ହେଡଲାଇନସ୍:

ସନ୍ଦେହ ଘେରରେ ସ୍ତ୍ରୀ ର ମୃତ୍ୟୁ, ସ୍ୱାମୀ ଥାନାରେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପ୍ରେମ ନିସ୍ୱାର୍ଥ, ପ୍ରେମ ଚିରନ୍ତନ, ପ୍ରେମ ଅମର ଓ ଏ ପ୍ରେମ ଦେଖିନୀ ଜାତି ବର୍ଣ୍ଣ ବୟସ, ଏହି ପ୍ରେମରେ ପଡ଼ି କିଏ ଭଲରେ ଅଛି ତ କିଏ ହୋଇଛି ସର୍ବସ୍ବାନ୍ତ ।ଏମିତି ଏକ ଘଟଣା ଘଟିଛି ଭଞ୍ଜନଗର ଥାନା ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମରେ ।ଗତ ମଙ୍ଗଳବାର ଅପରାହ୍ନରେ ଜଣେ ବିବାହିତମହିଳା ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।

ମୃତ ମହିଳା ଜଣକ ହେଲେ ଜାଗୃତି ଜେନା। ପୋଲିସ ଏନେଇ ୬୩୩/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି। ଏଥିସହ ସ୍ବାମୀ ଶ୍ରୀନିବାସ ଜେନାଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଗତ କାଲି ମଙ୍ଗଳବାର ଆଜି ସନ୍ଧ୍ୟା ହୋଇଯିବା ଯୋଗୁଁ ମହିଳାଙ୍କ ମରଶରୀର ତାଙ୍କ ଘରେ ହିଁ ପୋଲିସ୍ ନଜର ରେ ରଖାଯାଇଥିବା ସୁଚନା ମିଳିଥିଲା। ଆଜି ଜୁଲାଇ ମାସ ୧୦ ତାରିଖ ବୁଧବାର ୨୦୨୪ ଦିନ ରେ ସାଇଣ୍ଟିଫିକ୍ ଟିମ୍ ଆସି ଘଟଣାର ତଦନ୍ତ କରିବା ପରେ ପୋଲିସ ମରଶରୀର କୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ୍ କୁ ପଠାଇଥିବା ର ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଯେ, ବିଗୁଡା ବିଷ୍ଣୁଚକ୍ର ଗ୍ରାମ ର ତ୍ରିନାଥ ସ୍ବାଇଁ ଙ୍କ ଝିଅ ଜାଗୃତି କିଛି ବର୍ଷ ପୂର୍ବେ ଭଞ୍ଜନଗର ଅନ୍ତର୍ଗତ ବେଣାକୁନ୍ଦା ଗ୍ରାମର ଶ୍ରୀନିବାସ ଙ୍କୁ ବିବାହ କରିଥିଲେ। ଏହିଭଳି ପରିସ୍ଥିତିରେ ଗତ ମଗଂଳ ବାର ଅପରାହ୍ନ ୩ ଟା ସମୟରେ ଜାଗୃତି କେଉଭଳି ପରିସ୍ଥିତିରେ
ମୃତ୍ୟୁବରଣ କରିଥିଲେ ପ୍ରଶ୍ନବାଚୀ । ଏନେଇ ଜାଗୃତିଙ୍କ ମା ତୁଳା ସ୍ବାଇଁ
ଜାଣିବା ପରେ ଭଞ୍ଜନଗର ରେ ପହଞ୍ଚି ତାଙ୍କ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମୃତ ଜାଗୃତୀଙ୍କ ୨ ଟି ଛୁଆ ଥିବା ଜଣାପଡିଛି । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଜାଗୃତି ର ପ୍ରେମ ସମ୍ପର୍କ ଥିବା ଜଣାପଡ଼ିଛି। ପ୍ରାପ୍ତ ସୁଚନା ମୁତାବକ ଵିଷ୍ଣୁଚକ୍ର ଗ୍ରାମର ଅଜିତ କୁମାର ପଟ୍ଟନାୟକ ଙ୍କ ସହ ସମ୍ପର୍କ ଥିଲା ଓ ସେ ବେଳେ ବେଳେ ଜାଗୃତି ର ଶଶୁର ଘରକୁ , କେହି ନ ଥିବା ସମୟରେ ଆସୁଥିଲେ। ସେଥିପାଇଁ ଜାଗୃତି ଙ୍କ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତୁ ତୁ ମେ ମେ ଲାଗି ରହୁଥିଲା। ଘଟଣା ଦିନ ସ୍ୱାମୀ ନିଜ କାମରେ ବାହାରେ ଥିଲେ ଓ ଶାଶୁ ଶଶୁର ବିଲରେ କଲରା ବିହନ ଲଗାଉ ଥିଲେ। ଏହି ସମୟରେ ଜାଗୃତି ସ୍ୱାମୀ କୁ ଫୋନ କରି କହିଲେ ମୋ ପିଲାମାନେ ତମକୁ ଲାଗିଲା କହି ଦଉଡି ରେ ଝୁଲି ପଡ଼ିଥିଲେ ବୋଲି ପ୍ରାପ୍ତ ସୁଚନା ରୁ ଜଣାପଡିଛି। ସେହି ସମୟରେ ସ୍ୱାମୀ ଆସି ସାହି ପଡିଶା ଲୋକଙ୍କ ଦ୍ୱାରା ତଳକୁ ଓଲ୍ହାଇଲେ। ଜାଗୃତି ର ମୃତ୍ୟୁ ପୂର୍ବରୁ କିମ୍ବା ପରେ ସେହି ସମୟରେ ଅଜିତ ମଧ୍ୟ ନିଜ ଗ୍ରାମ ଠାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ମିଳିଥିବା ଖବର ଅନୁସାରେ ଭଞ୍ଜନଗର ଥାନା ଅଧିକାରୀ ଓ ଛତ୍ରପୁର ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ ଚଲାଇ ଥିବା ବେଳେ ସ୍ୱାମୀ ଶ୍ରୀନିବାସ କୁ ଥାନାକୁ ଆଣି ପଚରା ଉଚୁରା କରାଯାଉଛି।

0
0
0
s2sdefault