ହେଡଲାଇନସ୍:

ବଡ଼ବିଲରେ ବ୍ୟବସାୟୀଙ୍କ ଘରେ ଡକାୟତି, ଘରର ଝରକା ଗ୍ରିଲ୍ ତାଡି ଲୁଟ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଡ଼ବିଲ /Chitta Ranjan Kar : ବଡ଼ବିଲ ସ୍ଥିତ ରାଜୀବ ବିହାର କଲୋନୀରେ ଦୀପାବଳି ରାତିରେ ଘଟିଛି ଏକ ବଡଧରଣର ଡକାୟତି । ଗୋଟିଏ ରାଇଫଲ୍, ଗୋଟିଏ ମାଉଜର୍, ୨ଟି ଗୁଳି ଭର୍ତ୍ତି କାଟ୍ରିଜ୍, ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏବଂ ନଗଦ ପ୍ରାୟ ୨ଲକ୍ଷ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି । ରାଜୀବ ବିହାର କଲୋନୀର ହାଉସ୍ ନଂ ୨୩ରେ ରହୁଥିବା ବ୍ୟବସାୟୀ ମନିନ୍ଦର ସିଂହଙ୍କ ଘର ଝରକା ଗ୍ରୀଲ ତାଡ଼ି ଏହି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଗତକାଲି ଦୀପାବଳି ଉତ୍ସବକୁ ପାଳନ କରି ରାତି ପ୍ରାୟ ସାଢ଼େ ୧୨ଟା ବଳେ, ମନିନ୍ଦର, ତାଙ୍କ ପତ୍ନୀ ଓ ଦୁଇ ପିଲା ଶୋଇଥିଲେ । ସକାଳୁ ଉଠି ଦେଖିଲା ବେଳକୁ ଅନ୍ୟ ରୁମର ପଛପଟ ଝରକା ଗ୍ରୀଲ୍ ତଡାଯାଇଥିବା ସହ ରୁମ୍ ଭିତରେ ଥିବା ଆଲମିରା ମେଲା ପଡ଼ିଛି । ଆଲମିରାରେ ରଖାଯାଇଥିବା ରାଇଫଲ, ଜର୍ମ।ନ ମେଡ୍ ମାଉଜର୍, ଗୁଳି ଭର୍ତ୍ତି କାଟ୍ରିଜ୍, ସୁନା ଅଳଙ୍କାର ଓ ନଗଦ ଟଙ୍କା ନଥିବା ଦେଖିଥିଲେ । ଏ ନେଇ ସେ ବଡ଼ବିଲ ଥାନାକୁ ସୂଚନା ଦେଇଥିଲେ । ସୂଚନା ପାଇ ବଡ଼ବିଲ ଆଇଆଇସି ଅନୀଲ ପ୍ରଧାନ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। କଲୋନୀର ଜଣେ ମହିଳାଙ୍କ କହିବା ଅନୁସାରେ ରାତି ପ୍ରାୟ ୩ଟା ସମୟରେ ୫ଜଣ ଅଜଣା ବ୍ୟକ୍ତିଙ୍କୁ ଦେଖିଥିଲେ । ପୋଲିସ ଏନେଇ ମହିଳାଙ୍କୁ ଅଧିକ ପଚରା ଉଚରା କରିଛି । ବ୍ୟବସାୟୀ ମନିନ୍ଦର ଓ ପାଖ ପଡ଼ଶାଙ୍କୁ ମଧ୍ୟ ପୋଲିସ ପଚରା ଉଚୁରା କରି ତଦନ୍ତ ଚଳାଇଛି ।

0
0
0
s2sdefault