ହେଡଲାଇନସ୍:

ମୟୁରଭଞ ଜିଲା ପରିକ୍ରମା କରିବ ପୁରୁଷ ହକି ବିଶ୍ୱକପ ୨୦୧୮ ମାସ୍କଟ ଓଲି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)- ବିଶ୍ୱର ବିଭିନ୍ନ ଦେଶ ଭାରତ ସମେତ ମୋଟ ୧୬ ଗୋଟି ଦେଶର ହକି କ୍ରିଡାବିତମାନଙ୍କୁ ନେଇ ଓଡିଶା ରାଜ୍ୟର ରାଜଧାନୀ ଭୂବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଚଳିତ ୨୮ ନଭେମ୍ବର ଠାରୁ ୧୬ ଡିସେମ୍ବର ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ପୁରୁଷ ହକି ବିଶ୍ୱକପ ୨୦୧୮ କାର୍ଯ୍ୟକ୍ରମ ତଥା ହକିଖେଳ ପ୍ରତି ଆଗ୍ରହ ସୃଷ୍ଟି କରାଯିବା ମୁଖ୍ୟ ଉଦ୍ଦେଶ୍ୟ  ନେଇ ମାସ୍କଟ ଓଲି ସଚେତନତା  ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ନଭେମ୍ବର ୨ ତାରିଖରୁ ରାଜ୍ୟସ୍ତରରୁ ଶୁଭାରମ୍ଭହୋଇ ରାଜ୍ୟର ସମସ୍ତଜିଲାକୁ ପରିକ୍ରମା କରୁଅଛି । ଏହି ମାସ୍କଟଓଲି ଶୋଭାଯାତ୍ରା ମୟୁରଭଞଜିଲା ଅଭିମୁଖେ ଚଳିତ ନଭେମ୍ବର ୭ ତାରିଖ ଅପରାହ୍ନ ୪ ଘଟିକା ସମୟରେ କଳମା ସୀମାଦେଇ ବାରିପଦାରେ ସନ୍ଧ୍ୟା ୬ ଘଟିକା ସମୟରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଅଛି । ଜିଲାରେ ମାସ୍କଟଓଲିକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଜିଲାପାଲ ମୟୁରଭଞ ବିନୀତ ଭରଦ୍ୱାଜ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ବୈଠକରେ ଅତିରିକ୍ତ ଜିଲାପାଳ ମୟୁରଭଞ ଆବୋଲି ସୁନୀଲ ନରଓାଣେ , ଉପଜିଲାପାଳ ବାରିପଦା ଦିବ୍ୟଜ୍ୟେତି ପରିଡା , ସହକାରୀ ଜିଲାପାଳ ତଥା ଆଇଏସ ପ୍ରବେସନର ହେମକାନ୍ତ ସଏ ପ୍ରମୁଖ ସମେତ ଜିଲାକ୍ରୀଡା ଅଧିକାରୀ ପ୍ରଦୀପ ବେହେରା , ମୟୁରଭଞ କ୍ରୀଡାସଂସଦ ସାଧାରଣ ସଂପାଦକ କିଶୋର କୁମାର ବିଶ୍ୱାଳ ପ୍ରମୁଖ ଙ୍କ ସମେତ ବିଭିନ୍ନ ବିଭାଗ ପଦାଧିକାରୀ , କ୍ରଡାବିତ ଓ ସ୍ୱେଛାସ୍ୱେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲାପାଳ ଶ୍ରୀମତୀ ନରଓାଣେ ବିଶ୍ୱକପ ହକିଖେଳ ଆୟୋଜନ ପରିପ୍ରେକ୍ଷୀରେ ମାସ୍କଟଓଲି ମୟୁରଭଞ ଜିଲା ପରିକ୍ରମା କାର୍ଯ୍ୟକ୍ରମ ସମ୍ପର୍କିତ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । କାର୍ଯ୍ୟସୁଚୀ ଅନୁସାରେ ଚଳିତ ନଭେମ୍ବର ୭ ତାରିଖ ଅପରାହ୍ନରେ କଳମାଗେଟଠାରେ ପ୍ରଥମେ ମାସ୍କଟଓଲି କୁ ସ୍ୱାଗତ ଜଣାଇବା ,କଳମାରୁ ବାରିପଦା ଆସିବା ବିଭିୁନ୍ନ  ରାସ୍ତାରେ ଛକମାନଙ୍କରେ ସ୍ୱାଗତ କରାଯିବା , ବାରିପଦା ପାଳବଣୀ ଠାରେ ସ୍ୱାଗତ ଜଣାଇବା ସହ ସର୍କିଟହାଉସ ଠାରେ ରହଣି ଓ ଆତିଥ୍ୟ ବ୍ୟବସ୍ଥା କରାଯିବା ନିଷ୍ପତ୍ତି କରାଯିବା ସହ ତହିଁପରଦିନ ସକାଳ ୭ ଟା ସମୟରେ ଛଉପଡିଆଠାରୁ ମାସ୍କଟଓଲି ଶୋଭାଯାତ୍ରା ଶୁଭାରମ୍ଭ ହୋଇ ସହର ପରିକ୍ରମା କରାଯାଇ ସକାଳ ୮ ଘଟିକାଠାରେ ଛଉପଡିଆଠାରେ ଭବ୍ୟସମ୍ବର୍ଦ୍ଧନାସଭା ଅନୁଷ୍ଠିତ  ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି ।  ସ୍ୱାଭିମାନସ୍ୱରୂପ ଜିଲାର ସମସ୍ତ ବିଧାୟକ , ସାଂସାଦ, ଜିଲାପରିଷଦ ଅଧ୍ୟକ୍ଷ , ଉପାଧକ୍ଷ ଏବଂ ଜନପ୍ରତିନିଧି , ସରକାରୀ ବିଭାଗ ପଦାଧିକାରୀ ଓ କର୍ମଚାରୀ , ଜିଲା କ୍ରଡାସଂସଦର ସଦସ୍ୟ ସଦସ୍ୟା , ବିଭିନ୍ନ ଶିକ୍ଷାନୁଷ୍ଠାନର ଏନଏସଏସ , ଏନସିିସି , ଏନଓ୍ୟାଇକେ, ବିଜୁ ଯୁବବାହିନୀ ,ସ୍ୱେଛାସ୍ୱେବୀ ଅନୁଷ୍ଠାନର କର୍ମକର୍ତ୍ତା , ଗଣମାଧ୍ୟମର ପ୍ରତିନିଧି ,ଯୁବକ୍ରୀଡାପ୍ରେମୀ , ଜନସାଧାରଣ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଯୋଗଦାନକରି ସ୍ୱାଗତ ଜଣାଇବାପାଇଁ ଜିଲାପ୍ରଶାସନ ପକ୍ଷରୁ ସହଯୋଗ କାମନା କରାଯାଇଅଛି । ଏଠାରେ ମାସ୍କଟଓଲିକୁ ଆନୁଷ୍ଠାନିକ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କାର୍ଯ୍ୟକ୍ରମ ସମାପ୍ତପରେ ଜାତୀୟ ରାଜପଥଦେଇ କେନ୍ଧୁଝର ଅଭିମୁଖେ ଶୋଭାଯାତ୍ରା  ଗସ୍ତକରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଅଛି ।

0
0
0
s2sdefault