ହେଡଲାଇନସ୍:

ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁଣପୁର ଦ୍ଵାରା ବିଶାଳ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁଣପୁର ଦ୍ଵାରା ଆଜି ଏକ ବିଶାଳ ଅଭିଭାବକ-ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା । ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଛାତ୍ରଛାତ୍ରୀମାନଙ୍କର ସମସ୍ତ ଶୈକ୍ଷିକ ଦସ୍ତାବିଜକୁ ଗୋଟିଏ ସ୍ଥାନରେ ସୁରକ୍ଷିତ ରଖିବା ପାଇଁ ଏବଂ ଏକ ରାଷ୍ଟ୍ର ଏକ ଛାତ୍ର ଏକ ପରିଚୟ ରଖିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ଶିକ୍ଷା ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ସମସ୍ତ ଛାତ୍ରଛାତ୍ରୀମାନଙ୍କର APAAR ID ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦୦ରୁ ଅଧିକ ଅଭିଭାବକମାନେ ଯୋଗ ଦେଇଥିଲେ । ପିତାମାତା-ଶିକ୍ଷକଙ୍କ ପାରସ୍ପରିକ କାର୍ଯ୍ୟକୁ ସୁଗମ କରିବା ଏବଂ ଏକାଡେମିକ୍ ରେକର୍ଡକୁ ଡିଜିଟାଲାଇଜେସନ୍ କରିବାକୁ APAAR ID ଏକ ବଳିଷ୍ଠ ପଦକ୍ଷେପ । ଅନୁଷ୍ଠାନର ଅଧ୍ୟକ୍ଷ ଯୁକ୍ତ କଳା ତଥା ବିଜ୍ଞାନ ଓ ଧନ୍ଦାମୂଳକ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (APAAR) ଆଇଡି ସୃଷ୍ଟି କରିବା, ଏକାଡେମିକ୍ ସାର୍ଟିଫିକେଟ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡିକର ଡିଜିଟାଲ୍ ଷ୍ଟୋରେଜ୍ ସୁନିଶ୍ଚିତ କରିବା ଉପରେ ଏହି ବୈଠକରେ  ଅଭିଭାବକମାନଙ୍କୁ ବୁଝାଇଥିଲେ। ଏହା ସହିତ apaar ର ଆବଶ୍ୟକତା ଓ ଉଦ୍ଦେଶ୍ୟ ସମ୍ପର୍କରେ ସେ କହିଥିଲେ ଯେ APAAR ଶାରୀରିକ ଦଲିଲର ଆବଶ୍ୟକତାକୁ ହ୍ରାସ କରି ଏବଂ ସାର୍ଟିଫିକେଟ୍ ବହନ କରିବାକୁ ଛାତ୍ରମାନଙ୍କ ଉପରେ ଭାର କମାଇ ଶିକ୍ଷା ବ୍ୟବସ୍ଥାକୁ ସରଳ କରିଥାଏ ।ଏହାଦ୍ଵାରା ଜାଲିଆତି ଏବଂ ନକଲ ପ୍ରମାଣପତ୍ରକୁ ରୋକାଯାଇପାରିବ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଏକକ, ବିଶ୍ୱସ୍ତ ରେଫରେନ୍ସ ପ୍ରଦାନ କରି, APAAR ଜାଲିଆତି ଏବଂ ନକଲ ଶିକ୍ଷା ପ୍ରମାଣପତ୍ରର ବିପଦକୁ ହ୍ରାସ କରେ । APAAR ଛାତ୍ରମାନଙ୍କୁ ସେମାନଙ୍କର ଏକାଡେମିକ୍ ପ୍ରଗତି, ସଫଳତା, ଏବଂ କ୍ରେଡିଟ୍ ସ୍ଥାନାନ୍ତର କରିବାରେ ସକ୍ଷମ କରିଥାଏ । ଏହା ସାକ୍ଷରତା ହାର ଏବଂ ଡ୍ରପଆଉଟ୍ ହାରକୁ ଟ୍ରାକ୍ କରିବାରେ ସାହାଯ୍ୟ କରେ, ଯାହା ରାଜ୍ୟ ସରକାରଙ୍କୁ ତଥ୍ୟ ଚାଳିତ ଉନ୍ନତି କରିବାକୁ ସକ୍ଷମ କରିଥାଏ । ଏହା ଏକାଡେମିକ୍ ରେକର୍ଡ, ପ୍ରମାଣପତ୍ର, ଏବଂ ସଫଳତାକୁ ଡିଜିଟାଲ୍ ଭାବରେ ଗଚ୍ଛିତ କରେ, ଶାରୀରିକ ଦଲିଲର ଆବଶ୍ୟକତାକୁ ଦୂର କରେ । ଏହା  ବିଦ୍ୟାଳୟ କିମ୍ବା ରାଜ୍ୟ ମଧ୍ୟରେ ଗତି କରୁଥିବା ଛାତ୍ରମାନଙ୍କ ପାଇଁ ସ୍ଥାନାନ୍ତର ପ୍ରକ୍ରିୟାକୁ ସରଳ କରିଥାଏ । ସେହିପରି ପ୍ରାଧ୍ୟାପକ ଡକ୍ଟର ଜୱାହାରଲାଲ୍ ଚୌଧୁରୀ ସ୍ୱୟଂଚାଳିତ ସ୍ଥାୟୀ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (ଆପାର୍) ଆଇଡିର ମୂଳ ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ ଯେ ଏହା ହେଉଛି ପ୍ରତ୍ୟେକ ଛାତ୍ରଙ୍କୁ ଏକ ଆଜୀବନ, ଅନନ୍ୟ ପରିଚାୟକ ପ୍ରଦାନ କରିବା ସହ ସେମାନଙ୍କର ଡିଗ୍ରୀ, ଛାତ୍ରବୃତ୍ତି, ପୁରସ୍କାର ଏବଂ ଅନ୍ୟାନ୍ୟ କ୍ରେଡିଟ୍ ସହିତ ଡିଜିଟାଲ୍ ଭାବରେ ସେମାନଙ୍କର ଏକାଡେମିକ୍ ରେକର୍ଡକୁ ଏକତ୍ର କରିଥାଏ ।

