ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତ ଓ ଗ୍ରାମ ଗୁଡିକରେ ପିଏମ୍-ଜନମନ୍ ସଚେତନତା କରାଯାଉଅଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ ଗ୍ରାମପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଲାଞ୍ଜିଆ ସଉରା ବସବାସ କରୁଥିବା ବାରୁସିଂ, ଜଙ୍ଗତାର , ତିବିଶିଂ, ତାଲିମ୍ବ , ଅଜୟ ଗଡ଼ ଇତ୍ୟାଦି ଗ୍ରାମରୁ ବିଶେଷ ଭାବେ ବିଭିନ୍ନ ଜନଜାତି ସମୁଦାୟ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁଲମି ଶବର , ସ୍ଥାନୀୟ ସରପଞ୍ଚ , ଅଜୟ ଗଡ଼, ସମିତି ସଭ୍ୟା ଅଜୟ ଗଡ଼ , ସମସ୍ତ ଗ୍ରାମର ୱାର୍ଡ ମେମ୍ବର ସମେତ ଶ୍ରୀ ଅନ୍ତର୍ଯ୍ୟାମୀ କହଁର , ସ୍ଵତନ୍ତ୍ର ଅଧିକାରୀ , ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା , ସେରଙ୍ଗ , ଶ୍ରୀ ଆକାଶ କୁମାର ଦିଗାଲ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ଲାଞ୍ଜିଆ ସଉରା ଉନ୍ନୟନ ସଂସ୍ଥା , ସେରଙ୍ଗ , ଶ୍ରୀ ଦିନେଶ କୁମାର ଦେଓ , ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଶ୍ରୀ ମନୋଜ କୁମାର ସାହୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ , ଗୁମ୍ମା ଙ୍କ ସମେତ ପଞ୍ଚାୟତ ରାଜ , କୃଷି , ଶିକ୍ଷା , ସ୍ୱାସ୍ଥ୍ୟ , ରାଜସ୍ୱ , ଗ୍ରାମ ଉନ୍ନୟନ , ପ୍ରାଣୀ ସମ୍ପଦ , ବିଦ୍ୟୁତ , ମହିଳା ଓ ଶିଶୁ ବିକାଶ ଆଦି ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।
ଉକ୍ତ ଯୋଜନାରେ ସମସ୍ତ ଙ୍କୁ ପକ୍କାଘର , ପ୍ରତ୍ୟେକ ଘରକୁ ପାଣି , ପ୍ରତି ଗାଁ କୁ ପକ୍କା ରାସ୍ତା , ପ୍ରତି ଘରକୁ ବିଜୁଳି , ସମସ୍ତ ଙ୍କୁ ଉତ୍ତମ ଶିକ୍ଷା , ଦକ୍ଷତା ବିକାଶ , ସ୍ୱାସ୍ଥ୍ୟ ସୁବିଧା , ପୋଷଣ , ଉନ୍ନତ ଟେଲିକମ୍ ସେବା ଓ ବିଭିନ୍ନ ଯୋଜନା ତଥା ଉନ୍ନତ ଜୀବନ ଧାରା , ଆୟୁଷ୍ମାନ ଭାରତ ପ୍ରଭୁତି ସେବା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ମତ ପୋଷଣ କରିଥିଲେ।
ଉକ୍ତ ଶିବିରରେ ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର , ଜଙ୍ଗଲ ଜମି ପ୍ରମାଣ ପତ୍ର , ଜାତିଗତ ପ୍ରମାଣ ପତ୍ର , ଆୟକର ପ୍ରମାଣ ପତ୍ର ଓ ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏତଦବ୍ୟତୀତ ଜନ୍ମଗତ ପ୍ରମାଣପତ୍ର , ଭିନ୍ନକ୍ଷମ ଭତ୍ତା , ଜାତିଗତ ପ୍ରମାଣପତ୍ର , ଆୟ ପ୍ରମାଣପତ୍ର , ବାସିନ୍ଦା ପ୍ରମାଣପତ୍ର , ଗୋଷ୍ଠୀ ଜଙ୍ଗଲ ଜମି ଅଧିକାର , ବ୍ୟାଙ୍କ ପାସ ବୁକ୍ , ବିଦ୍ୟୁତ ସଂଯୋଗୀ କରଣ , ଆଧାର କାର୍ଡ ପଞ୍ଜିକରଣ , ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଆଦି ବିଭିନ୍ନ ବିଭାଗୀୟ ସୁବିଧା ସୁଯୋଗ ରେ ଅନ୍ତର୍ଭୁକ୍ତ କରିବା ପାଇଁ ଦରଖାସ୍ତ ଗ୍ରହଣ କରାଯାଇଥିଲା ।
ରାଜ୍ୟ
ପିଏମ୍-ଜନମନ୍ ସଚେତନତା କାର୍ଯ୍ୟକ୍ରମ
- Hits: 22