ହେଡଲାଇନସ୍:

ଓଡିଶା ପ୍ରଗତିର ପ୍ରତିବନ୍ଧକ ସାଜିଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର: ବିଜେଡି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ରେଳ ସାନ୍ଦ୍ରତା କ୍ଷେତ୍ରରେ ପୂର୍ବ ଭାରତ ରାଜ୍ୟମାନଙ୍କ ଭିତରେ ଓଡିଶା ସର୍ବନିମ୍ନ

  •  ଓଡିଶାର ୭ଟି ଜିଲ୍ଲା ଏବେ ବି ରେଳସେବା ଶୂନ୍ୟ

  •  ରାଜ୍ୟର ପାଞ୍ଚଟି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲକୁ କେନ୍ଦ୍ରର ନା

  •  ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଏବେ ବି ଦିବାସ୍ବପ୍ନ


ଭୁବନେଶ୍ୱର : ଓଡିଶା ପ୍ରଗତିର ପ୍ରତିବନ୍ଧକ ସାଜିଛି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର | ରେଳ ସାନ୍ଦ୍ରତା କ୍ଷେତ୍ରରେ ପୂର୍ବ ଭାରତ ରାଜ୍ୟମାନଙ୍କ ଭିତରେ ଓଡିଶା ସର୍ବନିମ୍ନ ଥିବା ବେଲେ ଓଡିଶାର ୭ଟି ଜିଲ୍ଲା ଏବେ ବି ରେଳସେବା ଶୂନ୍ୟ| ରାଜ୍ୟର ପାଞ୍ଚଟି ଜନଜାତି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲକୁ କେନ୍ଦ୍ରର ଟାଳଟୁଳ ନୀତି ଅବଲମ୍ବନ କରିଥିବା ବେଲେ ପ୍ରସ୍ତାବିତ ଉପକୂଳ ରାଜପଥ ପ୍ରକଳ୍ପ ଏବେ ବି ଦିବାସ୍ବପ୍ନ ବୋଲି ଅଭିଯୋଗ କରିଛନ୍ତି ବିଜେଡ଼ି ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହନ୍ତ | ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାର ବିଭିନ୍ନ ନାଯ୍ୟ ଦାବିକୁ କେନ୍ଦ୍ର ସରକାର ଅଣଦେଖା କରି ଆସୁଥିବାର ଅଭିଯୋଗ କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀମତୀ ମହନ୍ତ |
ଶ୍ରୀମତୀ ମହନ୍ତ କହିଥିଲେ, ରେଳବାଇ କ୍ଷେତ୍ରରେ କ୍ରମାଗତ ଭାବେ ଅବହେଳାର ଶିକାର ହୋଇ ଆସୁଛି ଓଡ଼ିଶା। କେନ୍ଦ୍ରରେ ଥିବା ସରକାରମାନଙ୍କ ଦ୍ବାରା ସ୍ବାଧୀନତାର ୭୬ ବର୍ଷ ପରେ ବି ଓଡ଼ିଶାକୁ ଏହାର ହକ୍ ଳିପାରିନାହିଁ। ଓଡ଼ିଶାର ରେଳପଥ ସାନ୍ଦ୍ରତା ଯେ କେବଳ ଜାତୀୟ ହାରାହାରି ସାନ୍ଦ୍ରତା ଠାରୁ କମ୍ର ହିଛି ତାହା ନୁହେଁ, ଝାଡ଼ଖଣ୍ଡ ଓ ପଶ୍ଚିମବଂଗ ଭଳି ପଡ଼ୋଶୀ ରାଜ୍ୟ ଠାରୁ ମଧ୍ୟ ଯଥେଷ୍ଟ ପଛରେ ରହିଛି। ପୂର୍ବ ଭାରତର ବିକାଶ କଥା ବାରମ୍ବାର ଡିଣ୍ଡିମ ପିଟା ଯାଉଥିବା ବେଳେ, ଓଡ଼ିଶା ପୂର୍ବ ଭାରତର ରାଜ୍ୟମାନଙ୍କ ତୁଳନାରେ ରେଳସାନ୍ଦ୍ରତା କ୍ଷେତ୍ରରେ ସବୁଠାରୁ ତଳେ ରହିଛି। ରେଳ ସାନ୍ଦ୍ରତା ଉପରେ ପୂର୍ବ ଭାରତର ରାଜ୍ୟମାନଙ୍କ ତଥ୍ୟଦେଇ କହିଥିଲେ ଆସାମର ରେଳସାନ୍ଦ୍ରତା ୩୧.