ହେଡଲାଇନସ୍:

ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

• ସୁଭଦ୍ରା ଯୋଜନାରେ କାମ କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ

• ଉପମୁଖ୍ୟମନ୍ତ୍ରୀ କହିଲେ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛି


ଭୁବନେଶ୍ୱର, 21/09/2024: ଆକ୍ରମଣର ଶିକାର ଅଙ୍ଗନବାଡି କର୍ମୀଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା । ଭଲ ଚିକିତ୍ସା, ସୁରକ୍ଷାର ପ୍ରତିଶୃତି ଦେବା ସହ ଆବଶ୍ୟକ ପଡିଲେ ତାଙ୍କ ସହ ସିଧା କଥା ହେବା ପାଇଁ ଫୋନ ନମ୍ବର ମଧ୍ୟ ଦେଲେ ।
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମହାପଦା ଗ୍ରାମର ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିଲା । ଖବର ଜାଣିବା ପରେ ଉପମୁଖ୍ୟମନ୍ତ୍ରୀ ସିଧା ଫୋନରେ କଥା ହୋଇଥିଲେ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଏକାଠି କରୁଥିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଉପ -ମୁଖ୍ୟମନ୍ତ୍ରୀ ଙ୍କ ସହ କଥାହେବା ସମୟରେ ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ଅବଗତ କରାଇଥିଲେ ।
ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ସହ କଥା ହୋଇଥିବାର ସୂଚନା ଦେବା ସହ ତୃଣମୂଳ ସ୍ତରରେ କାମ କରୁଥିବା ଲୋକମାନଙ୍କ ସହ ସରକାର ଅଛନ୍ତି ବୋଲି ଦୃଢ଼ ପ୍ରତିଶୃତି ଦେଇଥିଲେ ।

0
0
0
s2sdefault