ସେହିପରି ଅଭିଭାବକମାନଙ୍କ ଦ୍ଵାରା ପୂରଣ ହୋଇଥିବା apaar ଫର୍ମକୁ ସଠିକ୍ ରୂପେ ଯାଞ୍ଚ କରିବା ନିମନ୍ତେ ଅଧ୍ୟାପକ ଲକ୍ଷ୍ମଣ ଶବର,ଅଧ୍ୟାପକ ପ୍ରିୟବ୍ରତ ମହାକୁଡ଼ ,ଅଧ୍ୟାପିକା ଦୀପ୍ତିମୟୀ ବଡ଼ରଇତା, ଅଧ୍ୟାପିକା ବନ୍ଦିତା ଧୁରୁଆ, ଅଧ୍ୟାପିକା ନମିତା ମୁଦୁଲି, ଅଧ୍ୟାପିକା ଲକ୍ଷ୍ମୀ ଗମାଙ୍ଗ, ଅଧ୍ୟାପିକା ସୁନୀତା ଗମାଙ୍ଗ ପ୍ରମୁଖଙ୍କୁୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସେହିପରି ଅଧ୍ୟାପକ ସତୀଶ କୁମାର ପଟ୍ଟନାୟକ, ଅଧ୍ୟାପକ ଜଗନ୍ନାଥ ଦୀପ, ଅଧ୍ୟାପକ ଗୋକୁଳାନନ୍ଦ ସାହୁ , ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି, ଅଧ୍ୟାପିକା ଡକ୍ଟର ଦୀପିକା ପଟ୍ଟନାୟକ, ଅଧ୍ୟାପକ ଜିତେନ୍ଦ୍ର ବଡମୁଣ୍ଡି, ଅଧ୍ୟାପକ ଏବ୍ରୀ ରଇତା, ଅଧ୍ୟାପକ ଡକ୍ଟର ସତ୍ୟବାନ୍ ଗରଡ଼ା, ଅଧ୍ୟାପକ ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଅଧ୍ୟାପକ ତାମିଲା ପରାସେଠ୍, ଅଧ୍ୟାପକ ଅଗାଧୁ ଶବର ପ୍ରମୁଖ ବିଭିନ୍ନ ପ୍ରକୋଷ୍ଠରେ ରହି ଏହି କାର୍ଯ୍ୟକ୍ରମକୁ ସଫଳ ଭାବରେ ତ୍ୱରାନ୍ୱିତ କରିଥିଲେ । ସମସ୍ତ ଅଧ୍ୟାପକଙ୍କ ସାମୂହିକ ଉଦ୍ୟମ ଯୋଗୁଁ ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକ୍ରମ ସଫଳତାର ସହିତ ସମାପନ କରାଯାଇଥିଲା।

 

0
0
0
s2sdefault