ପୁରୀ (ଅନିମେଶ ପଟ୍ଟନାୟକ): ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ହରିହର ବିହାର କଳିଙ୍ଗ ସ୍ମାର୍ଟ ସ୍କୁଲରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହରିହର ବିହାର, ଲାବନ୍ୟ ବିହାର ଓ ନୃସିଂହ ମନ୍ଦିର ଚତୃପାର୍ଶ୍ୱ ରେ ପ୍ରଭାତ ଫେରି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ମୁଖ୍ୟଅତିଥିଭାବେ ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପତକା ଉତ୍ତୋଳନ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଓଡିଶା ସାମ୍ବାଦିକ ସଙ୍ଘ ର ପୁରୀ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର ଓ ଚାଟାର୍ଡ଼ ଆକାଉଟାଣ୍ଟ ସୁଧାଂଶୁ ରଞ୍ଜନ ପ୍ରଧାନ ସମ୍ମାନିତ ଅତିଥିଭାବେ ଭାବେ ଯୋଗ ଦେଇଥିଲେ । ଶିଶୁମାନେ ଦେଶ ର ଭବିଷ୍ୟତ । ବଡ଼ ମଣିଷ, ସୁସ୍ଥ ମଣିଷ ଓ ଜ୍ଞାନୀ ମଣିଷ ହଵା ପାଇଁ ଭଲ ପାଠ ପଢିବା ଉଚିତ ବୋଲି ଅତିଥିମାନେ କହିଥିଲେ । ବିଦ୍ୟାଳୟର ସଭାଗୃହ ରେ ଦେଶାତ୍ମବୋଧକ ସଂଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଚକ୍ରଧର ମହାପାତ୍ର ଯୋଗଦେଇ ଗଛ ଆମର ଜୀବନ । ଭାରତର ଜନସଂଖ୍ୟା ଶହେ ଚାଳିଶ କୋଟି ଲୋକ ପ୍ରତ୍ୟକ ଗୋଟିଏ ଗୋଟିଏ ଗଛ ଲଗାଇବା ଉଚିତ ବୋଲି ମତ ଦେଇଥିଲେ । କାଶୀହରିପୁର ପଂଚାୟତ ସମିତି ସଭ୍ୟ ସମାଜସେବୀ ପ୍ରଦୀପ୍ତଭାନୁ ଘଟୁଆରୀ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ଚାରା ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମ ରେ ସବୁ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନଙ୍କୁ ଜାମୁ, ବଉଳ, କଳିଙ୍ଗ ଓ ଅନ୍ୟ ଗଛ ଚାରା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସ୍କୁଲର ପରିଚାଳନା ନିର୍ଦେଶକ ତଥା ଦି ମିରର ର ସଭାପତି ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିଥିଲେ । ପ୍ରିନ୍ସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମ୍ପାଦକ ଅନିଲ କୁମାର ସାହୁ, ସାଗରୀକା ପ୍ରଧାନ, ଐଶ୍ୱରିୟା ମହାନ୍ତି, ପ୍ରିୟଙ୍କା ରଥ, ଜ୍ଞାନୟୋତି ସିଂ, ବର୍ଷା ରାଣୀ ନାଥ, ବିଶ୍ୱଜିତା ମିଶ୍ର, ଗାୟତ୍ରୀ ମହାପାତ୍ର, ବିଶ୍ୱଜିତା ନନ୍ଦ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗଛ ପାଇ ଅଭିଭାବକ ମାନେ ଖୁସି ବ୍ୟକ୍ତ କରିଥିଲେ ।
ରାଜ୍ୟ
କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ସ୍ୱାଧୀନତା ଦିବସ ପାଳିତ
- Hits: 85