ହେଡଲାଇନସ୍:

ଗୁଣପୁର ମହାବିଦ୍ୟାଳୟରେ ରକ୍ତଦାନ ଶିବିର: ୯୧ ୟୁନିଟ୍ ରକ୍ତ ସଂଗ୍ରହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ମହାବିଦ୍ୟାଳୟ, ଗୁଣପୁରରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ୍ ୯୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଗୁଣପୁର ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଓ ସ୍ଥାନୀୟ ଥାନା ଅଧିକାରୀ ଶ୍ରୀଯୁକ୍ତ ଉତ୍ତମ କୁମାର ସାହୁ ଅତିଥି ରୂପେ ଯୋଗଦେଇ ଏହି ଶୁଭ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। । ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଓ ଉପଖଣ୍ଡ ଚିକି୍ତ୍ସାଳୟ ଗୁଣପୁରର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଶୀଭୂଷଣ ମହାନ୍ତି, ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ଅଧ୍ୟାପକ ଲକ୍ଷ୍ମଣ ଶବର ଓ ଅଧ୍ୟାପିକା ରଞ୍ଜୁମା ପ୍ରଧାନ ତଥା ଏନସିସିର Lt. ଅଧ୍ୟାପକ ଜିତେନ୍ଦ୍ର ବଡମୁଣ୍ଡିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରକୁ ଯୁବ ରେଡକ୍ରସର ଉପଦେଷ୍ଟା ଅଧ୍ୟାପକ ଦେବୀ ପ୍ରସାଦ ରାଉତ ଓ ଅଧ୍ୟାପକ ଚନ୍ଦନ କୁମାର ଦାଶ ପ୍ରମୁଖଙ୍କ ସମେତ ରାଜୁ ଶବର, ତୁଳସି ସିଓ, ଶିଶୀ ଶବର,ଖୁସି ସାହୁକାର,ଲିଚୁ ଶ ବର, ଗୋପି ଶବର ସମିର କୁମାର ରାଜୁ, ମୋନିକାପାଳକା, ଶ୍ରୀଦେବୀ ରାଉଳ,ଶଶି ଶବର ଓ ଅନ୍ୟ ଛାତ୍ରଛାତ୍ରୀ ରକ୍ତଦାନ କରିବାସହ ଶିବିର ପରିଚାଳନାରେ ସହାୟତା କରିଥିଲେ । ଅଧ୍ୟାପକ ଚନ୍ଦନ ଓ ଜିତେନ୍ଦ୍ର ଏହି ଶିବିରରେ ରକ୍ତଦାନ କରିଥିଲେ।ଅଧ୍ୟକ୍ଷ ମହାନ୍ତି ସମସ୍ତ କର୍ମଚାରିଙ୍କୁ ସାଧୁବାଦ ଜଣେଇଜା ସହ ଏହି ପୁଣ୍ୟ କାମ ପାଇଁ ଛାତ୍ର ଓ ଛାତ୍ରି ଙ୍କୁ ଧନ୍ୟବାଦ ଜଣେଇଥିଲେ।

 

0
0
0
s2sdefault