ହେଡଲାଇନସ୍:

ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି।
ଏହି ଭାବମୟ ପରିବେଶରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ , ମହାବିଦ୍ୟାଳୟର ଅଧ୍ଯକ୍ଷା , ଶିକ୍ଷକ ତ‌ଥା ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରୀବୃନ୍ଦ ଉପସ୍ଥିତ ରହି ବିଦାୟୀ ଅଧ୍ୟାପିକା ଶ୍ରୀମତୀ ପଣ୍ଡାଙ୍କ ଦୀର୍ଘ ୨୬ ବର୍ଷର ଅଧ୍ୟାପନା ଅନୁଭୂତିର ସ୍ମୃତି ଚାରଣ କରିଥିଲେ।
ସଭାରେ ଅଧ୍ଯକ୍ଷତା କରିଥିବା ଅଧ୍ଯକ୍ଷା ଡ.ରୀନା ସାହୁ , ଶ୍ରୀମତୀ ପଣ୍ଡାଙ୍କ ସହିତ ଜଡିତ ସହକର୍ମୀର ଅନୁଭୂତି ବଖାଣିବାକୁ ଯାଇ , ସେ କିପରି ଜଣେ ଛାତ୍ରୀବତ୍ସଳା , ଅମାୟିକା , ପରୋପକାରୀ , ସମୟାନୁବର୍ଷିତା , ସହଭାଗିତା , ସହନଶୀଳା ତଥା ଶୃଙ୍ଖଳିତ ବ୍ୟକ୍ତିତ୍ଵ ତା' ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମସ୍ତ କର୍ମଚାରୀବୃନ୍ଦ ଅଧ୍ୟାପିକା ସୌଦାମିନୀ ପଣ୍ଡାଙ୍କ ସହିତ ବିତାଇଥିବା ପାରିବାରିକ , ସଂପର୍କକୁ ନେଇ ନିଜ ନିଜ ସମ୍ବେଦନଶୀଳ ଅନୁଭୂତି ବଖାଣିଥିଲେ।
ସେହିପରି ଛାତ୍ରୀମାନେ ମଧ୍ୟ ଶ୍ରୀମତୀ ପଣ୍ଡାଙ୍କର ଅଧ୍ୟାପନା ଶୈଳୀ ଓ ବାଗ୍ମୀତା ଦ୍ଵାରା କିପରି ଉପକୃତ ହୋଇଛନ୍ତି ଆଲୋଚନା କରିଥିଲେ।
ବିଦାୟ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଅଧ୍ୟାପିକା ସୌଦାମିନୀ ପଣ୍ଡା ତାଙ୍କ କର୍ମ କ୍ଷେତ୍ରକୁ କିପରି ଏକ ପରିବାର ସଦୃଶ ମଣୁଥିଲେ ଏବଂ ଅଧ୍ୟାପନା ତାଙ୍କ ପାଇଁ ଏକ ବୃତ୍ତି ନୁହେଁ , ଏକ ଆଗ୍ରହ ବା ରୁଚି ଥିଲା ତାହା ତାଙ୍କ ଆବେଗମୟ ଭାଷଣରେ ଉପସ୍ଥାପନା କରିଥିଲେ।
ବିଦାୟୀ ଅଧ୍ୟାପିକା ଶ୍ରୀମତୀ ସୌଦାମିନୀ ପଣ୍ଡାଙ୍କ ସମ୍ମାନାର୍ଥେ ଉପଢୌକନ , ମାନପତ୍ର , ସ୍ମାରକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।

0
0
0
s2sdefault