ହେଡଲାଇନସ୍:

ନିଶା  ଓ ଏଚ.ଆଇ.ଭି ଏଡସ  ଠାରୁ ଦୁରେଇ ରଖିବା ଦିଗରେ ସଚେତନତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ସ୍ତରୀୟ ରୋଲ ପ୍ଲେ ପ୍ରତିଯୋଗିତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ବିଦ୍ୟାଳୟ ସ୍ତରରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମାଦକ ଦ୍ରବ୍ୟ ସେବନ ଓ ଏଚ.ଆଇ.ଭି ଏଡସ ଭଳି ମାରାତ୍ମକ ରାକ୍ଷାସ ଠାରୁ ଦୁରେଇ ରଖିବା ଦିଗରେ ସଚେତନତା କରାଇବା ଉଦ୍ଦେଶ୍ୟ ନେଇ ଶୁକ୍ରବାର ଦିନ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଏସି.ଇ.ଆର.ଟି,ଓଡିଶା, ଭୁବନେଶ୍ୱର ସହାୟତାରେ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟର ବିଜ୍ଞାନ ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ରୋଲପ୍ଲେ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ସାତ୍ମିକ ପଟ୍ଟନାୟକଙ୍କ ସଭାପତିତ୍ୱରେ ଜିଲ୍ଲା ଶିକ୍ଷାଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । ଜିଲ୍ଲା ବିଜ୍ଞାନ ନୀରିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମ ଉପରେ ପ୍ରାରମ୍ଭିକ ସୂଚନା ଦେଇ ରୋଲପ୍ଲେ ପ୍ରତିଯୋଗିତାରେ ଚଳିତ ବର୍ଷର ମୁଖ୍ୟ ବିଷୟ ବସ୍ତୁ ଚାରୋଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା, ନିଶ୍ଚେତକ ତଥା ବିଭିନ୍ନ ମାଦକ ଦ୍ରବ୍ୟ ସେବନରୁ ପ୍ରାଦୁର୍ଭାବ ଓ ତା ଠାରୁ ଦୁରେଇ ରହିବା, ଏଚ ଆଇ ବି ଏଡସର କାରଣ ଓ ତା ଠାରୁ କିଭଳି ଦୁରେଇ ରହିବା କୈଶର ଅବସ୍ଥାରେ ତଥା ପ୍ରକୃତ ଜୀବନରେ ଘଟୁଥିବା ନୀତିଦିନିଆ ଘଟଣାକୁ କିଭଳି ପ୍ରତିରୋଧ କରିବା ପ୍ରଭୃତି ରହିଛି । ଏହି ସବୁକୁ ନେଇ ଛୋଟ ଛୋଟ ନାଟକ ମାଧ୍ୟମରେ ବାସ୍ତବ ଚିତ୍ରକୁ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରାଇ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ କହିଥିଲେଯେ ଜୀବନରେ ଭଲରେ ମିଳିମିଶି ସମସ୍ତଙ୍କ ସହ ରହିବା ଏକାନ୍ତ ଆବଶ୍ୟକ । ତେଣୁ ଛାତ୍ରଜୀବନରେ ଯାହା ଶିଖିବା ଦରକାର ତାହା ନିଶ୍ଚିତ ଭାବେ ଗ୍ରହଣୀୟ କରିବା ଉଚିତ ବୋଲି କହିଥିଲେ । ଏହି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବିଚାରକ ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧକ୍ଷ୍ୟ ଡାକ୍ତର ମୁର୍ମୁ, ମହିଳା ମହାବିଦ୍ୟାଳୟର ରଘୁନାଥ ପାତ୍ର ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବାଲାନନ୍ଦ ରଥ ପ୍ରମୁଖ ଯୋଗଦେଇଥିଲେ । ଗଜପତି ଜିଲ୍ଲାର ୨୦ଗୋଟି ବିଦ୍ୟାଳୟର ୧୦୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ରାୟଗଡ ସରକାରୀ ବିଦ୍ୟାଳୟର ଦଳ ପ୍ରଥମ ସ୍ଥାନ, ପାରଳାଖେମୁଣ୍ଡି ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ର ଦଳର୨ୟ ସ୍ଥାନ, ଏସ.ଭି.ଟି ଉଚ୍ଚବିଦ୍ୟାଳୟ, ଗାରାବନ୍ଧା ଦଳର ୩ୟସ୍ଥାନ ହୋଇଥିଲେଏବଂ ଏମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା ।ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରଖିଥିବା ରାୟଗଡ ସରକାରୀ ଉଚ୍ଚ ବିଦ୍ୟାଳୟର ଦଳ ଆସନ୍ତା ୧୬.୧୧.୨୦୧୮ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାପାଇଁ ମନୋନୀତ ହୋଇଛନ୍ତି ।ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ଜି.ସୁଦର୍ଶନ ରାଓ ଏବଂ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault