ୍କ ଭରସାରେ ବିଦ୍ୟାଳୟଟି ଚାଲି ଆସିଛି |ପଳସଗାଁ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ରଥଙ୍କ କହିବା ପ୍ରକାରେ ୨୫୬ଜଣ ଛାତ୍ରୀଙ୍କୁ ପାଠ ପଢେଇବା ସେମାନଙ୍କ ପକ୍ଷେ କାଠିକର ପାଠ ହୋଇପଡିଛି |ତେଣୁ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ସେ ବାରମ୍ବାର ବିଭାଗୀୟ ତଥା ଉପରିସ୍ଥ ଅଧିକାରୀମାନଙ୍କୁ ଲିଖିତ ଆକାରରେ ଜଣେଇଵା ପରେ ମଧ୍ୟ କୌଣସି ସୁଫଳ ମିଲିପାରୁନାହିଁ |ଏପରିକି ପୂର୍ବତନ ଜିଲ୍ଲାପାଳଙ୍କୁ ମଧ୍ୟ ଅନେକଥର ଜନଶୁଣାଣି ଶିବିରରେ ସାକ୍ଷାତ କରି ଅଭିଯୋଗ ପତ୍ର ପ୍ରଦାନ କରିବା ସହ ମୌଖିକ ଭାବେ ମଧ୍ୟ ଜଣେଇଥିଲେ |ତଥାପି କୌଣସି ସୁଫଳ ମିଳିନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି |ଏଣୁ ପ୍ରଶାସନ ଏହି ବିଦ୍ୟାଳୟରେ ଅତିଶୀଘ୍ର ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି କଲେ ବିଦ୍ୟାଳୟରେ ଶିକ୍ଷାଦାନ ଠିକରେ ଚାଲିବ ବୋଲି ଅବିଭାବକ ଓ ଗ୍ରାମବାସୀ ଦାବୀ କରିଛନ୍ତି |

0
0
0
s2sdefault