ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:-ସ୍ଥାନୀୟ ଚାଲକମ୍ବା ସ୍ଥିତ ଶାବର ଶ୍ରୀବିହାର ପରିଶରରେ ଥିବା ସତ୍ଯ ସନାତନ କ୍ଷେତ୍ର ଭାବେ ପରିଚିତ ଜଗନ୍ନାଥ ମନ୍ଦିର ର ସିଂହଦ୍ବାର ଆଜି ଉଦଘାଟନ ହୋଇଛି। ମୁଖ୍ଯ ଅତିଥି ଭାବେ ବିଧାୟକ ସତ୍ଯଜିତ୍ ଗମାଙ୍ଗ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଏହି ଅବସରରେ ପୌର ଉପାଧ୍ୟକ୍ଷ ଶିବ ପ୍ରଶାଦ ଗୌଡ ଓ ବ୍ଲକ ଉପାଧ୍ୟକ୍ଷ ସୁଦର୍ଶନ ଶବର ଅତିଥି ଭାବେ ଉପସ୍ଥିତ ଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ମନରଞ୍ଜନ ରଥ, ସମ୍ପାଦକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫେସର ସତ୍ଯ ନାରାୟଣ ରଥ, ଉପ ସଭାପତି ଇଂ ଲୋକନାଥ ଜାଦବ, ଚାଲକମ୍ବା ସରପଞ୍ଚ ପଦ୍ମାବତୀ ଶବର, ସହକାରୀ ଜନ୍ତ୍ରୀ ହରେକୃଷ୍ଣ ପଣ୍ଡା, ସଦସ୍ୟ ଭେଙ୍କେଟା ରାବଣ, ଜଗନ୍ନାଥ ରାଓ, ଗୋବର୍ଧନ ପାଢ଼ୀ ଓ ସମାଜସେବୀ ଅକ୍ଷୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ।