ହେଡଲାଇନସ୍:

ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ଏକ ଆହ୍ବାନ: ପ୍ରଫେସର ଦୟାନନ୍ଦ ସଂସନ୍ୱାଲ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅଞ୍ଚଳ ମହାବିଦ୍ୟାଳୟ ରେ ଜାତୀୟ ସଂପାନ।

ପଦ୍ମପୁର :- ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ ପ୍ରକୋଷ୍ଠରେ ରେ ଅଧ୍ୟକ୍ଷ ପ୍ର.ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ବରେ ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ବାରା ପ୍ରାୟୋଜିତ 'ଶିକ୍ଷାରେ କୃତ୍ରିମ ବୁଦ୍ଧିମତା' ଶୀର୍ଷକ ଉପରେ ଏକ ଜାତୀୟ ସଂପାନ ଅନୁଷ୍ଠିତ ହୋଇଅଛି। ପ୍ରଥମେ ପ୍ର.ପଣ୍ଡା ସମସ୍ତଙ୍କୁ ସ୍ବାଗତ ଜଣାଇ କୃତ୍ରିମ ବୁଦ୍ଧିମତା ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରିଥିଲେ। ସଂଯୋଜକ ଡଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସହ ସଂଯୋଜକ ଡଃ ଭେଙ୍କଟେଶ୍ୱର ମେହେର ସେମିନାର ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। NCERT ର ପୂର୍ବତନ ନିର୍ଦ୍ଦେଶକ ପ୍ର. ହୃଷିକେଶ ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କୃତ୍ରିମ ବୁଦ୍ଧିମତା କୁ ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସଂଯୋଗ କରି ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଭାବରେ ଦେବୀ ଅହଲ୍ୟା ବିଶ୍ଵବିଦ୍ୟାଳୟ ଶିକ୍ଷା ବିଭାଗର ର ପୂର୍ବତନ ମୁଖ୍ୟ ପ୍ର. ଦୟାନନ୍ଦ ସଂସନ୍ୱାଲ୍ ଯୋଗ ଦେଇ ଶିକ୍ଷାରେ କୃତ୍ରିମ ବୁଦ୍ଧିମତା ର ସୃଷ୍ଟି, ବିକାଶ, ପ୍ରୟୋଗ ଇତ୍ୟାଦି ଉପରେ ଉଦାହରଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ସେ କୃତ୍ରିମ ବୁଦ୍ଧିମତା କିପରି ମାନବୀୟ ସୃଜନୀ ଶକ୍ତି କୁ ବିକଶିତ କରିବାରେ ବାଧା ସୃଷ୍ଟି କରୁଛି ତାହା ଆଲୋକପାତ କରି ଭବିଷ୍ୟତରେ ଏହା ଆମ ପାଇଁ ଏକ ଆହ୍ବାନ ବୋଲି ଯୁକ୍ତି ଦେଇଥିଲେ। ପରିଶେଷରେ IQAC ର କର୍ଡ଼ିନେଟର ପ୍ର. ନବକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯକ୍ରମ ରେ ପ୍ର. ମନୋଜ ସାକ୍ସେନା, ପ୍ର. ରମାକାନ୍ତ ମହାଳିକ, ପ୍ର. ରାଜଶ୍ରୀ ବରାଳ, ଡଃ ସୁଜାତା ଆଚାର୍ଯ୍ୟ, ପ୍ର. ବାଞ୍ଛାନିଧି ପଣ୍ଡା ଙ୍କ ସମେତ ଅନ୍ୟାନ୍ୟ ଅଥିତି ଏବଂ ମହାବିଦ୍ୟାଳୟର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁ, ଖଗେଶ୍ୱର ଦାସ, ତାରା ପ୍ରସାଦ ଶତପଥୀ, ପ୍ରମୋଦ ପାଣିଗ୍ରାହୀ, ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, ଅତିଥି ବୃନ୍ଦ, ସମାଜସେବୀ ଓ ଦେଶର ବିଭିନ୍ନ କୋଣରୁ ଆସିଥିବା ଶ୍ରୋତାବୃନ୍ଦ ଉପସ୍ଥିତ ଥିଲେ।

0
0
0
s2sdefault