ହେଡଲାଇନସ୍:

"ଶ୍ରୀ ଜଗନ୍ନାଥ ଶୀର୍ଷକ" ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ "ଶ୍ରୀ ଜଗନ୍ନାଥ ଶୀର୍ଷକ" ଚିତ୍ରକଳା ପ୍ରଦର୍ଶନୀକୁ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଉଦଘାଟନ କରିବା ସହିତ ଏହାକୁ ବୁଲି ଦେଖିଥିଲେ । ଶ୍ରୀ ଜଗନ୍ନାଥ ଓ ରଥଯାତ୍ରା ଉପରେ ପର୍ଯ୍ୟବେଷିତ କଳାକୃତି ଗୁଡିକ ଚମତ୍କାର ହୋଇଛି ବୋଲି ମନ୍ତ୍ରୀ କହିବା ସହ ଚିତ୍ରଶିଳ୍ପୀ ମାନଙ୍କୁ ବିଭାଗ ପକ୍ଷରୁ ସାଧୁବାଦ ଜଣାଇଥିଲେ ।ଶ୍ରୀ ମଧୁସୂଦନ ଦାସ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀ ଦେବାନନ୍ଦ ବରିହା , ଉପ ନିର୍ଦ୍ଦେଶକ ଓ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଏକାଡେମୀର ସଦସ୍ୟ ଓ ପୁରୀର ଶତାଧିକ ଚିତ୍ରଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

0
0
0
s2sdefault