ହେଡଲାଇନସ୍:

ଧାମନଗର ଓ ଚାନ୍ଦବାଲିରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ିଆ ଲୋକ ଲଢେଇ କରି ଜାଣେ, ଜବାବ ଦେଇ ଜାଣେ - ଧର୍ମେନ୍ଦ୍ର ପ୍ରଧାନ

• ଆଦିବାସୀଙ୍କ ହତ୍ୟା କରି ହାତ ଲାଲ କରିଥିବା ଅଧିକାରୀଙ୍କ ସପକ୍ଷରେ ବିଜେଡି ଯୁକ୍ତି ବାଢିବା ଦୁର୍ଭାଗ୍ୟଜନକ
• କଳିଙ୍ଗନଗର ଆଦିବାସୀଙ୍କ ଉପରେ ଗୁଳିକାଣ୍ଡ ବେଳେ ଯାଜପୁର ଜିଲ୍ଲାର ଏସପି କିଏ ଥିଲେ ?
• କନ୍ଧମାଳ ଜିଲ୍ଲାରେ ନିରୀହ ଆଦିବାସୀଙ୍କୁ ନକ୍ସଲର ବାହାନା ଦେଖାଇ ହତ୍ୟା କରାଗଲା, ସେତେବେଳେ ଆଇଜି ଇଣ୍ଟେଲିଜେନ୍ସ କିଏ ଥିଲେ ?
• ଭଦ୍ରକ ଜିଲ୍ଲା ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ହୃଦାନନ୍ଦ ମଲ୍ଲିକ, ଅର୍ଜୁନ ସେଠୀ, ବିଷ୍ଣୁ ସେଠୀଙ୍କ ଭଳି ନେତୃତ୍ୱଙ୍କୁ ତିଆରି କରିଛି
• ମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ଧରି ରଖିଥିବା ମାଟି
• ମୁକୁନ୍ଦ ଦେବଙ୍କ ସମ୍ପର୍କରେ ୫ଟି ପୃଷ୍ଠା ପଢି ଆସିବା ପାଇଁ ଗୁମାସ୍ତାଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ
• ଧାମନଗରରେ ବିଜୟ ସଂକଳ୍ପ ସଭା ଓଡ଼ିଶାରେ ନୂତନ ସକାଳ ସହ ପରିବର୍ତ୍ତନର ଆଭାସ ଦେଉଛି


ଧାମନଗର/ଚାନ୍ଦବାଲି, ମଇ ୨୯ – ଗରିବ ଆଦିବାସୀ ଲୋକଙ୍କ ହତ୍ୟାରେ ଯେଉଁମାନଙ୍କ ହାତ ଲାଲ ହୋଇଛି, ସେମାନେ ଓଡ଼ିଆଙ୍କ ତଣ୍ଟି ଚିପିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ବିଶେଷ ଭାବରେ ଉକ୍ତ ଅଧିକାରୀଙ୍କ ସପକ୍ଷରେ ବିଜେଡି ଯୁକ୍ତି ବାଢିବା ଦୁର୍ଭାଗ୍ୟଜନକ ବୋଲି ବୁଧବାର ଭଦ୍ରକ ସଂସଦୀୟ କ୍ଷେତ୍ରର ଚାନ୍ଦବାଲିରେ ନିର୍ବାଚନୀ ଶୋଭାଯାତ୍ରା ଏବଂ ଧାମନଗର ନିର୍ବାଚନମଣ୍ଡଳୀରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଓଡ଼ିଆ ଲୋକ ଲଢେଇ କରିବା ସହ ଜବାବ ଦେଇ ଜାଣେ ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଦୁଇଟି ଅଧିକାରୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ସେମାନଙ୍କ ସପକ୍ଷରେ ଗୁମାସ୍ତା ଓ ସାଂସଦ ଯୁକ୍ତି ବାଢୁଛନ୍ତି । କଳିଙ୍ଗନଗର ଆଦିବାସୀଙ୍କ ଉପରେ ଗୁଳିକାଣ୍ଡ ବେଳେ ଯାଜପୁର ଜିଲ୍ଲାର ଏସପି କିଏ ଥିଲେ ? ଯେଉଁ ଅଫିସର କାଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଲମ୍ବିତ ହୋଇଛନ୍ତି, ସେ ଯାଜପୁରରେ ଅନେକ ଆଦିବାସୀଙ୍କୁ ଗୁଳି କରି ହତ୍ୟା କରିଥିଲ ନା ନାହିଁ ? କନ୍ଧମାଳ ଜିଲ୍ଲାରେ ନିରୀହ ଆଦିବାସୀଙ୍କୁ ନକ୍ସଲର ବାହାନା ଦେଖାଇ ହତ୍ୟା କରାଗଲା, ସେତେବେଳେ ଆଇଜି ଇଣ୍ଟେଲିଜେନ୍ସ କିଏ ଥିଲେ ? ଏହି ଅଧିକାରୀ ଆଦିବାସୀଙ୍କ ରକ୍ତରେ ହାତ ଲାଲ କରିଥିଲେ । ମାତ୍ର ସେହି ଅଧିକାରୀଙ୍କ ପାଇଁ ତାମିଲ ଗୁମାସ୍ତା ଓ ବିଜେଡି ସାଂସଦ ସପକ୍ଷରେ ଯୁକ୍ତି ବାଢୁଛନ୍ତି, ଯାହାର ଜବାବ୍ ଲୋକମାନେ ଭୋଟରେ ଦେବେ ।

