ହେଡଲାଇନସ୍:

ମାଇକ୍ରୋଫାଇନାନ୍‍ସ ଓ ଡି.ସି କାରବାର ବିରୋଧରେ ପ୍ରତିବାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବେଆଇନ ଘୋଷଣା ଓ ବନ୍ଦ କରିବା ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ଓ ଗଣଧାରଣା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମାଇକ୍ରୋଫାଇନାନ୍‍ସ ଓ ଡି.ସି କାରବାରକୁ ସଂପୁର୍ଣ୍ଣ ଭାବେ ବେଆଇନ ଘୋଷଣା କରିବା ସହ ସେହି କାରବାର ବନ୍ଦ କରିବା ଦାବୀରେ ଗୁରୁବାର ଦିନ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ସମତାକ୍ରାନ୍ତି ଦଳ ନେତୃତ୍ୱରେ ଋଣ ନେଇଥିବା ମହିଳାମାନଙ୍କୁ ନେଇ ବିରାଟ ଗଣ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶେଷରେ ୧୦ଦଫା ଦାବୀ ସମ୍ମିଳିତ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କ ସମେତ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ, ଭିଜିଲାନସ ଆଇ.ଜି, ବ୍ରହ୍ମପୁର ଡି.ଆଇ.ଜି ଓ ଆର.ଡି.ସି, ଭିଜିଲାନସ ଏସ୍‍.ପି ଓ ଡି.ଏସ.ପିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ଜରିଆରେ ପ୍ରଦାନ କରିଥିଲେ । ଏହି ଅବସରରେ ସମତାକ୍ରାନ୍ତି ଦଳର ଜିଲ୍ଲା ଆବାହକ ସୁନିଲ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାର କାଶୀନଗର, ଗୋଷାଣି,ଗୁମ୍ମା,ବ୍ଲକାଞ୍ଚଳ ସହ ପାରଳାଖେମୁଣ୍ଡି ସହରର ଶତାଧିକ ସଂଖ୍ୟାରେ ମାଇକ୍ରୋଫାଇନାନ୍‍ସ ଓ ଡି.ସିର ଋଣ ନେଇଥିବା ମହିଳା ମାନେ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ଫାଏର ଷ୍ଟେସନ ଛକ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଋଣକାରୀଙ୍କ ପକ୍ଷରୁ ଗଣେଶ ପ୍ରଧାନ ଥିଲେ । ସାମ୍ୱାଦିକ ମାନଙ୍କୁ ସୁଚନା ଦେଇ ଅବାହକ ସୁନିଲ ପଟ୍ଟନାୟକ କହିଛନ୍ତି ଯେ ଗଜପତି ଜିଲ୍ଲାରେ ବହୁ ସଂଖ୍ୟାରେ ମାଇକ୍ରୋଫାଇନାନ୍‍ସ ଓ ଡି.ସି କାରବାର କରୁଥିବା ସଂସ୍ଥା ଛତୁ ଫୁଟିଲା ଭଳି ଆରମ୍ଭ ହୋଇଯାଇଛି । ତିତଲି ପ୍ରଭାବରେ ଲୋକେ ନାହିଁ ନଥିବା କ୍ଷତି ସହିଥିବା ବେଳେ ମାଇକ୍ରୋଫାଇନାନ୍‍ସ ଓ ଡି.ସି ସଂସ୍ଥା ଲୋକେ ବିପନ୍ନ ଋଣ କରିଥିବା ଲୋକଙ୍କ ଠାରେ ପହଞ୍ଚି ମାସିକା ଓ ସାପ୍ତାହିକ ଋଣ କିସ୍ତି ଟଙ୍କା ଜୋର ଜବରଦସ୍ତ ବାନ୍ଧିବାକୁ କହୁଛନ୍ତି । ମହିଳା ମାନେ ଏଥିରେ ଭୟଭୀତ ହୋଇ ତିତଲି ସହାୟତାରେ ମିଳିଥିବା ଟଙ୍କା ଓ ଚାଉଳ ବିକ୍ରି କରି ଦେଉଛନ୍ତି । ତେଣୁ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଠାରେ ଆମେ ଦାବୀ କରୁଛୁଯେ ଗଜପତିକୁ ଋଣମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବା,ଗ୍ରୁପ ଋଣ ଛାଡ କରିବା,ମାଇକ୍ରୋଫାଇନାନସ ଓ ଡି.ସି କାରବାର ବନ୍ଦ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କରିଥିଲେ । ଅନ୍ୟ ପକ୍ଷରେ ଋଣ ନେଇଥିବା ଗାରାବନ୍ଧର ସାବିତ୍ରୀ ବାଦା,ସବିତା ହାଡିପା, ରୁପି କୁଣ୍ଡାଲ, ମମତା ଦୁଗାରି ଅଭିଯୋଗରେ କହିଛନ୍ତିଯେ ଆମେ ତିତଲି ପ୍ରଭାବରେ ବହୁ କ୍ଷତି ହୋଇଛୁ । ଆମେ ଟଙ୍କା ବାନ୍ଧିପାରିବୁ ନାହିଁ କହିଲେ ମଧ୍ୟ ଜୋରଜବରଦସ୍ତ ବାନ୍ଧିବାକୁ ବାଧ୍ୟ କରୁଛନ୍ତି । ଯାହା ଫଳରେ ତିତଲିରେ ମିଳିଥିବା ସହାୟତା ଟଙ୍କା ଚାଉଳବିକ୍ରି କରି ଆମେ ଟଙ୍କା ବାନ୍ଧିଲୁ ବୋଲି କହିଲେ ।

0
0
0
s2sdefault