୫୧୯ ମିଟର ପ୍ରତି ବର୍ଗ କିଲୋମିଟର ରହିଥିଲା ବେଳେ ବିହାରର ୩୯.୬୧୭ ମିଟର ପ୍ରତି ବର୍ଗ କିଲୋମିଟର, ଝାରଖଣ୍ଡର ୩୦.୦୩୮ମିଟର ପ୍ରତି ବର୍ଗକିଲୋମିଟର, ପଶ୍ଚିମବଙ୍ଗର ୩୧.୧୪୦ ମିଟର ପ୍ରତି ବର୍ଗକିଲୋମିଟର ରହିଛି। ଏହି ରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ରେଳସାନ୍ଦ୍ରତା ୧୬.୫୧୯ମିଟର ପ୍ରତି ବର୍ଗକିଲୋମିଟର, ଅର୍ଥାତ୍ ସର୍ବନିମ୍ନ ରହିଛି। ଅନ୍ୟପକ୍ଷରେ ଗତ ୧୦ ବର୍ଷ ମଧ୍ୟରେ ରେଳବାଇ ବିଭାଗ ଓଡ଼ିଶାରୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜସ୍ବ ସଂଗ୍ରହ କରିଛି। ଆଜି ବି ରାଜ୍ୟର ୭ଟି ଜିଲ୍ଲା ରେଳସେବାରୁ ବଂଚିତ ହୋଇରହିଛି।
ଓଡ଼ିଶାରେ ରେଳବାଇର କୌଣସି ନୂଆ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଏବଂ ୫୦ ପ୍ରତିଶ୍ରତ ଅର୍ଥ ପ୍ରଦାନ କରୁଥିଲେ ହେଁ ଏଯାଏ ଅନେକ ରେଳ ପ୍ରକଳ୍ପର ନିର୍ମାଣ କାମ ଶେଷ ହୋଇପାରୁନାହିଁ। ଓଡ଼ିଶାରେ ଅନେକ ରେଳ ପ୍ରକଳ୍ପ ଯଥା, ପାରାଦୀପ-ହରିଦାସପୁର, ବୁଢାମରା– ଚାକୁଲିଆ, ବାଙ୍ଗିରିପୋଷି – ଗୋରୁମହିଷାଣୀ, ବାଦାମପାହାଡ – କେଉଁଝର, ତାଳଚେର – ବିମଲାଗଡ, ଜୟପୁର-ନବରଂଗପୁର, ଜୟପୁର-ମାଲକାନଗିରି, ଖୋର୍ଦ୍ଧ।–ବଲାଙ୍ଗୀର ଇତ୍ୟାଦି ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି। ସେହିପରି ବାଙ୍ଗିରିପୋଷି-ରୁପସା ରେଳଲାଇନ ସିଙ୍ଗଲ ଲାଇନ ଥିବା ଫଳରେ ଯାତ୍ରା ବିଳମ୍ବ ହେଉଛି ଏବଂଗୁଡ୍ସ ଟ୍ରେନ ବାରିପଦା ଓ ବାଙ୍ଗିରିପୋଷି ଯାଇପାରୁନାହିଁ। ନୂଆଗଁ। ଷ୍ଟେସନଠାରୁ ଠାକୁର ତୋଟା ଷ୍ଟେସନ ବାଇପାସ ଲିଙ୍କ ନିର୍ମାଣ ସକାଶେ ବାରମ୍ବାର ଦାବି ହେଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହାଫଳରେ ବାରିପଦାରୁ କଲିକତା ଟ୍ରେନ ସିଧା ଯାତାୟାତ କରିପାରୁନାହିଁ। ସପ୍ତାହକୁ ଥରେ ଚଳାଚଳ କରୁଥିବା ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନକୁ ପ୍ରତେକ ଦିନ ଚାଲୁକରିବା ପାଇଁ ବାରମ୍ବାର ଦାବିସତ୍ତ୍ବେ କେନ୍ଦ୍ର ସରକାର କର୍ଣ୍ଣପାତ କରୁନାହାନ୍ତି। ସପ୍ତାହକୁ ଚାରିଦିନ ଚାଲୁଥିବା ଭଞ୍ଜପୁର-ଶାଲିମାର ଟ୍ରେନକୁ ସପ୍ତାହରେ ୭ ଦିନ ଚାଲିବାକୁ ଦାବି ହୋଇଆସୁଛି। ଶାଲିମାର ବଦଳରେ ହାଓ୍ବାଡ଼ାକୁ ସଂଯୋଗୀକରଣ ହେଲେ ରେଳଯାତ୍ରୀ ଅଧିକାଉପକୃତ ହେବେ। ବାରମ୍ବାର ଦାବି କରିବା ସତ୍ତ୍ବେବାଙ୍ଗିରିପୋଷି ଘାଟି ଜାତୀୟ ରାଜପଥକୁ ପ୍ରଶସ୍ତିକରଣ ନ କରିବାରୁ ରାଜ୍ୟସରକାର ନିଜସ୍ବ ସମ୍ବଳରେ ଓଡ଼ିଶା ସରକାରଙ୍କ ଦ୍ବାରା ବିକଳ୍ପ ବାଇପାସ ରାସ୍ତା ନିର୍ମାଣ କରାଯାଉଛି।ମୟୂରଭଞ୍ଜସ୍ଥିତ ବମ୍ବେଛକରେ ଦୀର୍ଘଦିନ ଧରି ଫ୍ଲାଏଓଭର ବ୍ରିଜନିର୍ମାଣ କାର୍ଯ ସମ୍ପୂର୍ଣ୍ଣ ନହେବା ଫଳରେ ଏହି ରାସ୍ତା ଏବେ ମରଣଜନ୍ତା ପାଲଟିଛି।
