ହେଡଲାଇନସ୍:

କାଲି ଝରୁଥିଲା ଗୀତର ମୂର୍ଚ୍ଛନା, ଆଜି ଛଟପଟ କରୁଛି ଯନ୍ତ୍ରଣା :ମୃତ୍ୟୁ ସହ ଝୁଝୁଛି ଅଭିଲିପସା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଅର୍ଥ ସାଜିଛି ବାଧକ:ଟିକେ  ମୁଖ୍ୟମନ୍ତ୍ରୀଙ୍କ ଦୟାକରି କୃପା ଦୃଷ୍ଟି ପକାନ୍ତେ ନାହିଁ !!!!!!

ଯାଜପୁର,(ଜୟଶଙ୍କର ଦାଶ) ବାପା ସହ ଗୀତ ଶିଖିବାକୁ ଝିଅଟି ଯାଇଥିଲା । ହେଲେ ମଦ୍ୟପ ଚାଳକଙ୍କ ବେପରୁଆ ଗାଡି ଚାଳନା ପାଇଁ ଘଟିଥିବା ଦୁର୍ଘଟଣାରେ ବାପାର ଘଟଣା ସ୍ଥଳରେ ପ୍ରାଣ ଚାଲିଗଲା ଓ ଝିଅ ଗୁରୁତର ଆହତ ହୋଇ ଅଶ୍ୱନୀ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗରୀବଙ୍କ ମାଗଣା ଚିକିସôା ପାଇଁ ସରକାର ଯୋଜନା ପରେ ଯୋଜନା କରୁଥିବା ବେଳେ ଏଠାରେ ଚିକିତ୍ସା  ପାଇଁ ଅର୍ଥ ବାଧକ ସାଜିଛି । 

ଖବରରୁ ପ୍ରକାଶ, ଗତ ୪ ତାରିଖ ଦିନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଭେଜିଗୋଠ ଗ୍ରାମର ଧୀରେନ୍ଦ୍ର ସ୍ୱାଇଁ ନିଜ ଝିଅକୁ ଗୀତ ଶିଖାଇବା ପାଇଁ ନିକଟସ୍ଥ ବାରକଣା ଗାଁକୁ ନେଉଥିଲେ । ମୋଟରସାଇକେଲରେ ନେବାବେଳେ ଚଣ୍ଡୀଖୋଲ-ଡୁବୁରୀ ଜାତୀୟ ରାଜପଥର ବାଘୁଆ ନିକଟରେ ମୋଟର ସାଇକେଲ ଅଟକାଇ ରାସ୍ତା କଡରେ ଠିଆ କରାଇ ମୋବାଇଲରେ କଥା ହେଉଥିବା ବେଳେ ଅଚାନକ ଏକ ଟ୍ରକ ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା । ଏହାପରେ ଗୁରୁତର ଆହତ ଝିଅ ଅଭଲିିପ୍ସା ପ୍ରୀୟଦର୍ଶିନୀଙ୍କୁ ଅଶ୍ୱନୀ ହସ୍ପିଟାଲର ଚିକିସôା ପାଇଁ ଭର୍ତ୍ତି କରାଯାଇଛି । 

ଦୁର୍ଘଟଣାସ୍ଥଳରେ ଅଭିଲିପ୍ସାଙ୍କର ମୁଣ୍ଡର ଉପର ଭାଗର ଚୁଟି ସହ ଚମଡା ପଡିଥିବା ବେଳେ ମୁଣ୍ଡରେ ଗୁରୁତର ଅସ୍ତେ୍ରାପଚାର ହୋଇଛି । ଅଭିଲିପ୍ସାଙ୍କର ଡାହାଣଗୋଡ ଓ ଡାହାଣ ହାତବି ଭାଙ୍ଗିଯାଇଛି । ଆଇ.ସି.ୟୁରୁ ବାହାରି ଏବେ ଅଶ୍ୱନୀରେ ଚିକିସôିତ ହେଉଥିଲେ ମଧ୍ୟ ତାଙ୍କ ପାଇଁ ଅର୍ଥ ବଡ ବାଧକ ହୋଇଛି । ବାପା ନଥିବା ବେଳେ ଅଭିଲିପ୍ସାଙ୍କ ପରିବାର ନିହାତି ଗରୀବ । ସେଥିପାଇଁ କେତେକ ଲୋକ ପରସ୍ପର ଭିତରେ ଚାନ୍ଦା କରି ଏହି ଦଃୁଖୀ ପରିବାରକୁ ଆର୍ଥିକ ସହାୟତାର ହାତ ବଢାଇଛନ୍ତି । ହେଲେ ଏଥିନେଇ ଅଧିକ ଅର୍ଥ ଆବଶ୍ୟକ ହେଉଥିବାରୁ ଏବେ ଅଭିଲିପ୍ସାଙ୍କ ପାଇଁ ବଡ ସଙ୍କଟ ହୋଇପଡିଛି ।

ଅଭିଲିପ୍ସାଙ୍କ ପରିବାର ନିହାତି ଗରୀବ ହୋଇଥିବା ବେଳେ ବି.ପି.ଏଲ ତାଲିକାଭୁକ୍ତ । ଏଭଳି ଗରୀବ ମାନଙ୍କୁ ବଡ ବଡ ହସ୍ପିଟାଲରେ ମାଗଣାରେ ଚିକିସôା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ସହ ଆର୍ଥିକ ସହଯୋଗ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ହେଲେ ଓ.ଏସ.ଟି.ଏଫରୁ ଅର୍ଥ ବରାଦ କରାଯାଇ ଅଭିଲିପ୍ସାଙ୍କ ପରି ଗରୀବଙ୍କ ଚିକିତ୍ସା  କରାନଯିବା ଏବଂ ମାଗଣାରେ ଚିକିସôା କରାନଯିବା ନେଇ ଧର୍ମଶାଳାର ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରକାଶ ଥାଉ କି, ଅଭିଲିପ୍ସା ଜଣେ କଳାକାର ଭାବେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ଏଭଳି ଗରୀବ ମାନେ ଜୀବନ ମରଣ ଅବସ୍ଥା ବେଳେ ଅର୍ଥାଭାବ କାରଣରୁ ଚିକିତ୍ସା  ସେବାରେ ବ୍ୟାଘାତ ହେବା ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । 

 

 

0
0
0
s2sdefault