ହେଡଲାଇନସ୍:

ପୁରୁଷ ବିଶ୍ୱ କପ୍ ହକି : ଭାରତୀୟ ଟିମରେ ଓଡ଼ିଶାର ବୀରେନ୍ଦ୍ର ଓ ଅମିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

Rourkela/Sushanta Behera - ଆସନ୍ତା ୨୮ ତାରିଖରେ କଳିଙ୍ଗ ଷ୍ଟାଡିୟମଠାରେ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ବିଶ୍ୱ ହକି କପରେ ଖେଳିବା ପାଇଁ ମନୋନୀତ ହୋଇଥିବା ୧୮ ଜଣଙ୍କ ମଧ୍ୟରେ ଦୁଇଜଣ ଓଡ଼ିଆ ଖେଳାଳୀଙ୍କୁ ସାମିଲ କରାଯାଇଛି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସ । ମନପ୍ରୀତ୍ ସିଂହଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପଡିଆକୁ ଓହ୍ଲାଇବ ।

ଭରସା ଯୋଗ୍ୟ ଡିଫେଣ୍ଡର ଅମିତ ରୋହିଦାସ ପାନପୋଷ କ୍ରୀଡା ଛାତ୍ରାବାସରେ ତାଲିମ ପାଇଥିବା ବେଳେ୨୦୦୯ରେ ସେ ଭାରତୀୟ ଜୁନିଅର ଟିମ ପାଇଁ ସିଲେକ୍ଟ ହୋଇଥିଲେ | ସେ ୨୦୧୩ ରେ ଏସିଆ କପ ଭାରତୀୟ ଦଳର ସଦସ୍ୟ ଥିଲେ | କିଛି ଦିନର ବ୍ୟବଧାନ ପରେ ସେ ୨୦୧୭ରେ ପୁଣି ଭାରତୀୟ ହକି ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ |

ସେହିପରି ଅନ୍ୟତମ ଭରସାଯୋଗ୍ୟ ଖେଳାଳି ତଥା ପାସର ଯାଦୁକର ଭାବେ ଜଣାଶୁଣା ଅଭିଜ୍ଞ ଖେଳାଳି   ବୀରେନ୍ଦ୍ର ଲାକ୍ରା ୨୦୧୨ ଲଣ୍ଡନ ଅଲିମ୍ପିକରେ ଭାରତୀୟ ହକି ଦଳର ସଦସ୍ୟ ଥିଲେ | ରାଉରକେଲା ଷ୍ଟିଲ ପ୍ଲାଣ୍ଟର ସେଲ ହକି ଏକାଡେମୀରୁ ତାଲିମ ନେଇଥିବା ବୀରେନ୍ଦ୍ର ୨୦୦୭ରେ ଭାରତୀୟ ଜୁନିଅର ହକି ଦଳର ସିଙ୍ଗାପୁର ଟୁରରେ ସାମିଲ ଥିଲେ | ୨୦୦୯ରେ ଜୁନିଅର ବିଶ୍ୱ କପ ଦଳ, ୨୦୦୯ରେ ସିଡନୀ ଠାରେ ଅନୁଷ୍ଠିତ ୟୁଥ ଅଲିମ୍ପିକ ପାଇଁ ଭାରତୀୟ ଦଳ ଓ  ୨୦୧୦ରେ  ଢାକ୍କା  ଠାରେ ଅନୁଷ୍ଠିତ  ସାଫ ଗେମ ପାଇଁ  ଭାରତୀୟ ଦଳରେ ସଦସ୍ୟ ଥିଲେ | ସେ ୨୦୧୧ରେ ଭାରତୀୟ ହକି ଦଳର ଦକ୍ଷିଣ ଆଫ୍ରିକା ବିପକ୍ଷ ୭ ସିରିଜରେ ସାମିଲ ହୋଇଥିବଏ ବେଳେ ୨୦୧୧ରେ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଚମ୍ପିଆନ୍ସ ଚାଲେଞ୍ଜ ଟୁର୍ନାମେଣ୍ଟରେ ଭାରତ ପାଇଁ ଖେଳିଥିଲେ |   ସୂଚନାଯୋଗ୍ୟ ଯେ ବିରେନ୍ଦ୍ରଙ୍କ ଭାଇ ବିମଲ ଲାକ୍ରା ଭାରତ ପାଇଁ ମିଡ଼ ଫିଲଡର ଭାବେ ଖେଳିଥିବା ବେଳେ ତାଙ୍କ ଭଉଣୀ ଅସୁନ୍ତା ଲାକ୍ରା ଭାରତୀୟ ମହିଳା ହକି ଦଳ ପାଇଁ ଖେଳିବା ସହ ଦଳର ଅଧିନାୟିକା ଦାଇତ୍ୱ ତୁଲାଇବାର ଗୌରବ ହାସଲ କରିଛନ୍ତି |

ସେହିପରି ଭାରତୀୟ ବିଶ୍ୱକପ ଦଳର ଚିଙ୍ଗଲେସନା ସିଂ କାଙ୍ଗୁଜାମ ଦଳର ଉପ-ଅଧିନାୟକ ଦାୟିତ୍ୱଭାର ଦିଅ।ଯାଇଥିବା ବେଳେ ଭାରତୀୟ ଦଳର ଡିଫେନ୍ସ ଭାର ତୁଲାଇବେ ସୁରେନ୍ଦ୍ର କୁମାର ଏବଂ ଓଡ଼ିଅ । ପୁଅ ଅମିତ୍ ରୋହିଦାସ  । ଏହାସହ ଡ୍ରାଗଫ୍ଲିକର୍ସରେ ପାରଙ୍ଗମଥିବା ଭାରତୀୟ ଦଳର ଯୁବ ତାରକା ଖେଳାଳୀ କୋଠାଜିତ୍ ସିଂ, ହରମନପ୍ରିତ୍ ସିଂ ଏବଂ ବରୁଣ କୁମାରଙ୍କୁ ସ୍ଥାନ ମିଳିଛି  । ଫରୱାର୍ଡରେ ଅ ।କାଶଦୀପ ସିଂ, ଦିଲପ୍ରୀତ ସିଂ , ଲଲିତ୍ ଉପାଧେୟ ଏବଂ ମନ୍ଦୀପ ସିଂଙ୍କ ସହ ସିମ୍ରନଜିତ୍ ସିଂଙ୍କ ଭଳି ଅଭିଜ୍ଞ ଖେଳାଳୀ  । ମିଡଫିଲ୍ଡର ଦାୟିତ୍ୱ ସମ୍ଭାଳିବେ ଅଧିନାୟକ ମନପ୍ରୀତ ସିଂ, ଚିଙ୍ଗଲେସନା ସିଂ କାଙ୍ଗୁଜାମ, ନୀଳକଣ୍ଠ ଶର୍ମା ଏବଂ ହାର୍ଦ୍ଧିକ ସିଂ ।

0
0
0
s2sdefault