ହେଡଲାଇନସ୍:

ମେକ୍ ଇନ୍ ଓଡ଼ିଶା ବିଶ୍ୱ ଦରବାରରେ ରାଜ୍ୟକୁ ସ୍ୱତନ୍ତ୍ର ପରିଚୟ ଦେବ : ଶିଳ୍ପ ମନ୍ତ୍ରୀ  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ ତାରିଖ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ  ହେବାକୁ ଯାଉଥିବା ମେକ୍ଇନ୍ ଓଡିଶା  କେବଳ ଓଡିଶାରେ ପୁଞ୍ଜନିବେଶ ପାଇଁ ନୁହେଁ ବରଂ ଓଡିଶାକୁ ଦେଶ ବାହାରେ ଅର୍ଥତ ବିଶ୍ୱର ଅନ୍ୟ ପ୍ରମୁଖ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ  ରାଜ୍ୟ ସରକାରଙ୍କ ଏକ ଅଭିନବ ଉଦ୍ୟମ ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ଶ୍ରୀ ଅନନ୍ତ ଦାସ ପ୍ରକାଶ କରିଛନ୍ତି । ଏଥିରେ ୬ଟି ଦେଶର ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେବେ । ଏହାକୁ ସଫଳ କରିବାକୁ ସମସ୍ତ ପ୍ରକାର ଉଦ୍ୟମ ଚାଲିଛି ।  ଆସନ୍ତା ୧୨ ତାରିଖରେ ବିଜନେସ୍ ଲିଡରସିପ୍ ସମିଟ୍ ଅନୁଷ୍ଠିତ  ହେବ  । ସେଥିରେ ଭାରତର ବଡ ବଡ ୫୦ଟି କମ୍ପାନୀ ଓ ବହୁ  ଶିଳ୍ପପତି ଯୋଗଦେବେ ସେ କହିଥିଲେ ।

ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ବିଶାଳ କନକ୍ଳେଭର ଅବ୍ୟବହିତ  ପୂର୍ବରୁ ଗୁରୁବାର ଗୀତ ଗୋବିନ୍ଦ ସଦନଠାରେ ଶିଳ୍ପବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ଓ ଇଡକୋ ସିଏମଡି ସଞ୍ଜୟ ସିଂହଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ ଯେ, ଚଳିତ ବର୍ଷର କନକ୍ଳେଭ ବେଶ ପ୍ରଭାବୀ ହେବ । ଏଥିରେ ୧୫ଟି ସରକାରୀ ବିଭାଗ ୪ଦିନ ଧରି ବିଭିନ୍ନ କ୍ଷେତ୍ର ଉପରେ ଅଧିବେଶନ ଆୟୋଜନ କରୁିଛନ୍ତି । ଏହି କନକ୍ଲେଭ ବ୍ୟବସାୟୀଙ୍କୁ ସେମାନଙ୍କ ନେଟୱାର୍କ ବୃଦ୍ଧି ଓ ଅଂଶୀଦାର ପାଇଁ  ଅନନ୍ୟ ସୁଯୋଗ ଯୋଗାଇବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ  ରାଜ୍ୟରେ କମ୍ପାନୀଗୁଡିକ ବ୍ୟବହାର କରୁଥିବା ଆଧୁନିକ ଟେକ୍ନୋଲୋଜି ଜରିଆରେ ମାନୁଫାକଚରିଂ ନିପୁଣତାକୁ ବୃହତ ଆକାରରେ ପ୍ରଦର୍ଶନ କରିବ  । ଜାପାନ ଏହି କନକ୍ଲେଭର ପାର୍ଟନର ଥିବା ବେଳେ ରୁଷିଆ, ଜର୍ମାନୀ, ସାଉଦୀ ଆରବ, ୟୁଏଇ ଏଥିରେ ସାମିଲ ହେବେ  । ଏହି କନକ୍ଲେଭ ଓଡିଶା ଶିଳ୍ପାୟନ କ୍ଷେତ୍ରରେ ଏକ ଅଭୁଲା ସ୍ମୃତି ହେବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି  । ଏହି ଅବସରରେ  ହେବାକୁ ଥିବା ବିଜିନେସ ଲିଡରସିପ ସମିଟ୍ରେ ମୁକେଶ ଅମ୍ବାନୀ ଷ୍ଟାର ବକ୍ତା ଭାବେ ଯୋଗଦେବେ  । ଏଥିରେ ସ୍ଥାନୀୟ ଶିଳ୍ପପତି ଓ ଉଦ୍ୟୋଗପତିଙ୍କ ସମେତ ବହୁ ରାଷ୍ଟ୍ରୀୟ ଓ ସ୍ଥାନୀୟ ଶିଳ୍ପ ମୁଖ୍ୟ ଉପସ୍ଥିତ ରହିବେ । ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଦର୍ଶକମାନଙ୍କୁ ଜଣାଇବା ଉଦେ୍ଧଶ୍ୟରେ ନଭେମ୍ବର ୧୧ରେ କୋଷ୍ଟାଲ ଫନ୍ ରନ୍, ହେରିଟେଜ୍ ୱାକ୍, ଗଲ୍ଫ ଟୁର୍ନାମେଣ୍ଟ  ଏବଂ ଆଦିବାସୀ ସଂଗ୍ରହାଳୟ ଏବଂ କଳାଭୂମି ପରିଦର୍ଶନ ଭଳି  ପ୍ରକାର କାଯର୍ୟକଳାପ ଯୋଜନା କରାଯାଇଛି  । ଏହା ସହ ଏକ ଫ୍ୟାସନ ସୋ' ମଧ୍ୟ ହେବ, ଯେଉଁଥିରେ ଓଡିଶା ଭିତିକ ହସ୍ତତନ୍ତ କାମକୁ ଶାଢି ଓ ଅନ୍ୟ ସ୍ଥାନୀୟ ପୋଷାକ ମାଧ୍ୟମରେ ପ୍ରଦର୍ଶନ କରାଯିବ ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଚୋପ୍ରା  କହିଥିଲେ ଯେ,୨୦୧୬ ମେକ୍ଇନ୍ ଓଡିଶା କନକ୍ଳେଭରେ  ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା  ଲାଗି ଦୁଇ ଲକ୍ଷ କୋଟି ଟଙ୍କାର ୧୨୪ଟି ପ୍ରସ୍ତାବ ଆସିଥିବା ବେଳେ ସେଥିମଧ୍ୟରୁ ୬୪ଟି କାଯର୍ୟକାରୀ ହୋଇଛି  । ତନ୍ମଧ୍ୟରୁ ୩ଟିରେ ଉତ୍ପାଦନ ଆରମ୍ଭ ହୋଇଛି । ହାରାହାରି ୬୫ ପ୍ରତିଶତ ସଫଳତା ମିଳିଛି । ଏଥର କନକ୍ଲେଭରୁ ମଧ୍ୟ ଭଲ ଫଳ ମିଳିବ ବୋଲି ବୋଲି ଶ୍ରୀ ଚୋପ୍ରା  ଆଶାବ୍ୟକ୍ତ କରିଥିଲେ  । ଇଡକୋ  ସିଏମଡି ଶ୍ରୀ ସିଂହ କନକ୍ଲେଭ୍ ପ୍ରସ୍ତୁତି ତଥା ବିଭିତ୍ତ କାଯର୍ୟକ୍ରମ-ସେମିନାରର ନିର୍ଦ୍ଧାରିତ ସ୍ଥାନ ଓ ସମୟ ସମ୍ପର୍କରେ ବିଷଦ ବିବରଣୀ ପ୍ରକାଶ କରିଥିଲେ  ।

0
0
0
s2sdefault