ହେଡଲାଇନସ୍:

ଯାଜପୁରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଂଟନ । 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ)  ରାଜ୍ୟ ସରକାରଙ୍କର ଲାପଟପ ଯୋଜନା ମେଧାବୀ ଛାତ୍ରାଛାତ୍ରୀଙ୍କୁ ଅନେକ ସହଯୋଗ ପ୍ରଦାନ କରୁଛି ବୋଲି ବରୀ ବିଧାୟକ ଦେବାଶିଷ ନାୟକ ମତ ଦେଇଛନ୍ତି । ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଓସୱାନ କନଫେରେନ୍ସ ହଲରେ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ ବଂଟନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା । ଏଥିରେ ଯୋଗଦେଇ ବିଧାୟକ ଶ୍ରୀ ନାୟକ ସାମ୍ପ୍ରତିକ ସମାଜରେ ବୈଷୟିକ ଜ୍ଞାନ ଓ ବିଜ୍ଞାନର ଯେଭଳି ଆଦୃତି ବଢୁଛି ତାହା ସାଥିରେ ତାଳଦେଇ ଛାତ୍ରଛାତ୍ରୀମାନେ ଚାଲିବା ଲକ୍ଷ୍ୟରେ ରାଜ୍ୟ ସରକାରଏହି ଅଭିନବ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ବୋଲି କହିଥିଲେ । ଜିଲ୍ଲାପାଳ ରଂଜନ ଦାସ ଯୋଗଦେଇ ବର୍ତମାନ ସମସ୍ତ କ୍ଷେତ୍ରରେ ବିଜ୍ଞାନର ଅଭିବୃଦ୍ଧି ଯୋଗୁ ଲାପଟପ, କମ୍ପୁଟର ଇତ୍ୟାଦି ଅତ୍ୟନ୍ତ ଆବଶ୍ୟକୀୟ ହୋଇ ପଡିଥିବାବେଳେ ରାଜ୍ୟସରକାରଙ୍କର ଏହି ଯୋଜନା ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷିତ ଓ ଦକ୍ଷତାସମ୍ପର୍ଣ୍ଣ କରାଇବାରେ ସହାୟକ ହୋଇଛି ବୋଲି ଆଶାବ୍ୟକ୍ତକରିଥିଲେ । ଅପର ପକ୍ଷରେସମସ୍ତ ୩୧୪ଟି ବ୍ଲକରେ ଭି.ଡି.ଓ କନଫରେନ୍ସ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଥିବାରୁ ଏହା ସବୁଠାରୁ ବଡ ଉପଲବ୍ଧି । ଏହା ଦ୍ୱାରା ଦୁର ଦୁରାନ୍ତ ବ୍ଲକର ବି.ଡି.ଓ, ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହସିଧା ସଳଖ ବାର୍ତାଳପ ଓ ସମୀକ୍ଷା କରାଯାଇ ପାରିବ । ଯାହା ଫଳରେସମୟ ଓ ଅର୍ଥ ଅପଚୟ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳସୂଚନା ଦେଇଥିଲେ । ଏନ.ସି କଲେଜର ଛାତ୍ର ଭବାନୀଶଙ୍କରବାରିକ, ସତ୍ୟଜିତ୍ ପଣ୍ଡା, ଚିରଂଜିତ ବୋଇତାଇ, ରାହୁଲରଂଜନ ସୁତାର ଓ ଧର୍ମଶାଳା ମହାବିଦ୍ୟାଳୟ ଛାତ୍ରୀ ଶୁଭସ୍ମିତା କୁଣ୍ଡୁଙ୍କୁ ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ମାଗଣା ଲାପଟପ ବଂଟନ କରାଯାଇଥିଲା । ଲାପଟପ ପାଇ ଆମେ ବହୁତ ଖୁସି ଓ ଏହା ଆମ ଉଚ୍ଚଶିକ୍ଷା ଓ ବୈଷୟିକଜ୍ଞାନ ବୃଦ୍ଧିରେସହାୟକହୋଇ ପାରିବ ବୋଲି ଏହି ଛାତ୍ରଛାତ୍ରୀମାନେ କହିଥିଲେ । ଜିଲ୍ଲାରେଏହି ଯୋଜନାରେ ୫୬୭ଜଣକୁ ବ୍ଲକ ଭି.ଡି.ଓକନଫେରେନ୍ସ ମାଧ୍ୟମରେ ଲାପଟପ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେଏହି କାର୍ଯ୍ୟକ୍ରମରେ ଅତିରିକ୍ତଜିଲ୍ଲାପାଳମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ, ଜିଲ୍ଲା ଶିକ୍ଷାଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀସନ୍ତୋଷକୁମାରସେଠୀ, ଜିଲ୍ଲାକ୍ରୀଡା ଅଧିକାରୀ ଫକୀରମୋହନ ଟୁଡୁ, ଯାଜପୁର ଡି.ଏଲ.ସି ଡଃ ଦର୍ପନାରାୟଣଲେଙ୍କା, ଏନ.ସିକଲେଜ ଅଧ୍ୟକ୍ଷ  ଫକୀରଚରଣମଲିକ, ମହାବିଦ୍ୟାଳୟ ନୋଡାଲ ଅଧିକାରୀ ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ । ଅପର ପକ୍ଷରେ ଜିଲ୍ଲାରେ ଶ୍ରେଷ୍ଠ  ବିଦ୍ୟାଳୟ ପାଇଁ ପ୍ରତିବ୍ଲକରୁ ୩ଟି ଓ ପ୍ରତିପୌରାଂଚଳରୁ ୧ଟି ଲେଖାଏଁବିଦ୍ୟାଳୟକୁ ଏକଲକ୍ଷ ଟଙ୍କା ଲେଖାଏଁ, ଓଡିଆ ଭାଷାବୃତି ପାଇଁ ପ୍ରତି ବ୍ଲକରୁ ୧୦ଜଣ ଓ ପୌରାଂଚଳରୁ ୫ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କା ଲେଖାଏଁ , ମୁଖ୍ୟମନ୍ତ୍ରୀ ମେଧାବୃତି ପାଇଁ ପ୍ରତିବ୍ଲକରୁ ୧୦୦ ଜଣ ଓ ପୌରାଂଚଳରୁ ୫୦ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ୫ହଜାର ଟଙ୍କା ଲେଖାଏଁ  ପ୍ରଦାନ ସହ ଶ୍ରେଷ୍ଠ  ଅଭିଭାବକ ସମ୍ମାନରେ ଅଭିଭାବକଙ୍କୁ ସମ୍ମାନୀତ କରାଯାଉଛି ବୋଲିଜିଲ୍ଲାଶିକ୍ଷା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଥିଲେ |

0
0
0
s2sdefault