ହେଡଲାଇନସ୍:

ଶ୍ରୀମନ୍ଦିର ସମ୍ମୁଖରେ ଭାଇ ଭଉଣୀଙ୍କୁ ଅପେକ୍ଷା କରିଛନ୍ତି ରଥତ୍ରୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ (ଅନିମେଶ ପଟ୍ଟନାୟକ): ମହାପ୍ରଭୁ ଭାଇ ଭଉଣୀଙ୍କୁ ନେଇ ରଥାରୁଢ ହେବେ । ସେଥିପାଇଁ ୩ରଥ ଅପେକ୍ଷାରତ। ଶନିବାର ୩ ରଥକୁ ଦକ୍ଷୀଣି ମୋଡ଼ କରାଯାଇଛି । ପୂର୍ବାହ୍ନରେ ପଟିଦିଅଁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ଶ୍ରଦ୍ଧାଳୁମାନେ ରଥକୁ ଟାଣି ଥିଲେ । ରଥଖଳାରୁ ଶ୍ରୀମନ୍ଦିର ଯାଏଁ ଜଗନ୍ନାଥ ଧ୍ୱନିରେ ପୁରିଉଠିଥିଲା ବଡ଼ଦାଣ୍ଡ । ଏବେ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରୀଜୀଉଙ୍କ ପାଦ ସ୍ପର୍ଶ ଅପେକ୍ଷାରେ ନନ୍ଦିଘୋଷ, ତାଳଧ୍ଵଜ ଓ ଦର୍ପଦଳନ।

ସେପଟେ ରବିବାର ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠୁଛି ଶ୍ରୀକ୍ଷେତ୍ର । ଧିରେ ଧିରେ ଗହଳି ବଢିବାରେ ଲାଗିଛି । ଚଳିତ ରଥଯାତ୍ରା ସ୍ବତନ୍ତ୍ର ହୋଇଥିବାରୁ ଭକ୍ତଙ୍କ ଆଗମନ ଗତ ବର୍ଷ ଠାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଚଳିତ ରଥଯାତ୍ରାରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଆସିବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି । ପୁରା ସହରକୁ ସିସିଟିଭି ଓ ଡ୍ରୋନ ସାହାଯ୍ଯରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି ।

0
0
0
s2sdefault