ଧାମନଗରରେ ବିଜୟ ସଂକଳ୍ପ ସଭା ଓଡ଼ିଶାରେ ନୂତନ ସକାଳ ସହ ପରିବର୍ତ୍ତନର ଆଭାସ ଦେଉଛି । ଭଦ୍ରକ ଜିଲ୍ଲା ହରେକୃଷ୍ଣ ମହତାବ, ନୀଳମଣି ରାଉତରାୟ, ହୃଦାନନ୍ଦ ମଲ୍ଲିକ, ଅର୍ଜୁନ ସେଠୀ, ବିଷ୍ଣୁ ସେଠୀଙ୍କ ଭଳି ନେତୃତ୍ୱଙ୍କୁ ତିଆରି କରିଛି । ଏଥର ଓଡ଼ିଶାର ନେତୃତ୍ୱ ଧାମନଗର ଓ ଭଦ୍ରକ ନେବ । ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ଧରି ରଖିଥିବା ମାଟି । ଆସନ୍ତାକାଲି ଗୁମାସ୍ତା ଏହି ଅଞ୍ଚଳକୁ ଆସୁଥିବା ବେଳେ ମୁକୁନ୍ଦ ଦେବଙ୍କ ସମ୍ପର୍କରେ ୫ଟି ପୃଷ୍ଠା ପଢି ଆସିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେଉଁ ମାନଙ୍କୁ କାନ୍ତକବି ଓ ସ୍ଵଭାବ କବି ମଧ୍ୟରେ ପ୍ରାର୍ଥକ୍ୟ ଜଣା ନାହିଁ ସେମାନେ ଆସିଛନ୍ତି ଓଡ଼ିଶାକୁ ଶାସନ କରିବା ପାଇଁ । ଓଡ଼ିଆ ଲୋକ ଲଢେଇ କରି ଜାଣେ, ଜବାବ ଦେଇ ଜାଣେ । ଯେଉଁ ଓଡ଼ିଆ ଜାତି ସମ୍ରାଟ ଅଶୋକଙ୍କ ଆଗରେ ମୁଣ୍ଡ ନୁଆଁଇନାହାନ୍ତି, ବ୍ରିଟିଶ ବିରୋଧରେ ସଂଗ୍ରାମ କରିଛନ୍ତି, ଓଡ଼ିଆର ଅଭିମାନ ଓ ସ୍ୱାଭିମାନକୁ ତଳେ ପକାଇନାହାନ୍ତି, ସେହି ଓଡ଼ିଆ ଜାତି ଓଡ଼ିଆ ଅସ୍ମିତା ପାଇଁ ଓଡ଼ିଆ ନେତାଙ୍କୁ ବାଛିବେ । ଓଡ଼ିଶା ମାଟିରେ ବୀର ବକ୍ସି ଜଗବନ୍ଧୁ ଭଳି ପାଇକ ଜନ୍ମ ନେଇଛନ୍ତି । ଏଠି ରାଜା କପିଳେନ୍ଦ୍ର ଦେବ ନୂତନ ଓଡ଼ିଶା ଗଢିଥିଲେ । ସିନ୍ଧିଚୋର ଓଡ଼ିଶାର ରତ୍ନଭଣ୍ଡାର ଚୋରୀ କରିବାକୁ ଆସିଛନ୍ତି । ଚାବି ଫେରାଇବେ ନ ହେଲେ ସେମାନେ ଜେଲ ଯିବେ । ଚିଟଫଣ୍ଡ ଲୁଟେରାଙ୍କୁ ମଧ୍ୟ ଜେଲ ପଠାଯିବ ।

ଗୋଟିଏ ପଟେ ୨୫ ବର୍ଷର ପ୍ରତାରଣା ଶାସନ ଥିବା ବେଳେ ଅନ୍ୟପଟେ ୧୦ ବର୍ଷର ଦାୟିତ୍ୱ । ଏଥର ପରିବର୍ତ୍ତନ ନିଶ୍ଚୟ ହେବ । ନୂଆ ଓଡ଼ିଶା ପାଇଁ ଭଦ୍ରକ ବିଜେପିକୁ ଭୋଟ୍ ଦେବ । ଶ୍ରୀ ପ୍ରଧାନଙ୍କ ସହ ନିର୍ବାଚନୀ ରୋଡ ସୋରେ ରାଜ୍ୟ ବିଜେପି ସଭାପତି ତଥା ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଧାମନଗର ନିର୍ବାଚନୀ ସଭାରେ ଭଦ୍ରକ ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଏବଂ ସୂରଜ ସୂର୍ଯ୍ୟବଂଶୀଙ୍କ ସହ ଯୋଗଦେଇଥିଲେ । ସୂରଜ ସୂର୍ଯ୍ୟବଂଶୀ ବିଜେପିର ଏକ ଟାଣୁଆ ସ୍ତମ୍ଭ ହୋଇ ରହିବେ । ଏକବିଂଶ ଶତାବ୍ଦୀର ନେତୃତ୍ୱ ସୂରଜ ଓ ଅଭିମନ୍ୟୁ ହେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault