ହେଡଲାଇନସ୍:

ବରିଷ୍ଠ ଆଇଏଏସ୍ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ବର: ରଥଯାତ୍ରାରେ ଅବ୍ୟବସ୍ଥାକୁ ନେଇ ସମ୍ପ୍ରତି ରାଜନୀତି ଜୋର ଧରିଥିବା ବେଳେ ରାଜ୍ୟ ସରକାର ଆଜି ବିଳମ୍ବିତ ସନ୍ଧ୍ୟାରେ ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରହିଥିବା ଡ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ବିଭିନ୍ନ ଦିଗରୁ ସମାଲୋଚନା ପରେ ରାଜ୍ୟ ସରକାର ବୀର ବିକ୍ରମ ଯାଦବ ଙ୍କୁ ହଟାଇ ଡ ପାଢ଼ୀ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରିଛନ୍ତି ।
ବରିଷ୍ଠ ଆଇଏଏସ ଅରବିନ୍ଦ ପାଢୀଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି । ଏହା ପୂର୍ବରୁ ୨୦୨୪ ମେ ୨୪ରେ ଅରବିନ୍ଦ ପାଢୀ ଅତିରିକ୍ତ ଭାବେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଥିଲେ । ବୀର ବିକ୍ରମ ଯାଦବ ମେ’ ୨୨ ତାରିଖରୁ ଜୁନ୍ ୧୧ ତାରିଖ ଯାଏଁ ଛୁଟିରେ ରହିଥିଲେ । ଏହି ଅବଧି ମଧ୍ୟରେ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ କରାଯାଇଥିଲା । ସେହିପରି ଡକ୍ଟର ଅରବିନ୍ଦ ପାଢ଼ୀ ୨୦୧୨ରୁ ୨୦୧୪ ମସିହାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ । ବର୍ତ୍ତମାନ ଶ୍ରୀ ପାଢ଼ୀ କୃଷି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।

0
0
0
s2sdefault