ହେଡଲାଇନସ୍:

ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବରଙ୍ଗପୁର,୦୬/୦୭, ଅଶୋକ ସାହୁ, ଶାସକ ପ୍ରଶାସକ ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣ କଟକର ଆଦେଶ କ୍ରମେ, ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରଠାରେ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଉପଲକ୍ଷେ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାର ବିଭାଗିୟ ଅଧିକାରୀ, ଆଇନଜୀବି, ପାରାଲିଗାଲ ସ୍ଵେଚ୍ଛାସେବୀ ଓ ବନ ବିଭାଗର କର୍ମଚାରୀ ମାନେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଂଜୀବ ଦୁବେ ଯୋଗ ଦେଇଥିଲେ ଓ ସମସ୍ତଙ୍କ ଉପସ୍ଥିତିରେ ବୃକ୍ଷ ରୋପଣ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ (POCSO Act) ଶ୍ରୀ ବାସୁଦେବ ଆଚାର୍ୟ , ଜର୍ଜ ପରିବାର କୋର୍ଟ ଶ୍ରୀମତୀ ଲିଲିପ୍ତା ପସାୟତ, ଅତିରିକ୍ତ ଜିଲ୍ଲା ଜର୍ଜ ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ,ମୁଖ୍ୟ ବିଚାରବିଭାଗ ଦଣ୍ଡାଧିକାରୀ ଶ୍ରୀମତୀ ସୀମା ତ୍ରିପାଠୀ, ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ପ୍ରସାଦ ବେହେରା, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ, ବରିଷ୍ଟ ଦେବାନୀ ଜର୍ଜ ଶ୍ରୀମତୀ ମୋନିତା ତ୍ରିପାଠୀ, ରେଜିସ୍ଟ୍ରାର ଜିଲ୍ଲା କୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ଶ୍ରୀମତୀ ସୁଦୀପା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞା ପଣ୍ଡା, ଜେଏମଏଫସି ଶ୍ରୀ ରାଜେଶ କୁମାର ମିଶ୍ର ,ସହକାରୀ ବନ ସରକ୍ଷକ, ନବରଙ୍ଗପୁର ଶ୍ରୀଯୁକ୍ତ ସୁବାଶ ଚନ୍ଦ୍ର ଖୁଣ୍ଟିଆ ଓ ଶ୍ରୀମତୀ ଦିବ୍ୟା ମାଧୁରୀ ଶେଠୀ, ବନାଞ୍ଚଳ ଅଧିକାରୀ ଓ ଜିଲ୍ଲା ଆଇନଜୀବି ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ତପନ ସିଂହ, ପାରାଲିଗାଲ ସ୍ଵେଚ୍ଛାସେବୀ ପ୍ରମୁଖ ଯୋଗ ଦେଇଥିଲେ ଏବଂ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନସେବା ପ୍ରାଧିକରଣ, ନବରଙ୍ଗପୁର ଓ ବନ ବିଭାଗ, ନବରଙ୍ଗପୁର ଦ୍ଵାରା ପରିଚାଳନା କରାଯାଇଥିଲା ।

0
0
0
s2sdefault