ହେଡଲାଇନସ୍:

ଟାଟା ଟ୍ରଷ୍ଟ ତରଫରୁ ତିତଲି ପ୍ରଭାବିତ ଅଞ୍ଚଳରେ ରିଲିଫ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/  ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ବାତ୍ୟାରେ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସକଙ୍କ ପରାମର୍ଶ କ୍ରମେ ରାୟଗଡ ଓ ଗୋଷାଣୀ ବ୍ଲକର ଗଙ୍ଗାବାଡ, କେରାଣ୍ଡି, କଇଁପୁର,ଲକ୍ଷ୍ମୀପୁର,ଏଙ୍ଗାରସିଙ୍ଗ,ଲୋବା, ମଧୁସୁଦନ ପୁର ଗ୍ରାମାଞ୍ଚଳରେ ମୋଟ ୫୦ଟି ଗ୍ରାମରେ ୨୦୦୦ ପରିବାର ପିଛା ୩କିଲୋ ଡାଲି, ଏକ କିଲୋ ଲୁଣ, ଏକ ଲିଟର ତେଲ, ସୟାବିନ ୧କିଲୋ, ହଳଦୀ ଗୁଣ୍ଡି ୧୦୦ ଗ୍ରାମ, ସୋରିଷ ୧୦୦ ଗ୍ରାମ, ଜିରା ୧୦୦ଗ୍ରାମ ଓ ୩୬ ବିସ୍କୁଟପ୍ୟାକେଟ ଲେଖାଏଁ ହିସାବରେ ଟାଟାଟ୍ରଷ୍ଟ ତରଫରୁ ବ୍ଲକ ପ୍ରଶାସନ, ସ୍ଥାନୀୟ ପଞ୍ଚାୟତ ରାଜ ପ୍ରତିନିଧିଙ୍କ ଦ୍ୱାରା ମୋଟ ୬ଟନ ଡାଲି, ୨ଟନ ଲୁଣ, ୨୦୦୦ଲିଟର ଖାଇବା ତେଲ, ୨ଟନ ସୟାବଡି, ୨୦୦କେଜି ହଳଦୀଗୁଣ୍ଡ, ୨୦୦କେଜି ସୋରିଷ, ୨୦୦କେଜି ଜିରା,୭୨ହଜାର ବିସ୍କୁଟ ପ୍ୟାକେଟ (ଛୋଟ) ୩.୧୧.୨୦୧୮ଠାରୁ ୫.୧୧.୨୦୧୮ ପର୍ଯ୍ୟନ୍ତ ୩ଦିନ ଧରି ବଣ୍ଟନ କରାଯାଇଥିଲା । ଏହି ରିଲିଫ କାର୍ଯ୍ୟକ୍ରମ ପାଇଁ  ଟାଟା ଟ୍ରଷ୍ଟର ବରିଷ୍ଠ ମେନେଜର ସୁବାଶିଷ ପଣ୍ଡା ଓ କର୍ମୀ ସି.ସି.ଡି, ଜିଲ୍ଲା ସ୍ୱତନ୍ତ୍ର ବିକାଶ ଅଧ୍ୟକ୍ଷା ଅନ୍ତର୍ଯ୍ୟାମୀ ଗମାଙ୍ଗ , ସି.ୟୁ.ଟି.ଏମ ଅନୁଷ୍ଠାନର କର୍ମୀ ମାନେ ସହଯୋଗ କରିଥିଲେ ।

0
0
0
s2sdefault