ଆମ ରାଜ୍ୟ ଜନସଂଖ୍ୟାର ୨୨.୮୫% ଆଦିବାସୀ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିକଟରୁ ଆଦିବାସୀମାନଙ୍କ ନାର୍ଯ୍ୟ ହକ ଆଜିଯାଏଁ ମିଳିପାରିନାହିଁ। ହୋ, ମୁଣ୍ଡାରୀ, ଭୂମିଜ, କୁଇ ଓ ସୌରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ହୋଇ ପାରିନାହିଁ।ଅପର ପକ୍ଷରେ ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ରାଜ୍ୟ ସରକାର ଆଦିବାସୀ ଅଧ୍ୟୁଷିତ ୨୩ଟି ଜିଲ୍ଲାରେ ସ୍ପେଶାଲ ଡେଭେଲପମେନ୍ଟ କାଉନସିଲ (SDC) ଗଠନ କରି ଆଦିବାସୀ ଭାଷାସଂସ୍କୃତିର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ ଜାରି ରଖିଛନ୍ତି। ଆଦିବାସୀଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ସ୍ତାପନ ସକାଶେ ଦୀର୍ଘ ଦିନରୁଦାବି ହୋଇ ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି।
୨୦୧୫ ମସିହାରେ କେନ୍ଦ୍ରସରକାର ଓଡ଼ିଶାର ସାତଟି କୋଷ୍ଟାଲ ଜିଲ୍ଲାକୁ ସଂଯୋଗ କରି ଏକ କୋଷ୍ଟାଲ ରାଜପଥ ତିଆରି କରିବାପାଇଁ ଘୋଷଣା କରିଥିଲେ। ଏହି ଉପକୂଳ ଜାତୀୟ ରାଜପଥ ନିର୍ମାଣ ହେଲେ ଗମନାଗମନ ସୁବିଧା ହେବା ସଙ୍ଗେ ବାଣିଜ୍ୟ, ଶିଳ୍ପ ଓ ଟୁରିଜିମ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ହୋଇପାରିବ ବୋଲି କୁହାଯାଇଥିଲା। ବାରମ୍ବାର ରାଜ୍ୟ ସରକାର ଓ ବିଜୁ ଜନତା ଦଳର ସାଂସଦ ମାନେ ପାର୍ଲିଆମେଣ୍ଟରେ ଏ ବିଷୟ ଉତଥାପନ କଲେ ମଧ୍ୟ କେନ୍ଦ୍ର ସରକାର ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ନିର୍ବାଚନ ସମୟରେ ଓଡ଼ିଶାପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେପି ନେତାମାନେ ଯଦି ଟିକେ ଆଗ୍ରହ ପ୍ରକାଶ କରିଥାନ୍ତେ ତା ହେଲେ ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ ଜିଲ୍ଲା ସହିତ ରାଜ୍ୟର ଅର୍ଥନୀତି ସୃଦୃଢ ହୋଇପାରିଥାନ୍ତା।
। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ତଥା ମିଡ଼ିଆ କୋର୍ଡ଼ିନେଟର ଡ. ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।

0
0
0
s2sdefault