ହେଡଲାଇନସ୍:

 ଅସୁରାଠାରେ ୩୩/୧୧କେଭି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ  ପ୍ରକଳ୍ପ ଉଦ୍ଘାଟିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ: ଭଦ୍ରକର ଅସୁରା ଠାରେ ୩୩/୧୧କେଭି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ  ପ୍ରକଳ୍ପକୁ  ଶକ୍ତି, ଶ୍ରମ ଓ ନିୟୋଜନ ବିଭାଗର ମନ୍ତ୍ରୀ ସୁଶାନ୍ତ ସିଂଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଏସଏସ୍ପି (ଓପିଟିସିଏଲ) ଯୋଜନାରେ ଅନ୍ତର୍ଗତରେ ୬କୋଟି ୫୦ଲକ୍ଷଟଙ୍କା ବ୍ୟୟ ଅଟକଳରେ ୩୩/୧୧କେଭି ସବ ଷ୍ଟେସନ  ଅସୁରାଠାରେ ନିର୍ମାାଣ କରାଯାଇଅଛି । ଏହି ଉଦ୍ଘାଟନି ଉତ୍ସବରେ ବିଶିଷ୍ଟ ଅତିଥିଭାବେ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ,ବରେଣ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକର ବିଧାୟକ ଯୁଗଳ କିଶୋର ପଟ୍ଟନାୟକ, ସମ୍ମାନ୍ନିତ ଅତିଥିଭାବେ ପଞ୍ଚାୟତ ସମିତିର ଅଧ୍ୟକ୍ଷ ରଘୁନାଥ ଧଳ, ଯୁବନେତା ଅସିତ୍ ପଟ୍ଟନାୟକ, ନେସ୍କୋର ଏଓ ବିଜୟ ସାହୁ, ସିଓଓ ଶରତ ଚନ୍ଦ୍ର ଉପାଧ୍ୟାୟ, ଏସି ସୁରେଶ ଚନ୍ଦ୍ର ସାହୁ, ଜିଏମ୍ ସୁଶାନ୍ତ ଦାସ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦେବାଶିଷ ଜେନା, ଏସଡ଼ିଓ ପ୍ରଭାସ ବିଶ୍ୱାଳ, ଗୌରହରି ମଣ୍ଡଳ, କନିଷ୍ଠ ଯନ୍ତ୍ରୀ, ଜ୍ୟୋତିପ୍ରକାଶ ବଳବନ୍ତରାୟ, ଏଲ୍ଏନଟି ପକ୍ଷରୁ ପ୍ରୋଜେକ୍ଟ ମେନେଜର ଅରୁପ୍ ବିନ୍ଦୁ, ଟେକିନ୍କାଲ ମୁଖ୍ୟ ତାପସ ରଞ୍ଜନ ଜେନାଙ୍କ ସମେତ ନେସ୍କୋର ବିଭାଗୀୟ ଅଧିକାରୀମାନେ ଉଦଘାଟିନୀ ଉତ୍ସବରେ ଯୋଗ ଦେଇଥିଲେ । ଏହି ସବ ଷ୍ଟେସନରେ ଦୁଇଟି ୫ଏମଭିଏ ଉଚ୍ଚକ୍ଷମତା ସଂପନ୍ନ ୟୁନିଟ୍ ସ୍ଥାପନ କରାଯାଇଛି । ଏହି ସବ ଷ୍ଟେସନ ଜରିଆରେ ପାଖାପାଖି ଛଅଟି ପଂଚାୟତ ଯଥା -ରାହାଞ୍ଜ, ଚଣ୍ଡିଗାଁ, କୋଡ଼ବଢୁଆ, ବଣିଆ, ସାବରଙ୍ଗ, ପରସିଂଙ୍ଗା ପଞ୍ଚାୟତର  ୩୨୨୭ ପରିବାରର ସଦସ୍ୟମାନେ ବିଦ୍ୟୁତ  ବ୍ୟବହୃତ କରିବା ପାଇଁ  ଉପକୃତ ହୋଇପାରିବେ । ଉଦ୍ଘାଟନୀ ଉସôବ ପରେ ଏକ ସାଧାରଣସଭା  ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ଯୁଗଳକିଶୋର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ବକ୍ତବ୍ୟରେ କହିଥିଲେ ରାଜ୍ୟରେ ପୂର୍ବରୁ ୧୬ଲକ୍ଷ ଲୋକ ବିଦ୍ୟୁତ ଉପଭୋକ୍ତା ଥିବା ବେଳେ ବିଜେଡ଼ି କ୍ଷମତାକୁ ଆସିବାପରେ ୭୦ଲକ୍ଷ ଲୋକଙ୍କୁ ବିଦ୍ୟୁତ   ଯୋଗାଇ ଦିଆଯାଇଛି । ବିଦ୍ୟୁତର  ଚାହିଦା ବଢୁଥିବାରୁ ଆହୁରି ଦଶ ଲକ୍ଷ ଲୋକଙ୍କୁ ବିଦ୍ୟୁତ  ଯୋଗାଇଦିଆଯିବା ସହ ରାଜ୍ୟରେ ୪୭୫ଗ୍ରୀଡ଼ି ସବ ଷ୍ଟେସନ  ସ୍ଥାପନ କରାଯାଇଅଛି । ପଞ୍ଚାୟତ ଜରିଆରେ ଏବେ ପ୍ରତ୍ୟେକ ପରିବାର ଲୋକଙ୍କୁ ୪ଟି ଏଲଇଡ଼ି  ବଲ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଶ୍ରମବିଭାଗ ଜରିଆରେ ଲେବର କାର୍ଡ  ପାଇଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକ ମାନଙ୍କୁ ୧୭ଟି ସ୍କିମ୍ ଜରିଆରେ ସୁବିଧା ଯୋଗାଇଦିଆଯାଇଛି ।ଶ୍ରମ କାର୍ଡ  ଜରିଆରେ ପାଠପଢୁଥିବା ଝିଅ ଓ ପୁଅ ମାନଙ୍କୁ ପାଠପଢା ଖଚ୍ଚ ର୍ସହ ଶ୍ରମିକର ମୃତ୍ୟୁହେଲେ ଦୁଇଲକ୍ଷ ଟଙ୍କା ଏବଂ ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୪ଲକ୍ଷଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯାଉଛି  । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କାଘର, ମହିଳା ସ୍ୱୟଂସହାୟକ ଗୋଷ୍ଠୀ  ସହାୟତାରେ ଆର୍ଥିକ ପ୍ରୋତ୍ସାହନ ଯୋଗାଇଦିଆଯିବା ସହ ଓଡ଼ିଶା ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ମନ୍ତ୍ରୀ  ଶ୍ରୀ ସିଂ କହିଥିଲେ । ବିଶିଷ୍ଟ ଅତିଥିଭାବେ ସାଂସଦ ଅର୍ଜ୍ଜୁନ ସେଠୀ , ସମ୍ମାନ୍ନିତ ଅତିଥିଭାବେ ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୁଦନ ମିଶ୍ର, ବିଜେଡ଼ିର ଉପସଭାପତି ଅସିତ୍ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷ ରଘୁନାଥ ଧଳ, ପ୍ରାକ୍ତନ ପୌରପାଳ ମାନସ ମହାନ୍ତି, ରାଧାକାନ୍ତ ସାମଲ, ଜିଲ୍ଳାପରିଷଦ ସଭ୍ୟା ସୁକାନ୍ତି ନାୟକ, ହେମନ୍ତ ପାଢୀ, ସରୋଜ ନାୟକ, ଟାଉନ୍ ସଭାପତି ଶରତ ସ୍ୱାଇଁ, ସ୍ଥାନୀୟ ସରପଞ୍ଚ ଉର୍ମିଳା ଜେନା, ସମିତି ସଭ୍ୟ ଅଭୟ କୁମାର ଦାସ ସମେତ ଶତାଧିକ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇଥିଲେ ।

0
0
0
s2sdefault