ପୁରୀ ( ଅନିମେଶ ପଟ୍ଟନାୟକ): ରଥ ଉପରେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ଚର୍ଚାରେ ଲାଗୁନି ରୋକ୍ । ପୁରା ବିଶ୍ୱରେ ଏ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବରିଷ୍ଠ ଆଇପିଏସ ଅରବିନ୍ଦ ପାଢୀ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଭାବେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ସେବାୟତଙ୍କ ଉପରେ କିଛି କଟକଣା ଲଗାଇଛନ୍ତି ।
ଶୁକ୍ରବାର ଦାୟିତ୍ବ ନେବା ପରେ ସେ ଗୁଣ୍ଡିଚାଘର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏଣିକି ରଥ ଉପରକୁ କୌଣସି ସେବାୟତ ମୋବାଇଲ ନେଇ ପାରିବେ ନାହିଁ । ନେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମୁଖ୍ଯ ପ୍ରଶାସକ। ସେହି ପରି କୌଣସି ସେବାୟତ ରଥ ଉପରେ ଫଟୋଚିତ୍ର ଉଠାଇ ପାରିବେ ନାହିଁ । ଅଣ ସେବାୟତ ମାନେ ରଥ ଉପରକୁ ଚଢି ପାରିବେ ନାହିଁ । ପ୍ରତି ରଥରେ ସୀମିତ ସେବାୟତ ରହିବେ । ଯେଉଁ ସେବାୟତଙ୍କ ସେହିଦିନ ରଥ ଉପରେ ସେବା ନାହିଁ ସେହି ମାନେ ରଥ ଉପରକୁ ଚଢି ପାରିବେ ନାହିଁ । ଆଡପ ପହଣ୍ଡି ଅଘଟଣକୁ ତିନି ଜଣିଆ କମିଟି ଯାଞ୍ଚ କରିବା ସହ ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ନୂତନ ମୁଖ୍ୟ ପ୍ରଶାସକ।